• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏକକ ଇକତ୍ କାରିଗର ଓ ଏନ୍‌ଆଇଏଫ୍‌ଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ଭାରତ ତନ୍ତ ବୁଣାର ଜୀବନ୍ତ କାହାଣୀ ରଚନା

Proprietor Abhimanyu Maharana by Proprietor Abhimanyu Maharana
August 7, 2023
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଏକକ ଇକତ୍ କାରିଗର ଓ ଏନ୍‌ଆଇଏଫ୍‌ଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ଭାରତ ତନ୍ତ ବୁଣାର ଜୀବନ୍ତ କାହାଣୀ ରଚନା
Share on FacebookShare on TwitterWhatsapp

 ଏନ୍‌ଇଏଫ୍‌ଟି ଛାତ୍ରଛାତ୍ରୀମାନେ କ୍ଲଷ୍ଟର ଅଭିଯାନର ଅଂଶ ବିଶେଷ ଭାବେ ୭୫ ହସ୍ତତନ୍ତ କ୍ଲଷ୍ଟରରେ ଭାରତୀୟ କାରିଗରଙ୍କ ସହ କାର୍ଯ୍ୟ କରୁଛନ୍ତି

 ହସ୍ତତନ୍ତକୁ ଅଧିକ ଲୋକଙ୍କ ପାଖରେ ପହଂଚାଇବେ ଓଡ଼ିଶା ଇକତ୍ ବୁଣାକାର ଓ ଏନ୍‌ଆଇଏଫ୍‌ଟି

୭ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର :-> କଳା, ସଂସ୍କୃତି ଓ ଇତିହାସକୁ ଯୋଡ଼ିଥିବା ଏକ ଉତ୍ସବରେ ବୟନ ଶିଳ୍ପ ମନ୍ତ୍ରଣାଳୟ ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପାଳନ ଅବସରରେ ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ପାରମ୍ପରିକ ହସ୍ତତନ୍ତ କାରିଗରମାନଙ୍କୁ ସମ୍ମାନିତ କରୁଛି । ଦେଶରେ ହସ୍ତତନ୍ତ କାରିଗରୀର ସମୃଦ୍ଧ ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ସୁଦୃଢ଼ କରିବା ପାଇଁ ସରକାରଙ୍କ ସମର୍ପଣ ଭାବର ସ୍ୱୀକୃତି ଭାବେ ଏହା କାର୍ଯ୍ୟ କରୁଛି । ଭାରତୀୟ ହସ୍ତତନ୍ତକୁ ଅଧିକ ଲୋକଙ୍କ ପାଖରେ ପହଂଚାଇବା ପାଇଁ ନ୍ୟାସନାଲ୍ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ ଟେକ୍ନୋଲୋଜି (ଏନ୍‌ଆଇଏଫ୍‌ଟି)ର ଛାତ୍ରଛାତ୍ରୀମାନେ ସମଗ୍ର ଭାରତରେ ୭୫ଟି କ୍ଲଷ୍ଟରର କାରିଗର ଓ ବୁଣାକାରଙ୍କ ସହ ମିଶି ଜ୍ଞାନ ଓ ଚିନ୍ତାଧାରା ଆଦାନପ୍ରଦାନ କରୁଛନ୍ତି ।

ସାଂପ୍ରତିକ ବର୍ଷଗୁଡ଼ିକରେ ଭାରତର ହସ୍ତତନ୍ତ ବିଶ୍ୱ ସ୍ତରରେ ପ୍ରବେଶ କରିଛି । ନିକଟରେ ଆୟୋଜିତ ଜି୨୦ ଶିଖର ସମ୍ମିଳନୀରେ ଆମର ପାରମ୍ପରିକ ଶାଢ଼ିକୁ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ପରିଧାନ କରିଥିଲେ । ଏହା ହେଉଛି ସେହି କଳା ଯାହାକୁ ଆମେ ଯଥା ସମ୍ଭବ ମନେ ରଖିବା, ସଂରକ୍ଷଣ କରିବା ଏବଂ ପ୍ରୋତ୍ସାହିତ କରିବା ଉଚିତ । ଗର୍ବିତ ଭାରତୀୟ ଭାବେ ଆମର କାରିଗରମାନଙ୍କୁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମକୁ ଆଣିବା ଆମର ଦାୟିତ୍ୱ ଯେଉଁଠାରେ ସେମାନେ ବିଶ୍ୱସ୍ତରରେ ଅନ୍ୟ ଲକ୍ଷ ଲକ୍ଷ ଲୋକଙ୍କ ସହିତ ସେମାନଙ୍କ ଭଲ ପାଇବା ଓ ଉତ୍ସାହ ବାଂଟିପାରିବେ । ଏନ୍‌ଆଇଏଫ୍‌ଟିର କ୍ଲଷ୍ଟର ଅଭିଯାନ ମାଷ୍ଟର କାରିଗର ଓ ବୁଣାକାରମାନଙ୍କୁ ସେମାନଙ୍କ କଳାକୁ ଭବିଷ୍ୟତର ଡିଜାଇନର ଏବଂ ହସ୍ତତନ୍ତ ଉତ୍ସାହୀଙ୍କ ନିକଟରେ ପହଂଚାଉଛି ଏବଂ ସେମାନଙ୍କୁ ଛାତ୍ରଛାତ୍ରୀଙ୍କ ନୂତନ ଚିନ୍ତାଧାରା ଓ ଆଧୁନିକ ଉପାୟ ଗ୍ରହଣ କରିବାର ସୁଯୋଗ ପ୍ରଦାନ କରୁଛି ।

“ଭାରତର ହସ୍ତତନ୍ତଗୁଡ଼ିକ ସେମାନଙ୍କ କାଳଜୟୀ କଳାତ୍ମକତା ଏବଂ ସାଂସ୍କୃତିକ ମହତ୍ୱର ପ୍ରମାଣ ସ୍ୱରୂପ ବିଶ୍ୱସ୍ତରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଗର୍ବିତ ଭାରତୀୟ ଭାବେ ଆମେ ଆମ କାରିଗରମାନଙ୍କୁ ବିଶ୍ୱ ସ୍ତରରେ ଲୋକଙ୍କ ପାଖରେ ପହଂଚାଇବା ଦାୟିତ୍ୱ ଗ୍ରହଣ କରୁଛୁ ଯଦ୍ୱାରା ସେମାନେ କଳା ପ୍ରତି ସେମାନଙ୍କ ଗଭୀର ଭଲ ପାଇବା ଏବଂ ଉତ୍ସାହକୁ ଲକ୍ଷ ଲକ୍ଷ ଲୋକଙ୍କ ସହ ବାଂଟିପାରିବେ । ସରକାରୀ ସହାୟତାରେ ଆମେ ଏହି କୁଶଳୀ କାରିଗରମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଜୀବିକାକୁ ସୁରକ୍ଷିତ କରିବା ଏବଂ ଆମ ସୀମା ବାହାରେ ଥିବା ସାଂସ୍କୃତିକ ଗୌରବର ଏକ ଜୀବନ୍ତ ପରିବେଶ ସୃଷ୍ଟି କରିବାକୁ ପ୍ରୟାସ କରୁଛୁ । ସରକାରଙ୍କ ଦୃଢ଼ ପଦକ୍ଷେପ ଆର୍ଥିକ ସହାୟତା, ଦକ୍ଷତା ବିକାଶ ଏବଂ ବଜାର ଉପଲବ୍ଧତା ବୃଦ୍ଧି କରିଥାଏ ଯାହା ଏହି ମୂଲ୍ୟବାନ ଶିଳ୍ପର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ ।

ଆମେ ସମସ୍ତେ ମିଶି ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବୁ ଏବଂ ଆଗାମୀ ପିଢ଼ି ପାଇଁ ଆମର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବୁ ବୋଲି ଭାରତ ସରକାରଙ୍କ ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଭି ଜାର୍ଦୋସ କହିଛନ୍ତି । ଓଡ଼ିଶାର କଟକ ଜିଲ୍ଲାର ବଡ଼ମ୍ବା ତହସିଲ ଅନ୍ତର୍ଗତ ମାଣିଆବନ୍ଧ ନାମକ ସୁନ୍ଦର ଗ୍ରାମ ଜୀବନ୍ତ ଇକତ୍ କ୍ଲଷ୍ଟର ପାଇଁ ଆକର୍ଷଣୀୟ ପୃଷ୍ଠଭୂମି ଭାବେ କାର୍ଯ୍ୟ କରୁଛି । ୪,୨୬୪ ଜନସଂଖ୍ୟା ବିଶିଷ୍ଟ ଏବଂ ପର୍ବତ ଓ ସବୁଜ ପଡ଼ିଆ ଘେରା ଏହି ଗ୍ରାମରେ ବିଭିନ୍ନ ବୟସ ବର୍ଗ ଓ ଲିଙ୍ଗଗତ ୧୦ରୁ ୨୦୦୦ କାରିଗର ନିୟୋଜିତ ହୋଇଛନ୍ତି । ଦଶହରା, ଲକ୍ଷ୍ମୀ ପୂଜା, ସାବିତ୍ରୀ ବ୍ରତ ଏବଂ ନୂଆବର୍ଷ (ହନୁମାନ ଜୟନ୍ତୀ) ଭଳି ପର୍ବପର୍ବାଣୀ ଗ୍ରାମ ପାଇଁ ବିଶେଷ ମହତ୍ୱ ରଖେ, କାରଣ ଗ୍ରାମବାସୀମାନେ ନୂତନ ଓ ପାରମ୍ପରିକ ପୋଷାକ ପିନ୍ଧି ଏକାଠି ହୁଅନ୍ତି ଏବଂ ଅନ୍ତତଃ ଅତି କମ୍‌ରେ ଗୋଟିଏ ଆକର୍ଷଣୀୟ ଇକତ୍ କିଣିଥାନ୍ତି ।

ଏନ୍‌ଆଇଏଫ୍‌ଟିର ତୃତୀୟ ବର୍ଷର ଛାତ୍ରୀ ଗରିମା ବିଜ୍ କହିଛନ୍ତି ଯେ, “ ଇକତ୍ କ୍ଲଷ୍ଟରର ଏକ ଅଂଶ ହେବା ରୂପାନ୍ତରଣକାରୀ ଥିଲା । ଓଡ଼ିଶାର କୁଶଳୀ କାରିଗରଙ୍କ ସହ ମିଶି ଉଜ୍ଜ୍ୱଳ ସୁତା ସେଟ୍ କରିବା, ଜଟିଳ ଡିଜାଇନ୍ ବାନ୍ଧିବା ଏବଂ ରଙ୍ଗ କରିବାର କଳାତ୍ମକ ଅନୁଭୂତି ହାସଲ କରିବାର ଆକର୍ଷୀୟ ପରମ୍ପରା ଦେଖିଛି । ଏହା ଏକ ଆକର୍ଷଣୀୟ ଯାତ୍ରା ଏବଂ ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ସଂରକ୍ଷିତ ରଖିବା ପାଇଁ ମୁଁ ପ୍ରେରଣା ପାଇଛି ।’’

ଭାରତର ହସ୍ତତନ୍ତ ପରମ୍ପରାକୁ ଆହୁରି ସୁଦୃଢ଼ କରିବା ପ୍ରତି ଯୋଗଦାନ ପ୍ରଦାନ କରିବାରେ ଏନ୍‌ଆଇଏଫ୍‌ଟି ଛାତ୍ରଛାତ୍ରୀଙ୍କ ଅସୀମ ପ୍ରତିଭା ଏବଂ ସମ୍ଭାବନାକୁ ବୟନ ଶିଳ୍ପ ମନ୍ତ୍ରଣାଳୟ ଏନ୍‌ଆଇଏଫ୍‌ଟି ସହଯୋଗରେ ସ୍ୱୀକୃତି ଦେଇଛି । ନିଜର କ୍ଲଷ୍ଟର କାର୍ଯର୍୍ୟକ୍ରମ ଅନ୍ତର୍ଗତ ଏନ୍‌ଆଇଏଫ୍‌ଟି ଛାତ୍ରଛାତ୍ରୀମାନେ ମାଣିଆବନ୍ଧର ଏକକ ଇକତ୍ କ୍ଲଷ୍ଟରରେ ସ୍ଥାନୀୟ କାରିଗରଙ୍କ ସହ ଯୋଗାଯୋଗ କରିଥିଲେ । ଦକ୍ଷ କାରିଗରଙ୍କ ତତ୍ୱାବଧାନରେ ସେମାନେ ଏହି କାଳଜୟୀ କଳାର ଭାବକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରି ଉତ୍କୃଷ୍ଟ କାରିଗରୀକୁ ଦେଖିଥିଲେ ।

“ସେମାନଙ୍କ ନୂତନ ଦୃଷ୍ଟିକୋଣ ଏବଂ ଅଭିନବ ଡିଜାଇନ ଚିନ୍ତାଧାରା ଆମ କଳାରେ ନୂତନ ଜୀବନ ଦେଇଛି । ଏହି ଛାତ୍ରଛାତ୍ରୀମାନେ ନିର୍ଭୀକ ଭାବେ ନୂତନ ଢ଼ାଂଚା ରଙ୍ଗ ଦେବାକୁ ପ୍ରୟାସ କରନ୍ତି ଯାହା ଆମକୁ ଅପରିଚିତ କ୍ଷେତ୍ରରେ ପ୍ରବେଶ କରିବାର ପ୍ରେରଣା ଦେଇଛି । ଆମେ ପ୍ରକୃତରେ ଏଭଳି ଏକ ଯୁବ ଓ ଉଜ୍ଜ୍ୱଳ ମନର ସହଯୋଗକୁ ପ୍ରଶଂସା କରୁଛୁ । ସେମାନଙ୍କ ଉତ୍ସାହ ଦେଖି ଆମ ଭିତରେ ଆତ୍ମବିଶ୍ୱାସ ଓ ଗର୍ବ ଭରିଯାଏ । ଏହି ଛାତ୍ରଛାତ୍ରୀମାନେ ଆମ ପ୍ରତିନିଧି ଭାବେ ଭବିଷ୍ୟତରେ ଏହି କଳାର ଉନ୍ନତି ଜାରି ରଖିବେ ବୋଲି ମାଣିଆବନ୍ଧର ମାଷ୍ଟର ବୁଣାକାର ବିକାଶ ମହାପାତ୍ର କହିଛନ୍ତି ।’’

ଜାତୀୟ ହସ୍ତତନ୍ତ ଦିବସ ପାଖେଇ ଆସୁଥିବା ବେଳେ ବୟନ ଶିଳ୍ପ ମନ୍ତ୍ରଣାଳୟ ଆଜାଦୀ କା ଅମୃତ ମହୋତ୍ସବରେ ଇକତ୍ କ୍ଲଷ୍ଟରରେ ଭାରତର ହସ୍ତତନ୍ତ ପରମ୍ପରାକୁ ଆଲୋକିତ କରିବାରେ ଆଲୋକ ବର୍ତିକା ସାଜିଥିବା ଏନ୍‌ଆଇଏଫ୍‌ଟିର ଛାତ୍ରଛାତ୍ରୀଙ୍କ ଚତୁରତା ଓ ସୃଜନଶୀଳତାକୁ ପାଳନ କରୁଛି । ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ପାଇଁ ସେମାନଙ୍କ ସମର୍ପଣ ଓ ଆଗ୍ରହ ଆତ୍ମନିର୍ଭରଶୀଳତା ବୃଦ୍ଧି ଓ ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ କରିବାରେ ସରକାରଙ୍କ ଦୃଷ୍ଟିକୋଣକୁ ପୂରଣ କରୁଛି । ଆଜାଦୀ କା ଅମୃତ ମହୋତ୍ସବ ଦକ୍ଷ କାରିଗର ଓ ଏନ୍‌ଆଇଏଫ୍‌ଟିର ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଯାହା ଏହାର ଅମୂଲ୍ୟ ପରମ୍ପରାକୁ ପ୍ରୋତ୍ସାହିତ କରିବା ଏବଂ ପରମ୍ପରା ଓ ଆଧୁନିକତାର ଏକ ବିଶାଳ ନୃତ୍ୟ ବୁଣିବା ପାଇଁ ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version