ଓଡିଶା ତାଜା ନ୍ୟୁଜ୍ (୨୮ ଜୁନ୍ ରବିବାର ) ପାରଳାଖେମୁଣ୍ଡି :- ଆଜିଠାରୁ ତିନିଦିନ ଧରି ସଟଡାଉନ, ଅତି ଜରୁରୀ ନହେଲେ ବାହାରକୁ ବାହାରିବା ମନା, ପାରଳାଖେମୁଣ୍ଡି ସହର ସମେତ ଗୋଷାଣି ଓ ଗୁମ୍ମା ସମ୍ପୂର୍ଣ୍ଣ ଦୁଇଟି ବ୍ଳକ ଏବଂକାଶୀନଗର ବ୍ଲକର ରାଣିପେଣ୍ଠ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛି ପ୍ରଶାସନ । ଏନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି । ଯାହାକୁ ଦୃଷ୍ଟିରେ ରଖି ସଟଡାଉନ ନିଷ୍ପତ୍ତି ନେଇଛି ପ୍ରଶାସନ ।
କ୍ଷୀର ଓ ଔଷଧ ଛଡ଼ା ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଅତ୍ୟନ୍ତ ଜରୁରୀ ଆବଶ୍ୟକ ନ ହେଲେ ଘରୁ ବାହାରକୁ ନ ବାହାରିବା ପାଇଁ ବାରଣ କରାଯାଇଛି । ପୋଲିସ ପ୍ରଶାସନ ଏହାକୁ କଡାକଡି ଭାବରେ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି । ଜିଲ୍ଲା ପ୍ରଶାସନର ନିଷ୍ପିକୁ ଜିଲ୍ଲାବାସୀ ସମର୍ଥନ କରିବା ସହ ସହଯୋଗ କରୁଥିବା କହିଛନ୍ତି ଲୋକେ । ଏହି ସୋଟଡାଉନ ଚାଲିଥିବା ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ଟିମ୍ ଘର ଘର ବୁଲି ଜର, ଖାସ, ଥଣ୍ଡା ନେଇ ପରୀକ୍ଷା ମଧ୍ୟ ଆରମ୍ଭ କରି ଦେଇଛନ୍ତି । (ରିପୋର୍ଟ: ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି,ପାରଳାଖେମୁଣ୍ଡି