୨୫ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ/ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନୁର୍ତ୍ତାଙ୍ଗ ଓ ଗୋତରା ପଂଚୟତରେ ଆସନ୍ତା ମାସ ୯ ତାରିଖରେ ହେବ ସରପଞ୍ଚ ଉପନିର୍ବାଚନ, ଏଥିପାଇଁ ଶାସକ ଓ ବିରୋଧୀ ଦଳ ସମର୍ଥନରେ ପାର୍ଥି ହୋଇଥିବା ସରପଞ୍ଚ ପ୍ରତିଦ୍ବନ୍ଦୀ ମାନେ ପ୍ରଚାର କାର୍ଯ୍ୟ ଜୋରଦାର କରିଥିବା ବେଳେ ଶାସକ ଦଳର ବରିଷ୍ଠ ବିଜେଡି ନେତା ବିଧାୟକ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ୱ ଆଗରେ ବିରୋଧୀ ମାନେ ହାଲିଆ ହୋଇଗଲେଣି, ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି ବିରୋଧୀ ଦଳର କର୍ମୀ ମାନେ ସେତେ ମାତ୍ରାରେ ଶାସକ ଦଳକୁ ଡେଉଁଥିବା ଘଟଣା ଉଭୟ କଂଗ୍ରେସ ଓ ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ହେଉଛି,

ନୁର୍ତ୍ତାଙ୍ଗ ପଞ୍ଚୟତରେ ଶଶୁର ପାଳିଏ କୁ ବୋହୂର ପାଳିଏ ନୀତିରେ ସରପଞ୍ଚ ପାର୍ଥି ବିଜୟ ଲାଭ କରିଥାନ୍ତି, ହେଲେ ଗତ ପଂଚାୟତ ନିର୍ବାଚନରେ ବିଜେପି ସମର୍ଥିନରେ ରମାକାନ୍ତ ବରାଳ ସରପଞ୍ଚ ହୋଇଥିଲେ, ଏକ ବର୍ଷ ପରେ ତାଙ୍କର ବିୟୋଗ ହେବାରୁ ଏବେ ଉପନିର୍ବାଚନ ହେଉଛି, ହେଲେ ବିରୋଧୀ ଦଳ ର ସରପଞ୍ଚ ହୋଇଥିବାରୁ ପଂଚୟତର ବିକାଶ ସେଭଳି ହୋଇପାରିନାହିଁ, ଯାହାକୁ ନେଇ ସାଧାରଣ ଭୋଟର ମାନେ ଏବେ ଚିନ୍ତାରେ ପଡିବା ସହ ଗାଁ ର ବିକାଶ ପାଇଁ ଶାସକ ଦଳକୁ ଡେଇଁବା ଆରମ୍ଭ କରିଦେଇଛନ୍ତି,

ଯାହାକୁ ନେଇ ବିରୋଧୀଙ୍କ ଶିବିରରେ ଏବେ ଛାନିଆ ପଶିଛି, ପ୍ରତାପ ଙ୍କ ସଂଗଠନ ଧୀରେ ଧୀରେ ନୁର୍ତ୍ତାଙ୍ଗ ପଂଚୟତରେ ଦୃଢ଼ ହେଉଥିବାରୁ ବିରୋଧୀ ଛାନିଆ ହୋଇଗଲେଣି, କିପରି ଉପନିର୍ବାଚନ ପାର ହେବେ, ସାଧାରଣ ଭୋଟରଙ୍କ ଏବେ ଗୋଟିଏ ଚିନ୍ତା ନୁର୍ତ୍ତାଙ୍ଗ ପଂଚୟତର ବିକାଶ,ତେଣୁ ସେମାନେ ଶାସକ ଦଳର ପାର୍ଥିଙ୍କୁ ଅଧିକ ସମର୍ଥନ ଦେବାକୁ ଖୋଲାଖୋଲି କହି ବୁଲିଲେଣି, ଅନ୍ୟ ପକ୍ଷରେ ବିରୋଧୀ ପାର୍ଥି ଓ ପଂଚାୟତ ଜନପ୍ରତିନିଧିଙ୍କ ମଧ୍ୟରେ ଗୃହଯୁଦ୍ଧ ଜୋରଦାର ଲାଗିଥିବାରୁ ବିଜେଡ଼ି ସମର୍ଥତ ସରପଞ୍ଚ ପାର୍ଥି ପବିତ୍ର ମୋହନ ବରାଳଙ୍କ ପାଇଁ ବିଜୟ ଦ୍ୱାର ଉନ୍ମୁକ୍ତ ହୋଇଥିବା ଆଲୋଚନା ଜୋର ଧରିଛି,
















