୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :- କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ କାରଗିଲ୍ ବିଜୟ ଦିବସ ଜାତୀୟ ସେବା ଯୋଜନା ଦ୍ୱାରା ପାଳିତ ହୋଇ ଯାଇଛି । ଏହି ଅବସରରେ ଭାରତ ସରକାରଙ୍କ ଯୁବ ଓ କ୍ରିଡା ବିଭାଗର ନିର୍ଦ୍ଦେଶ କ୍ରମେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରକୁ ସଫା କରାଯାଇଥିଲା ଓ ୭୫ଟି ଚାରା ରୋପଣ କରାଯାଇଥିଲା ।

ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, କୂଳସଚିବ ଶ୍ରୀ ପିତାମ୍ବର ଭୋଇ, ବିତ୍ତ ନିୟନ୍ତ୍ରକ ଶ୍ରୀ ସୁରେଶ ପିଡିଶିକା, ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, ପିଜି କାଉନ୍ସିଲ ଅଧ୍ୟକ୍ଷ ମେଜର ଡ. ଜୟଦେବ ସାହୁ, ଡ. କୈଳାଶ ଚନ୍ଦ୍ର ଦାଶ , ରେଞ୍ଜର ପଦ୍ମନାଭ କୁମାର, ଡ. ପ୍ରିୟରଞ୍ଜନ ବେହେରା, ଶ୍ରୀ ଜୟନ୍ତ ଦନସନା, ରୋଜମେରି ଏକ୍କା, ଡ. ଧନଞ୍ଜୟ କୁମାର ପ୍ରମୁଖ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।














