୩ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ପଞ୍ଚାୟତ ସମିତି ସଦଭାବନା ସଭାଗୃହଠାରେ ମନରେଗା ଯୋଜନା ଏବଂ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଯୋଜନା କାର୍ଯ୍ଯକ୍ରମ ର ବ୍ଲକ୍ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣି ଶିବିର ପ୍ରକଳ୍ପ ପ୍ରଶାସନକଙ୍କ ପ୍ରତିନିଧି ଜ୍ଯୋତି କୃଷ୍ଣ ବେହେରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଡି଼ଓ ଲୋକନାଥ ଶବର ଜିଲ୍ଲା ସାମାଜିକ ସମୀକ୍ଷକ ବାବୁଲା ବିଷୋୟୀ , ଜିଲ୍ଲା ପରିଷଦ ରାଜୀବ ଦୋରା,ଉପାଧ୍ଯକ୍ଷ ନିହିମିୟା ରଇତ ଜୀପିଇଓ ନୃସିଂହ ଚରଣ ମିଶ୍ରଙ୍କ ସମେତ ବ୍ଲକ୍ ରେ କାର୍ଯ୍ଯରତ ଉଦ୍ଯାନ ବିଭାଗ,

ଜଙ୍ଗଲ ବିଭାଗ,ଜଳ ବିଭାଗ,ଓ ଆଦିବାସୀ ଉନ୍ନୟନ ସଂସ୍ଥା କର୍ମଚାରୀ ଉପସ୍ଥିତ ଥିଲେ । ପ୍ରଥମେ ଏପିଇଓ ଦିଲୀପ କୁମାର ଦାସ ଆର୍ଥିକ ୨୦୨୩-୨୦୨୪ ବର୍ଷର ମନରେଗା ଯୋଜନାରେ ବିଭିନ୍ନ ବିଭାଗରେ ହୋଇଥିବା କାର୍ଯ୍ଯର ବିବରଣୀ ପଠନ କରିଥିଲେ ।ଏଥିରେ ମନରେଗା ଯୋଜନାର ବିଭିନ୍ନ ଗ୍ରାମ ପଞ୍ଚାୟତରେ କିଭଳି କାର୍ଯକାରିତା ହୋଇଛି,ଏହାର ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ଯକ୍ରମର ସମସ୍ତ ପିଆରଆଇ ମେମ୍ବର କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆରଏସ୍, ଭିଆରପି, ଗାଁ ସାଥି ଓ ଜନସାଧାରଣ ଉପସ୍ଥିତ ଥିଲେ ।















