ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ ସୋନାଲି (୨୭ ଜୁନ୍ ଶନିବାର ) ପୁରୀ : – ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ଯାଏଁ ବାହୁଡା ଯାତ୍ରା ପାଇଁ ପୁଣି ପୁରୀରେ ଜାରି ହେବ କର୍ଫ୍ୟୁ । ୧ରୁ ୪ ତାରିଖ ନୀଳାଦ୍ରିବିଜେ ଯାଏ ଭକ୍ତଙ୍କ ପାଇଁ କଟକଣା ଲାଗୁ କରାଯିବ । ୪ ଦିନ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକଙ୍କୁ ନ ରଖିବାକୁ ହୋଟେଲ, ଲଜଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଏହି ସମୟରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବାହୁଡା ପାଇଁ ମଧ୍ୟ କର୍ଫ୍ୟୁ ଜାରି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପୁରୀର ସମସ୍ତ ପ୍ରବେଶ ପଥକୁ ମଧ୍ୟ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା । ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ କର୍ଫ୍ୟୁ ଲାଗୁ ହେବ ।
ସମସ୍ତ ଭକ୍ତ ଙ୍କୁ ନିଜ ଘରେ ରହି ଗଣ ମାଧ୍ୟମ ଜରିଆରେ ଟିଭି ପରଦା ରେ ଶ୍ରୀ ଜୀଉ ଙ୍କ ବାହୁଡା ଯାତ୍ରା ଦେଖିବେ । ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି । ପୁରୀ ସହରକୁ ସମ୍ପୁର୍ଣ୍ଣ ସଟ ଡାଉନ ଘୋଷଣା କରାଯାଇଥିଲା