୨୭ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ନଦୀ ଗୁଡିରେ ଜଳସ୍ତର ବୃଦ୍ଧିପାଉଛି । ଏଭଳି ସ୍ଥିତିରେ ବିପଦସଂକୁଳ ଅବସ୍ଥାରେ କୁନିକୁନି ଛାତ୍ରଛାତ୍ରୀ ନଦୀପାର ହୋଇ ସ୍କୁଲ ଯିବା ବିପଦକୁ ଚରଣ କରିବା ଭଳି ମନେ ହେଉଛି । ଗଜପତି ଜିଲ୍ଲା ମୋହନା ବ୍ଳକ ଲିଳିଗଡ ପଞ୍ଚାୟତ ଡେଙ୍ଗାଆମ୍ବ ଗାଁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏହିପରି ପ୍ରତିବର୍ଷ ବର୍ଷାଦିନ ମୋହନା ବ୍ଳକ ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳିଛି ଏହାର ସମାଧାନ ହେବାର ଦେଖିବାକୁ ମିଳୁନି ।

ଏହି ପରି ବର୍ଷ ଏହିଭଳି ଦୃଶ୍ୟର ବିଭିନ୍ନ ଗଣମାଧମରେ ପ୍ରକାଶ ହେଉଛି ସିନା ଏହା ନାଆଁ ଧରୁନୀ ସମାଧାନ। ନଦୀ ଉପରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ବହୁୁବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି । ଫଳରେ ବର୍ଷାଦିନେ ବାଦ୍ୟ ହୋଇ ଛାତ୍ରୀଛାତ୍ର ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଥିବା ଗ୍ରାମବାସୀ କହିଛନ୍ତି । ବ୍ଳକ କାର୍ଯ୍ୟାଳୟ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଡେଙ୍ଗାଆମ୍ବ ଗାଁ ନିକଟରେ ରହିଛି ବଡନଦୀ ନଦୀ ଆରପଟେ ରହିଛି ଡେଙ୍ଗାଆମ୍ବ ଓ କୁଇହୁରୁ ଗାଁ ।

ପ୍ରତିବର୍ଷ ବର୍ଷା ଦିନେ ଏହି ନଦୀରେ ପାଣି ବଢିଲେ ବହୁ ଅସୁବିଧାରେ ଯାତାୟତ କରୁଛନ୍ତି ଗାଁ ଲୋକେ ଓ ଛାତ୍ରଛାତ୍ରୀ ଗାଁ ର ନଦୀପାର ହୋଇ ନାରଙ୍ଗୀ ଗାଁରେ ଥିବା ସ୍କୁଲ ଓ ମୋହନା ହିଲ୍ଟପ୍ କଲେଜକୁ ଆସିଥାନ୍ତି । ବହୁ ସମୟରେ ନଦୀରେ ପାଣି ବଢିଲେ ପିଲାଙ୍କ ସ୍କୁଲ ଓ କଲେଜ ଯିବା ବନ୍ଦ ହୋଇଯାଏ । ଛୋଟଛୋଟ ପିଲା ଯେଉଁଭଳି ଭାବେ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି କେତେବେଳେ ବି କୌଣସି ଅଘଟଣକୁ ଏଡାଇ ଦିଆଯାଇନପାରେ । ତେଣୁ ତୁରନ୍ତ ଏହି ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗାଁ ଲୋକେ ଦାବି କରିଛନ୍ତି ।















