ସ୍ଵାସ୍ଥ୍ୟ ପାଈଁ ଦହି ଉପଯୋଗୀ ..

ଓଡିଶା ତାଜା ନ୍ୟୁଜ୍ (୨୯ ଜୁନ ସୋମବାର), ରିପୋର୍ଟ -ସୋନାଲି , ଭୁବେନଶ୍ୱର :- କ୍ଷୀର ପରି ଦହିରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ଓ ପ୍ରୋଟିନ ରହିଛି । ଦହି ଖାଇବା ଦ୍ବାରା ଜଣ୍ଡିସ , ଉଚ୍ଚ ରକ୍ତଚାପ ପ୍ରଭୁତି ରୋଗର ଆଶଙ୍କା କମ୍ ହୋଇଥାଏ । ଏଥିରେ କ୍ୟାଲସିୟମ୍ ମାତ୍ରା ଥିବାରୁ ଦାନ୍ତ ର ସୁରକ୍ଷା ପାଇଁ ବେଶ୍ ସାହାର୍ଯ୍ୟ କରେ ।

ଇସମୋନିଆ ବା ନିଦ୍ରାହୀନତା ରୋଗ ଭୋଗୁଥିବା ବ୍ୟକ୍ତି ଙ୍କ ପାଇଁ ଦହି ବେଶ୍ ଲାଭଦାୟକ । ଦହିରେ ଥିବା ବ୍ୟାକ୍ଟେରିଆ ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ । ଏହାକୁ କେଶ ରେ ଲଗାଇବା ଦ୍ବାରା କେଶ ରେ ସାଇନିଂ ଦେଖାଯିବା ସହିତ ଦୁର୍ବଳ କେଶ କୁ ମଜଭୁତ କରିଥାଏ ।

କେଶ ରେ ଲଗାଇବା ଦ୍ବାରା ଭଲ ନିଦ ହୋଇଥାଏ । ନିୟମିତ ଭାବେ ଖାଦ୍ୟରେ ଦହି ଖାଇବା ଦ୍ବାରା ତ୍ୱଚା ଉଜ୍ଵଳ ଦେଖାଯାଏ । କୋଷ୍ଠ କାଠିନ୍ୟ ଏବଂ ଯକୃତ କର୍କଟ ରୋଗରେ ପୀଡିତ ବ୍ୟକ୍ତି ମାନେ ନିୟମିତ ଦହି ଖାଇଲେ ବେଶ୍ ସୁଫଳ ମିଳିଥାଏ ।