୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଢେ଼ଙ୍କାନାଳ ଜିଲ୍ଲା :- ଭୁବନ ବ୍ଲକ ଅନ୍ତର୍ଗତ ନୂଆ ଟିପିଲେଇ ଗ୍ରାମର ଗୋଟିଏ ପରିବାର ୬ ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । ସୂଚନା ରୁ ଜଣା ପଡ଼ିଛି ଆଜି ପିତ ବାସ ଦଳେଇ ଙ୍କ ବାଡିପଟ ପାଳ ଗଦା ରେ କିଛି ପାଳ ଛତୁ ଫୁଟିଥିଲା । ଯାହାକୁ କି ତୋଳି ଆଣି ଘରେ ରୋଷେଇ କରି ପରିବାର ସଦସ୍ୟ ଆଜି ଦିନବେଳା ଖାଇଥିଲେ ।
ତେବେ ଖାଇବାର କିଛି ସମୟ ପରେ ଆଜି ସନ୍ଧ୍ୟାରେ ପରିବାର ର ପ୍ରାୟ ସମସ୍ତ ସଦସ୍ୟଙ୍କ ମୁଣ୍ଡ ବୁଲାଇବା , ପେଟ ରେ ଯନ୍ତ୍ରଣା ହେବ ସହିତ ପ୍ରବଳ ମାତ୍ରା ରେ ବାନ୍ତି ଆରମ୍ଭ ହୋଇଥିଲା । ତେବେ ସଙ୍ଗେ ସଙ୍ଗେ ପରିବାର ର ସମସ୍ତ ସଦସ୍ୟ ଏକ ଗାଡ଼ି ଯୋଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିବା ଦେଖିବାକୁ ମିଳିଛି । ଶେଷ ଖବର ସୁଦ୍ଧା ପରିବାର ର ୬ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଜଣା ପଡିଛି.