ଏହି ୟୁନିଫର୍ମ ପିନ୍ଧି ୧୯୯୦ ମସିହାରେ ମୁଁ ସ୍କୁଲ ଯାଉଥିଲି ଆଜି ୩୩ବର୍ଷ ପରେ ପୁଣି ଗଲି ।

୬ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଜଟଣୀ :- ରୁଷ ପଟ୍ଟନାୟକ ଏବଂ ସଞ୍ଜୟ ଗୋୟଲ ଙ୍କ ନେତୃତ୍ୱରେ ଆଜି ଜଟଣୀ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ୧୯୯୦ ର ବନ୍ଧୁ ମିଳନ ବହୁ ଆଡମ୍ବରରେ ପାଳନ କରାଯାଇଛି ,ଯେଉଁ ସାର ଦିଦି ମାନେ ଶିକ୍ଷା ପ୍ରଦାନ କରି ଆମର ଭବିଷ୍ୟତ ଗଢିଛନ୍ତି , ସେଦିନର ରାଗ, ମାଡ,

ଗଲିଦେବା ଆଜି ଆମେ ବୁଝିଲୁ ଆମ ପାଇଁ ଅଶ୍ରୀବାଦ ହେଲା । ଆଜିର ଏହି ବନ୍ଧୁ ମିଳନ ରେ ପ୍ରଭାକର ସାର, ଷଡ଼ଙ୍ଗୀ ସାର, ପଲେଇ ସାର, ରଥ ସାର ,ସୁଷମା ଦିଦି ଙ୍କୁ ସମ୍ବର୍ଦ୍ଧନା । ଜଣାଇଥିଲେ । ୮0 ରୁ ଉର୍ଦ୍ଧ୍ବ ଛାତ୍ର ମାନେ ମିଶି ଏହି ବନ୍ଧୁ ମିଳନ ଉତ୍ସବ ପାଳନ କରାଯାଇଛି ।

୧୯୯୦ ମସିହା ର ଛାତ୍ର ମାନଙ୍କୁ ଆପଣଙ୍କ ଅଶ୍ରୀବଦ ପ୍ରଦାନ କରିଥିବାରୁ ଆମେ ଛାତ୍ର ମ।ନେ ଆଜି ଆମର ଓ ଆମ ପରିବାରର ଭବିଷ୍ୟତ ଗଢି ପାରିଛୁ । ବୋଲି ସମସ୍ତ ଛାତ୍ର କୋହ ସମ୍ବାଳି ନ ପାରି କହିଥିଲେ ।ଶେଷରେ ରୁଷି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବନ୍ଧୁ ମିଳକୁ ନବୀନ, ଭୋଲିଆ, ଦିଲୀପ, ଅକ୍ଷୟ ଆଦି ସହଯୋଗ କରିଥିଲେ.















