ଓଡିଶା ତାଜା ନ୍ୟୁଜ୍ (୨୮ ଜୁନ୍ ରବିବାର ) କଟକ :- କଟକ ଜିଲ୍ଲାର ଗୋଟିଏ ଥାନାର ଆଇଆଇସି କରୋନା ପଜିଟିଭ ଚିହ୍ନଟ ପରେ ବଡମ୍ବା ଅଂଚଳକୁ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷଣା କରିଚି ପ୍ରଶାସନ । ଥାନାର ଆଇଆଇସି କରୋନା ପଜିଟିଭ୍ ଚିହ୍ନଟ ପରେ ଥାନାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଆଇଆଇସିଙ୍କୁ ବାରମ୍ବାର ଜ୍ବର ଥଣ୍ଡା ହେବାରୁ ସନ୍ଦେହରେ ତାଙ୍କ ସ୍ବାବ୍ ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା । ଏହାପରେ ଆଇଆଇସିଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଇଆଇସି କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସମ୍ପୃକ୍ତ ଥାନାର ଅନ୍ୟ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଛି,
ଏହି ଥାନାର ୭ ରୁ ୮ କର୍ମଚାରୀଙ୍କୁ ଜ୍ବର ହେଉଥିବା ମଧ୍ୟ ନଜରକୁ ଆସିବାପରେ ସେମାଙ୍କ ସ୍ୱାବ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି। ଏଣୁ ଥାନାରେ କାର୍ଯ୍ୟକରୁଥିବା ସମସ୍ତ ୨୨ ଜଣ କର୍ମଚାରୀଙ୍କ ସ୍ବାବ ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡିଛି । ଏଥି ସହିତ ଥାନାକୁ ଆସିଥିବା ଆଠଗଡ ଏସଡିପିଓ ଏବଂ ଦୁଇ ଡ୍ରାଇଭାରଙ୍କ ସମେତ ଗୁରୁଡ଼ିଝାଟିଆ ଓ ଖୁଣ୍ଟୁଣି ଥାନା ର ସମସ୍ତ କର୍ମଚାରୀଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ ବୋଲି ବୋଲି ପୋଲିସ ଉଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି । ଏଥିସହ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ର ଦୁଇ ନର୍ସ କରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ର ମୁଣ୍ଡ ବିନ୍ଧା କାରଣ ହୋଇଛି, ଏମାନଙ୍କ ସହ କିଏ ସଂସ୍ପର୍ଶ ରେ ଆସିଛନ୍ତି ସେମାନଙ୍କୁ ଚି଼ହ୍ନଟ କରାଯାଇ ପଦକ୍ଷେପ ନିଆଯିବବୋଲି ସୂଚନା ମିଳିଛି . (କଟକ ଜିଲ୍ଲାର , ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)