୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ମଙ୍ଗଳବାର ବିଦ୍ୟୁତ ବିତରଣକାରୀ ସଂସ୍ଥା ଟିପିଏସଓଡିଏଏଲ ଭିଜିଲାନ୍ସ ଟିମ୍ ପକ୍ଷରୁ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ସଂପୃକ୍ତ ଗ୍ରାମର ରାମକୃଷ୍ଣ ସାହୁ ଚଢାଉ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ । ପରେ ଗ୍ରାମର କିଛି ଲୋକେ ମିଶି ଟିପିଏସଓଡିଏଏଲ ଭିଜିଲାନ୍ସ ଏନଫୋର୍ସମେଣ୍ଟ ଟିମ୍ର ଲାଇନମ୍ୟାନ୍ ବରେନ୍ଦ୍ର କୁମାର ନିଶଙ୍କଙ୍କୁ ଏକ ସ୍କୃ-ଡ୍ରାଇଭର ସାହାର୍ଯ୍ୟରେ ଆକ୍ରମଣ କରିବା ସହ ତାଙ୍କର ମୋବାଇଲ ଫୋନକୁ ଲୁଟି ନେଇଥିଲେ ।
ଆକ୍ରମଣରେ ନିଶଙ୍କ ଗୁରୁତର ଆହତ ହୋଇଥିଲେ । ଉପସ୍ଥିତ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ଦେଖି ଆକ୍ରମଣକାରୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଘଟଣା ନେଇ ଟିପିଏସଓଡିଏଏଲ ଭିଜିଲାନ୍ସ ଏନଫୋର୍ସମେଣ୍ଟ ସହକାରୀ ନିର୍ବାହୀ ଯନ୍ତ୍ରୀ ନନ୍ଦ କିଶୋର ଦାଶ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।














