୨୭ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ବହୁଳ ପାହାଡିଆ ଅଞ୍ଚଳ । ଏହି ବ୍ଲକ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ ଅଟେ । ଏହି ରାସ୍ତା ଦେଇ ଓଡ଼ିଶାର ରାଜଧାନୀ ସହ ସମସ୍ତ ଜିଲ୍ଲା କୁ ଦୈନିକ ଅନେକ ବସ ଯାତାୟାତ କରେ ଏହା ସହ ଏହି ଠାରୁ ଶହ ଶହ ଲୋକ ଓଡ଼ିଶାର ସମସ୍ତ ଅଞ୍ଚଳକୁ ଯା ଆସ କରନ୍ତି । କିନ୍ତୁ ଏଠାରେ ସେହିପରି ଏକ ବସଷ୍ଟାଣ୍ଡ ନ ଥିବାରୁ ଦୈନି ଶହ ଶହ ଲୋକ ହଇରାଣ ହେଉଥିବା ଦେଖିବାକୁ ମିଳୁଛି ।

ତେଣୁ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ପରିବହନ ବିଭାଗର ଏକ ଉଚ୍ଚ ସ୍ତରୀୟ ବୈଠକରେ ଦାବୀ ଉପସ୍ଥାପନ କରିଥିବା ଜଣାପଡିଛି । ମୋହନା ଠାରେ ଏକ ଅତ୍ୟାଧୁନିକ ବସ ଟର୍ମିନାଲ କରିବା ନିମନ୍ତେ ସ୍ଥାନୀୟ ତହସିଲଦାର ଙ୍କୁ ମଧ୍ୟ ଜାଗା ଚିହ୍ନଟ ନିମନ୍ତେ ଅନୁରୋଧ କରିଥିବା ଜଣାପଡିଛି । ଏହା ସଙ୍ଗେ ଫୁଲବାଣୀ ଠାରୁ ହାଇଦରାବାଦ କୁ ମଧ୍ୟ ଏକ ଶୀତତାପ ନିୟନ୍ତ୍ରିତ ବସ ଚଳାଇବାକୁ ମଧ୍ୟ ଉଚ୍ଚ ସ୍ତରୀୟ ବୈଠକରେ ଅନୁରୋଧ କରିଥିବା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରିଛନ୍ତି ।














