୭ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଭୁବନ :- ଗତ ଜୁନ ମାସ ୧୨ ତାରିଖରେ ଭୁବନ ଏନ୍ ଏ ସି କାର୍ଯ୍ୟାଳୟ ପଛପଟରେ ଦୀର୍ଘଦିନ ହେଲା ସରକାରୀ ଜାଗା ଜବର ଦଖଲ କରି ରହୁଥିବା ଦଳିତ ସମ୍ପ୍ରଦାୟ ବ୍ୟକ୍ତି ହୃଦାନନ୍ଦ ଗୋଚ୍ଛାୟତ ଙ୍କୁ କୌଣସି ସୂଚନା ନୋଟିସ ନଦେଇ ଭୁବନ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ଫୋର୍ସ ଜରିଆରେ ବଳପୂର୍ବକ ଉଚ୍ଛେଦ କରାଯାଇଥିଲା ।
ଘଟଣା ଦିନ ହୃଦାନନ୍ଦ ଅସୁସ୍ଥ ଥିବା ସତ୍ତ୍ବେ ଏନ୍ ଏ ସି ପ୍ରଶାସନ ଜୋର ଜବର୍ ଦସ୍ତ ତାଙ୍କୁ ବେଦଖଲ କରି ସେହି ଜାଗାରେ ନିଅଁ ଖୋଳି ପାଚେରୀ ତିଆରି କରିଥିଲା । ଅସୁସ୍ଥ ହୃଦାନନ୍ଦ ଙ୍କୁ ପ୍ରଥମେ ଭୁବନ ପରେ ଢେ଼ଙ୍କାନାଳ ରୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରୁ ସୁସ୍ଥ ହୋଇ ଫେରିବା ପରେ ବିନା କୌଣସି ନୋଟିସ ରେ ପ୍ରଶାସନ ଆକ୍ରୋଶ ମୂଳକ ଭାବରେ ଜବର ଦଖଲ ଉଚ୍ଛେଦ କରିଥିବା ନେଇ ହୃଦାନନ୍ଦ ରାଜ୍ୟ ମାନବାଧିକାର କମିଶନଙ୍କର ଦ୍ବାରସ୍ଥ ହୋଇଥିଲେ ।
ତେବେ ମାନବାଧିକାର କମିଶନ ନ୍ୟାୟାଳୟ ଙ୍କର ଆଦେଶ କ୍ରମେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କର ଏକ ୩ ଜଣିଆ ଟିମ୍ ପହଞ୍ଚି ଜବରଦଖଲ ଉଚ୍ଛେଦ ଘଟଣା ର ତଦନ୍ତ କରିଥିଲେ । ସୂଚନାଯୋଗ୍ୟ ଯେ, ହୃଦାନନ୍ଦ ଏହା ପୂର୍ବରୁ ବହୁବାର ଏନ୍ ଏ ସି ନିର୍ବାହୀ ଅଧିକାରୀ ଙ୍କୁ ଭେଟି ଜାଗା ମିଶନ ରେ ତାଙ୍କୁ ଜାଗା ଓ ଆବାସ ଯୋଜନା ରେ ଘର ଯୋଗାଇ ଦେବାକୁ ନିବେଦନ କରି କରି ହତାଶ ହୋଇ ଏନ୍ ଏ ସି କାର୍ଯ୍ୟାଳୟ ପଛପଟେ ରହୁଥିଲେ ।