୨୮ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସୋରଡା ଗ୍ରାମର ଭୋଇ ସାହି ରେ।ଦୁଇ ନାବାଳକ ସେହି ଗ୍ରାମର ମହାଦେବ ମନ୍ଦିର ପୋଖରୀକୁ ଗାଧୋଇ ବାକୁ ଯାଇ ବୁଡିଯାଇଥିଲେ । ମହେଶ ନାୟକ ଙ୍କ ୬ ବର୍ଷ ର ନାବାଳକ ପୁଅ ରିତେଶ ନାୟକ ଏବଂ ବାବୁ ନାୟକ ଙ୍କ ୬ ବର୍ଷ ର ପୁଅ ରାକେଶ ନାୟକ । ଗ୍ରାମର କିଛି ଯୁବକ ପୋଖରୀରେ ଗାଧୋଇବା ସମୟରେ ଗଙ୍ଗାଧର ଦଳେଇ ନାମଙ୍କ ଏକ ଜଉବଙ୍କ ର ଗୋଡରେ ବାଜିବାରୁ ସେ ସମସ୍ତ ଙ୍କୁ କହିଥିଲେ ।
ପୋଖରୀରେ ବହୁ ଖୋଜାଖୋଜି କଲାପରେ ଦୁଇଜଣ ନାବାଳକ ଙ୍କୁ ଉଧାର କରି ପରିବାର ଲୋକଙ୍କୁ ଜଣାଇବା ସହ ସଙ୍ଗେ ସଙ୍ଗେ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ସେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ସୁଚନା ଅନୁସାରେ ରିତେଶ ନାୟକ ର ଘର ନୟାଗଡ଼ ଜିଲ୍ଲା ସରଣକୁଳ ଆରେଡା ରେ ସେ ତା-୨୭-୭-୨୦୨୩ ରେ ଅଜାଘରକୁ ବୁଲିବା ପାଇଁ ସୋରଡା ଆସିଥିଲେ ।














