ଓଡିଶା ତାଜା ନ୍ୟୁଜ୍ (୨୮ ଜୁନ୍ ରବିବାର ) ପୁରୀ :- ପୁରୀ, ୩ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଛି । ସାମନ୍ତ ୩ ବାଡ଼ରୁ ଆଜ୍ଞାମାଳ ଆଣିବା ପରେ ବିଜେ ହୋଇଥିଲା । ଏହାପରେ ୩ ରଥର ଦକ୍ଷିଣ ମୋଡ଼ କରାଯାଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି । ଆସନ୍ତା ଜୁଲାଇ ୧ ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ ।
ବାହୁଡା ବେଳେ ପୁରୀରେ କଫ୍ୟୁ ଜାରି ରହିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗତ ଗୁରୁ ବାର ଦିନ ମା’ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ନନ୍ଦିଘୋଷ ରଥ ପାଖରେ ପହଞ୍ଚିବା ପରେ ରୀତିନୀତି ଅନୁଯାୟୀ ମା’ ମହାଲକ୍ଷ୍ମୀଙ୍କ ବନ୍ଦାପନା କରିଥିଲେ ସେବାୟତ । ସମସ୍ତ ନୀତି ସମାପ୍ତ ହେବା ପରେ ମା’ ମହାଲକ୍ଷ୍ମୀ ବଡ଼ଦାଣ୍ଡରେ ନଫେରି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଥିଲେ ।
କଥା ରେ ଅଛି କି , ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁ ନିଜ ଭାଇ ଭଉଣୀଙ୍କୁ ସାଙ୍ଗରେ ଆଣିଥିଲେ କିନ୍ତୁ ମା’ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣିନଥିଲେ । ଏନେଇ ଅଭିମାନରେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ଆସି ନନ୍ଦିଘୋଷ ରଥକୁ ଭାଙ୍ଗିଥାନ୍ତି । ବାହୁଡା ଯାତ୍ରା ର ପ୍ରସ୍ତୁତି ର ଆଦ୍ୟ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କଡ଼ା କଡି ଭାବେ ଆରମ୍ଭ ହୋଇ ଯାଇ ଅଛି । (ଅସିତ୍ କୁମାର ଦାଶ / ପୁରୀ )