
୨୫ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଆଦ୍ୟ ତା ୨୫.୦୭.୨୦୨୩ ରିଖ ୨.୦୦ଘ ସମୟ ରେ ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟଳୟ କୁ ଗଜପତି ଜିଲ୍ଲା ର ମୁଖ୍ୟ ବିଚାରପତି ଶ୍ରୀ ଆର ଏନ ବେହେରା ମାସିକ ପରିଦର୍ଶନ ରେ ଆସିଥିଲେ ,ତାଙ୍କ ସହିତ ଅଧିନସ୍ଥ କର୍ମଚାରୀ ଆସିଥିଲେ ।ଶ୍ରୀ ବେହେରା ବିଦ୍ୟାଳୟ ସମ୍ପକ ରେ ଅଧ୍ୟକ୍ଷ ଏବଂ ସମ୍ପାଦକ ଙ୍କ ଠାରୁ ପଚାରି ବୁଝି ଥିଲେ ଏଥି ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ବିଷୟ ରେ ପଚାରି ବୁଝିଥିଲେ।

ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ମତବ୍ୟକ୍ତ କରିଥିଲେ ଯେ ପିଲାମାନଙ୍କ ପାଇଁ ଆବଶ୍ୟକ ଉପକରଣ ଉପରେ ଯଥା ମଧ୍ୟର୍ଣ ଭୋଜନ ,ପୋଷାକ,ଶ୍ରବଣ ଯନ୍ତ୍ର,ଓ ହୁଇଲ ଚେୟାର ପରିଶେଷରେ ଶ୍ରୀ ବେହେରା ପ୍ରତେକ ଶ୍ରେଣୀ ଓ ହଷ୍ଟେଲ ବୁଲିବା ସଙ୍ଗେ ସଙ୍ଗେ ଖାଦ୍ୟ ର ମାନ ମଧ୍ୟ ପରୀକ୍ଷା କରିଥିଲେ ।ସର୍ବୋପରି ମାନ୍ୟବର ଶ୍ରୀ ବେହେରା ସମ୍ପାଦକ ଙ୍କ ଅନୁରୋଧ କ୍ରମେ ବିଦ୍ୟାଳୟ ପରିସର ରେ ୨ ଟି ବୃକ୍ଷ ରୋପଣ କରି ସମାଜ କୁ ଦିଗଦର୍ଶନ ଦେଇଥିଲେ ଏଥିରେ ଯୋଗ ଦେଇଥିଲେ ପରିଚାଳନା କମିଟିର ପ୍ରଶାନ୍ତ କୁମାର ବୀର,ବାବୁସାହୁ ଭଜହରୀ ସାହୁ(ସଭ୍ୟ) ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।















