୫ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନସ୍ଥ ଗଣ୍ଡହାତି ସ୍ଥିତ ସ୍କୁଲ୍ ପିଲାଙ୍କୁ ନେଇ ସୋଚ୍ଛ ଭାରତ କାର୍ଯ୍ୟ କ୍ରମ କରାଯାଇଅଛି l ସ୍କୁଲର ସଭାପତି ଅଶୋକ କୁମାର ଦଳାଇ ଙ୍କ ନେତୃତ୍ପରେ ଆଜି ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ଗ୍ରାମର କିଛି ବୁଦ୍ଧିଜୀବି ସ୍କୁଲର ପ୍ରଧାନ ଶିକ୍ଷକ ସୌମ୍ୟରଂଜନ ସାହୁ ଓ ସମସ୍ତ ଶିକ୍ଷକ ଶିକ୍ଷତ୍ରି , ଆଶାକର୍ମୀ ,ଅଙ୍ଗନବାଡି,
ମହିଳାମଣ୍ଡଳ ସଭ୍ୟା ଏବଂ ସ୍କୁଲ ପିଲାଙ୍କ ସହ ଗ୍ରାମ ରେ ପଡିରହିଥିବା ସମସ୍ତ ପଲିଥିନ୍ ଓ ଅଳିଆ ଆବର୍ଜ୍ଜନା କୁ ସଫା କରିବାସହ ଗ୍ରାମର ସମସ୍ତ ସାହି ପରିକ୍ରମା କରି ସ୍ୱଚ୍ଛଭାରତ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନତା କରାଇବା ସହ ଗ୍ରାମକୁ ପଲିଥିନ୍ ମୁକ୍ତ କରିବାଲାଗି ଲୋକଙ୍କୁ ଅନୁରୋଧ କରିଥଲେ l
ବିଶେଷ ସୂତ୍ରରୁ ପ୍ରକାଶ ଯେ ଗତ ସପ୍ତାହରେ ଜିଲ୍ଲାପାଳ ସୃତି ରଞ୍ଜନ ପ୍ରଧାନ ରାୟଗଡ଼ ବ୍ଲକ ଗଣ୍ଡାହତି ଗସ୍ତରେ ଯାଇ ସ୍କୁଲ ର ପିଲାମାନଙ୍କୁ ତାଙ୍କର ସମସ୍ତ ବିଷୟକୁ ପଚାରି ବୁଝିଥିଲେ ଓ ପିଲାମାନଙ୍କୁ ସ୍ୱଚ୍ଛଭାରତ ମାଧ୍ୟମରେ ଗ୍ରାମକୁ ପଲିଥିନ୍ ମୁକ୍ତ କରିବାଲାଗି କହିଥିଲେ ତେଣୁ ଆଜି ଜିଲ୍ଲାପାଳଙ୍କ କଥାରଖି ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ କରିଥିଲେ l