୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- ବ୍ୟାସନଗର ପୌରାଂଚଳ ଅନ୍ତର୍ଗତ ରମ୍ପାସ ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଆଜି(ବୁଧବାର) କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ ଯବାନ ଆଲୋକ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା କାରଗିଲ ଯୁଦ୍ଧର ଇତିହାସ ତଥା ଭାରତୀୟ ଯବାନମାନଙ୍କ ଅସୀମ ବୀରତ୍ଵର ଗାଥା ବଖାଣୀଥିଲେ । ସମ୍ମାନିତ ଅତିଥିଭାବେ ଡିଏଭି ପବ୍ଲିକ ସ୍କୁଲର ସଂପାଦକ ପଦ୍ମନାଭ ନାଥ ଯୋଗଦେଇ ଯବାନମାନେ ‘ଭାରତ ମାତା’ର ସୁଯୋଗ୍ୟ ସନ୍ତନ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିବା ସହ ଭଲ ପାଠପଢି ଓ ଦେଶ ଜାତିର ସେବା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
ସଭାପ୍ରାରମ୍ଭରେ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନ ମାନଙ୍କର ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। ଶିକ୍ଷୟିତ୍ରୀ ସୁନନ୍ଦା ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ନଫିସା ଶେଖ୍, ଶକ୍ତିସ୍ୱରୂପା ମହାପାତ୍ର, ସୁଧା ଚନ୍ଦନ ଜେନା, ଅମ୍ରିତା ପାଲ ଶାହା, ଅରବିନ୍ଦ ମହାପାତ୍ର, ଦୁର୍ଗା ପ୍ରସାଦ ପରିଡ଼ା, ସ୍ନେହାପ୍ରଭା ମହାନ୍ତି, ଶିବରାଜ ରାଉତ, ଲିଲି ଦାସ, ହାଡିବନ୍ଧୁ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।