୫ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ପଡ଼ିଆ ଥାନା ରେ ନୂତନ ଥାନା ଅଧିକାରୀ ଭାଵେ ଦୀନବନ୍ଧୁ ଶବର ଯୋଗଦାନ ଦେଇଛନ୍ତି । ପଡ଼ିଆର ସାମ୍ବାଦିକ ଏନ୍ ରବି କୁମାର, ଟି. ରାଜେନ୍ଦ୍ର ପ୍ରସାଦ, ଚିନ୍ନାମ ଆନକ କୁମାର ଓ ଅନୁପ ମଣ୍ଡଲ ନୂତନ ଥାନା ଅଧିକାରୀଙ୍କୁ ଭେଟି ସ୍ବାଗତ ଜଣାଇଛନ୍ତି । ପୂର୍ବରୁ ସେ ରାୟଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଥିଲେ ।
ପୂର୍ବରୁ ପଡ଼ିଆ ଥାନା ରେ କାର୍ଯ୍ୟରତ ଥିବା ଥାନା ଅଧିକାରୀ ଅଶୋକ କୁମାର ବିଶୋଇଙ୍କୁ କୋରାପୁଟ ଜିଲ୍ଲାକୁ ବଦଳି ହୋଇଛି । ପଡ଼ିଆର ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ରଖିବା, ଥାନାକୁ ଆସୁଥିବା କିମ୍ଵା ଥାନା ସାହାଯ୍ୟ ଲୋଡୁଥିବା ଲୋକଙ୍କୁ ସୁରକ୍ଷା ସହ ନ୍ୟାୟ ଦେବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ଶ୍ରୀ ଦୀନବନ୍ଧୁ ଶବର କହିଛନ୍ତି ।