୭ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ମାହାଙ୍ଗା ବ୍ଲକ :-> ନୁର୍ତ୍ତାଙ୍ଗ ଓ ଗୋତରା ପଂଚୟତରେ ଆଉ ଦିନକ ପରେ ହେବ ସରପଞ୍ଚ ଉପ ନିର୍ବାଚନ, ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କ ପ୍ରତି ଉଭୟ ପଞ୍ଚାୟତରେ ସାଧାରଣ ଭୋଟରଙ୍କ ସମର୍ଥନ ବଢି ଚାଲିଥିବାରୁ ବିରୋଧୀ ମାନେ ହାରିଯିବା ଭୟରେ ବିଶୃଙ୍ଖଳା ଭଳି ଆଚରଣ କରୁଥିବା ଦେଖିବାକୁ ମିଳୁଛି, ପୂର୍ବରୁ ଏହି ପଂଚୟତରେ ନିର୍ବାଚନ ସମୟରେ ବ୍ରିଶୃଙ୍ଖଳା ପରି ଘଟଣା ଘଟିଥିବାରୁ ପୁଲିସ ପ୍ରଶାସନ ସତର୍କତା ସହ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିଥିବାବେଳେ ଉପନିର୍ବାଚଙ୍କୁ ଭଣ୍ଡୁର କରିବା ପାଇଁ ବିରୋଧୀ ଦଳର ଇଙ୍ଗିତରେ କିଛି କୁଚକ୍ରି ଗୋଷ୍ଟି ବିଭିନ୍ନ ବାହାନାରେ ନୁର୍ତ୍ତାଙ୍ଗ ଓ ଗୋତରା ପଞ୍ଚାୟତକୁ ଯାଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟିକରିବାକୁ ଉଦ୍ୟମ ଜାରି କରିଛନ୍ତି,
ଏପରିକି ପୁଲିସ ସେମାନଙ୍କୁ ବାରଣ କରିବା ସତ୍ତ୍ୱେ କିଛି ଗୋଦି ମିଡିଆ ସେଠାରେ ପହଂଚି କୁଚକ୍ରିଙ୍କ ପାଇଁ ଓକିଲାତି କରି ପୁଲିସ ଉପରେ ଚାପ ପ୍ରୟୋଗ କରିବା ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି, ନିର୍ବାଚନ ସମୟରେ ଶାନ୍ତି ବଜାୟ କରିବାପାଇଁ ସ୍ଥାନୀୟ ଅଞ୍ଚଳରେ ବାହ୍ୟ କାର୍ଯ୍ୟକ୍ରମ କରି ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ ଜାରି ରଖିଛନ୍ତି, ଏପରିକି କିଛି ମିଡିଆ ମଧ୍ୟ ନିଜର ଟିଆରପି ବଢାଇବା ପାଇଁ ସେମାନଙ୍କ ସହ ମିଶି ପ୍ରାୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଶାସକ ଦଳକୁ ବଦନାମ କରି ଭୋଟ ହାତେଇବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି,
ହେଲେ ମହାଙ୍ଗାରେ ବିଧାୟକ ପ୍ରତାପ ଜେନାଙ୍କ ଗୋଟି ଚାଳନାରେ ବିରୋଧୀ ମାନେ ଏବେ ଛତ୍ରଭଙ୍ଗ ଦେଉଥିବାରୁ ବାରମ୍ବାର କର୍ମୀ ମାନେ ବିଜେଡି ଦଳରେ ସାମିଲ ହେବାଦ୍ୱାର ବିରୋଧୀ ମାନେ ନିସ୍ୱହାୟ ହୋଇ ଏବେ ଅଶାନ୍ତି ସୃଷ୍ଟି କରୁଛନ୍ତି, ଯାହାକୁ ମାହାଙ୍ଗା ବାସୀ ଜାଣିସାରିଥିବାରୁ ପୂର୍ବରୁ ପଂଚାୟତ ନିର୍ବାଚନ ରେ ବିରୋଧୀ ଙ୍କୁ କଡା ଜବାବ ଦେଇ ବିଜେଡି କୁ ଶକ୍ତ କରିଥିଲେ, ଏବେ ନୁର୍ତ୍ତାଙ୍ଗ ପଂଚୟତରେ ବିରୋଧୀ ଦଳ ସମର୍ଥିତ ପ୍ରାର୍ଥୀ ହାରିବା ଭୟରେ ବିଧାୟକ ପ୍ରତାପ ଜେନା ଙ୍କ ବିରୁଦ୍ଧରେ ଅପପ୍ରଚାର କରି ତାଙ୍କୁ ବଦନାମ କରି ଫାଇଦା ନେବାପାଇଁ
ଯେଉଁ ହୀନ ପ୍ରୟାସ ଜାରି ରଖିଛନ୍ତି ଆସନ୍ତା ୯ ତାରିଖ ଉପନିର୍ବାଚନରେ ଭୋଟର ମାନେ ଏହାର ଜବାବ ବାଲଟ ଜରିଆରେ ଦେବେ ବୋଲି ଚର୍ଚା ହେଉଛି, ଆଜି ଯାଏ ଶାନ୍ତି ଶଙ୍ଖଳାରେ ଉପନିର୍ବାଚନ ପ୍ରଚାର ରାଲି, କ୍ୟାମ୍ପନିଂ ସୁଚାରୁ ରୂପରେ ଚାଲିଥିବାବେଳେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଉଦ୍ୟମକାରୀଙ୍କୁ ଚିହ୍ନଟ କରି ତୁରନ୍ତ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ ଅଡ8କାରୀ ଙ୍କ ନିକଟରେ ସାଧରାଣ ଭୋଟର ଦାବି କରିଛନ୍ତି