୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ମହା ମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ରାଜଭବନ ଭୁବନେଶ୍ବରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ, ୧୬ ନମ୍ବର ଜାତୀୟ ରାଜପଥ ଦେଇ କଟକରେ ପହଞ୍ଚି ଥିଲେ । ପ୍ରଥମେ ମହା ମହିମ ରାଷ୍ଟ୍ରପତି ମା, କଟକ ଚଣ୍ଡୀକୁ ଦର୍ଶନ କରି ପୂଜା ଅର୍ଚ୍ଚନା କରି ସାରିବା ପରେ, ଶୈଳବାଳା ମହିଳା ମହାବିଦ୍ୟାଳୟକୁ ଯାଇ ମଧୁସୂଦନ ଦାସଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରି ବାସସ୍ଥଳୀ ବୁଲି ଦେଖିଥିଲେ ।
ପରେପରେ ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରି ସାରିବା ପରେ, ନେତାଜୀଙ୍କ ସଂଗ୍ରାହାଳୟ ବୁଲି ଦେଖିଥିଲେ । ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରବାଟୀ ନିକଟସ୍ଥ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ,
କଟକ ନଗର ଆଧୁନିକ ଓଡିଶାର ଇତିହାସକୁ ନୂଆ ମୋଡ଼ ଦେଇଛି ।ଐତିହାସିକ ବାରବାଟୀ ବୀରମାଟି । କଟକ ନେତାଜୀଙ୍କ ଜନ୍ମ ସ୍ଥଳୀ, ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାଶ, ଉତ୍କଳ କେଶରୀ ଡ଼କ୍ଟର ହେରେକୃଷ୍ଣ ମହତାବ ପ୍ରମୁଖଙ୍କ କର୍ମ ସ୍ଥଳୀ ଭାବେ ସୁପରିଚିତ । ଓଡିଶା ହାଇକୋର୍ଟ ଅନେକ ବିଚାର ପତିଙ୍କୁ ସୃଷ୍ଟି କରିଛି ।
ପ୍ରଥମେ ଓଡିଶା ହାଇକୋର୍ଟ ୪ ଜଣ ବିଚାର ପତିଙ୍କୁ ନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ , ବର୍ତ୍ତମାନ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ସେ ଆହୁରି କହିଲେ ଯେ, ବିଳମ୍ବିତ ନ୍ୟାୟ ପାଇଁ ଅନେକ ନିର୍ଦ୍ଦୋଷୀଙ୍କ ଜୀବନ ଜଲେରେ କଟୁଛି ବୋଲି କହିଥିଲେ । ଆୟୋଜିତ ପ୍ରତିଷ୍ଠା ଉଦଯାପନୀ ଉତ୍ସବରେ ମହା ମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ,
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ାକ୍ତର ଏସ୍ ମୁରଲୀ ଧର , ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ବିଚାରପତି ସୁବାଷିଶ ତାଳପତ୍ର, ଆଡ଼ ଭୋକେଟ ଜେନେରାଲ ଅଶୋକ ପରିଜା, ହାଇକୋର୍ଟ ବାର ଆସୋସିଏସନ ର ସଭାପତି ଆଇନଜୀବୀ ଧରଣୀଧର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ପରେପରେ ରାଷ୍ଟ୍ରପତି ଓଡ଼ିଶା ହାଇକୋର୍ଟ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଚରାଳୟ ବୁଲି ଦେଖିବା ସହିତ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ । ଅପରାହ୍ନରେ ଏସିବି ମେଡ଼ିକାଲ କଲେଜର ବାର୍ଷିକ ଉତ୍ସବରେ ଯୋଗଦେଇ ଉଦବୋଧନ ଦେଇଥିଲେ । ସେଠାରୁ ଯାଇ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ରେ ଯୋଗ ଦେଇ ଭୁବନେଶ୍ୱର ଫେରିଥିଲେ ।