୧ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ )- ୨୦୨୧ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୪୩୨ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିରେ ଯାଜପୁର ଜିଲାର କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତ ତାଳଗଡ଼ିଆ ଗ୍ରାମର ସୁଚେତା’ ମିଶ୍ର ୨୨୫ନମ୍ବର ରାଙ୍କରେ ରହି ଅଂଚଳ ପାଇଁ ଗୌରବ ଆଣିଛନ୍ତି । ସେ ତାଳିଗଡ଼ିଆ ଗ୍ରାମର ସ୍ବର୍ଗତ ଭୀକାରି ମିଶ୍ରଙ୍କ ନାତୁଣୀ ଏବଂ ବିଶିଷ୍ଟ କ୍ରୀଡାବିତ ବିଜୟ କୁମାର ମିଶ୍ର ଓ ତିଳୋତ୍ତମା ମିଶ୍ରଙ୍କ ଝିଅ ଅଟନ୍ତି । ସୁଚେତା ତାଳଗଡିଆ ଆଶ୍ରମ ସ୍କୁଲରୁ ପ୍ରାଥମିକି ଶିକ୍ଷା ଓ ହିଙ୍ଗୁଳା ଏମିଇ ସ୍କୁଲରୁ ସପ୍ତମ ପାସ ପରେ ଅଶୋକ ଦାସ ବିଦ୍ୟାପୀଠ କନ୍ତୋରରୁ ମାଟ୍ରିକ ପାସ କରିଥିଲେ ।
ପରେ ଯାଜପୁରୋଡ ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳରୁ ଯୁକ୍ତ ୨ ବିଜ୍ଞାନରେ ସଫଳତାର ସହ କୃତକାର୍ଯ୍ୟ ହୋଇ ୨୦୧୮ ମସିହାରେ ଧର୍ମଶାଳା ମହାବିଦ୍ୟାଳୟରୁ ଯୁକ୍ତ୩ ଶେଷ କଲାପରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ସେ ପ୍ରଥମଥର ପ୍ରିଲିମିନାରୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ । ସେଥିରେ ସେ ଭାଙ୍ଗିନପଡି ଦୃଢ଼ମନୋବଳ ନେଇ ପୁନର୍ବାର ଏହି ପରୀକ୍ଷା ଦେଇ ସଫଳତା ପାଇଥିଲେ ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି ସୁଚେତା । ଏହି ପରୀକ୍ଷା ଲାଗି ସେ କୌଣସି କୋଚିଙ୍ଗ ନନେଇ ଦିନକୁ ୪/୫ଘଂଟା ଅଧ୍ୟୟନ କରିବା ସହ ଆବଶ୍ୟକ ସ୍ଥଳେ ୟୁ-ଟୁବର ସହାୟତା ନେଇଥିଲେ ।
ଏ ସଫଳତା ତାଙ୍କ ବପା-ମାଆଙ୍କ ତତ୍ତ୍ଵାବଧନା, ପରିବାର ସଦସ୍ୟଙ୍କ ଉତ୍ସର୍ଗୀକୃତ ପ୍ରେରଣା ଯୋଗୁ ପାଇଥିଲା ବେଳେ ମାମୁଁ, ମାଇଁ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ, ଧର୍ମଶାଳା ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ଅଧ୍ୟାପକ/ଅଧ୍ୟାପିକାଙ୍କୁ ଏହାର ସମସ୍ତ ଶ୍ରେୟ ଦେଇଛନ୍ତି । ସର୍ବଶୁଭଦାୟିନୀ ମା’ ବିରଜାଙ୍କ କୃପାରୁ ସେ ଜଣେ ସଫଳ ପ୍ରଶାସନିକ ଅଧିକାରୀ ହୋଇ ପରିବେଶ ସଚେତନତା ଓ ମହିଳାମାନଙ୍କ ଲାଗି କାମକରିବା ସହ ଓଡ଼ିଶାବାସୀଙ୍କ ସେବକରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ସୁଚେତା । ଏହି ସଫଳତା ପାଇଁ କୋରାଇ ବିଧାୟକ ଅଶୋକ କୁମାର ବଳ, ପୂର୍ବତନ ବିଧାୟକ ତଥା ମୋ’କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବପ୍ରସାଦ ଦାସ,
ବ୍ଲକର ପୂର୍ବତନ ଅଧ୍ୟକ୍ଷ ଭିକାରୀ ବରାଳ, ସ୍ଥାନୀୟ ସରପଂଚ ଗୌରିଶଙ୍କର ମହାପାତ୍ର, କୋରାଇ ବିଧାୟକଙ୍କ ପ୍ରତିନିଧି ତାରକେଶ୍ବର ମହାନ୍ତି, ୨ନମ୍ବର ଜିଲାପରିଷଦ ସଭ୍ୟ ସସ୍ମିତା ତରାଇ, ଆଇକି କଲେକ ଅଧ୍ୟକ୍ଷା ପଙ୍କଜିନୀ ପାଣି, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ରତ୍ନକର ଜେନା, ଅଧ୍ୟାପକ ଜ୍ୟୋତିପ୍ରକଶ ରାଉତ, ଅରୁଣକୁମାର ମିଶ୍ର, ମଳୟକୁମାର ମଲ୍ଲିକ, ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ମଲ୍ଲିକ, ଏମଇ ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତକୁମାର ମଲ୍ଲିକ, କୋରାଇ ମଣ୍ଡଳ ସାହିତ୍ୟ ସଂସଦର ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଟିଆ, କମ୍ରେଡ ଆଲୋକ ମହାନ୍ତି ପ୍ରମୁଖ ବହୁବିଶିଷ୍ଟ ବ୍ୟକ୍ତି ବିଶେଷ ସୁଚେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତରୋତର ଉନ୍ନତି କାମନା କରିଛନ୍ତି ।