୧ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଓଡିଶା ପ୍ରସିଦ୍ଧ ମା ଉଗ୍ରତାରା ଦେବୀଙ୍କ ମନ୍ଦିର ରୁ ସୁନା ଅଳଙ୍କାର ଚୋରୀ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ୍ । ଏନେଇ ଟାଙ୍ଗୀ ଥାନା ପରିସରରେ ଅତିରିକ୍ତ ଏସ୍ ପି କିଶୋର କୁମାର ମୁଣ୍ଡ ପ୍ରେସ୍ ମିଟ୍ ରେ କରିଛନ୍ତି ଘଟଣାର ଖୁଲାସା..ଗତ ୩୦ ତାରିଖରେ ମା ଉଗ୍ରତାରା ଦେବୀଙ୍କର ଗ୍ରୀଲ ଭାଙ୍ଗି ଦୂର୍ବୁର୍ତ ମାନେ ମା ଙ୍କର ସୁନା ରୁପା ଅଳଙ୍କର ଲୁଟ୍ କରି ନେଇଥିଲେ..
ଏ ନେଇ ପୋଲିସ୍ ୩ ଟି ଗଠନ ଜରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା।ତେଣୁ ଦୁର୍ବୁର୍ତ ମାନେ ଭୟରେ ଲୁଟ୍ କରିଥିଵା ସୁନା ଅଳଙ୍କାର ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ..ପୋଲିସ୍ ଏହାକୁ ଜବତ କରି ଆଗକୁ ବଢିଥିଲା।ଏଥିରେ ୨ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍ ଜବତ କରିଛି । ଗିରଫ ଅଭିଯୁକ୍ତ ଦୁହେଁ ନିରାକାର ପୁର ଅଂଚଳର ବାଇଧର ପ୍ରଧାନ @ ନିତେଇ ୨୨, ଓ ଅନ୍ୟ ଜଣକ ହେଲେ ସୁକାନ୍ତ ପ୍ରଧାନ ୩୩ ବର୍ଷ,

ଗିରଫ ଲୁଟେରା ମାନଙ୍କ ଠାରୁ ମାଙ୍କର ସୁନା ଆଖି ,ସୁନା ଚିତା, ସୁନା ବାହୁଟି,ସହ ରୁପା ମୁକୁଟ ରୁପା ଅଣ୍ଟା ପଟି ସହ ଅନ୍ୟାନ୍ୟ ଅଳଙ୍କାର ଜବତ କରିଛି ପୋଲିସ୍ । ଏ ନେଇ ପ୍ରେସ ମିଟ୍ ରେ ପ୍ରାକାଶ କରିଛନ୍ତି ଅତିରିକ୍ତ ଏସ୍ ପି କିଶୋର କୁମାର ମୁଣ୍ଡ ଏହା ସହ ଏହି ପ୍ରେସ୍ ମିଟ୍ ରେ ଉପସ୍ଥିତ ଥିଲେ ଡି ଏସ୍ ପି ମୀନାକ୍ଷୀ ଠାକୁର । ଓ ଟାଙ୍ଗୀ ଥାନା ଆଇ ଆଇ ସି ସୁସାନ୍ତ କୁମାର ବେହେ୍ରା ।



















