କୁଜଙ୍ଗ ର ନୂତନ ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ ଯୋଗଦେବା ପରେ ଏବେ ଅପରାଧିକ ମାମଲରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ନିଦ ହଜିଯାଇଛି ।
କୁଜଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶଙ୍କ ତତ୍ୱାବଧାନ ଓ ବିଶ୍ୱଜିତ୍ ଗଡ଼ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଜାଗାରେ ଚଢ଼ାଉ କରି ଇମାକୁ ଗିରଫ କରିବାରେ ସଫଳ ହୋଇଥିଲେ ।
ଘଟଣାରେ ପୁଲିସ ଛାନ୍ଭିନ୍ କରି ତାକୁ ଗିରଫ କରିଥିବା ବେଳେ ତାର ନାମରେ ପୂର୍ବରୁ ୧୫ଟି ଅପରାଧିକ ମାମଲା ରହିଥିବା ସୂଚନା ଦେଇଛନ୍ତି କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ ।
୨୫ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୁଜଙ୍ଗ :- କୁଜଙ୍ଗ ପୋଲିସ୍ ଏକ ରାହାଜାନି ଓ ମାଡ଼ ମାରିଥିବା ଘଟଣାରେ ହାର୍ଡକୋର କ୍ରିମିନାଲକୁ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣିଥିବା ଜଣାପଡିଛି । କୁଜଙ୍ଗ ଅଂଚଳର ଜନୈକ ବ୍ୟକ୍ତି ଏଟିଏମ୍ରୁ ୩୦ ହଜାର ଟଙ୍କା ଉଠାଇ ଆଣିଆସୁଥିବା ବେଳେ ବଳରାମପୁର ଅଂଚଳରେ ପେଷାଦାର ଅପରାଧି ମହମ୍ମଦ ଇମ୍ରାନ୍ ଓରଫ ଇମା ଓ ତାର ସହଯୋଗୀ ସେହି ବ୍ୟକ୍ତିକୁ ମାଡ଼ ମାରିବା ସହିତ ୩୦ ହଜାର ଟଙ୍କା ଛଡାଇନେଇଥିଲେ । ଏହି ଘଟଣାରେ ଜନୈକ ବ୍ୟକ୍ତି କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ କେସ୍ ନଂ ୩୬୦/୨୩ ରେ ମାମଲା ରୁଜ୍ଜୁ କରିଥିଲା ।
ଅନ୍ୟପକ୍ଷରେ ଇମା କେଉଁଆଡେ ଫେରାର ହୋଇଯାଇଥିବା ବେଳେ ଗତକାଲି ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶଙ୍କ ତତ୍ୱାବଧାନ ଓ ବିଶ୍ୱଜିତ୍ ଗଡ଼ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଜାଗାରେ ଚଢ଼ାଉ କରି ଇମାକୁ ଗିରଫ କରିବାରେ ସଫଳ ହୋଇଥିଲେ । କୁଜଙ୍ଗ ଥାନା ବଳରାମପୁର ଗ୍ରାମର ଏହି ଯୁବକ ଏକ ଗ୍ୟାଙ୍ଗ କରି ବିଭିନ୍ନ ଚୋରି ଓ ବ୍ରାଉନ୍ ସୁଗାର, ବିଭିନ୍ନ ଅପରାଧିକ ଘଟଣା ଘଟାଇ ଆସୁଥିଲା । ଏପରିକି ତା ନାମରେ ୧୫ ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ଓ ଚୋରା ଧଳା ଜହର ବେପାର ସହ ସମ୍ପୃକ୍ତ ଥିବା ପୁଲିସ କହିଛି ।
ଏହି ଘଟଣାରେ ପୁଲିସ ଛାନ୍ଭିନ୍ କରି ତାକୁ ଗିରଫ କରିଥିବା ବେଳେ ତାର ନାମରେ ପୂର୍ବରୁ ୧୫ଟି ଅପରାଧିକ ମାମଲା ରହିଥିବା ସୂଚନା ଦେଇଛନ୍ତି କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ । ଗତ ୩ ଦିନ ମଧ୍ୟରେ କୁଜଙ୍ଗରେ ବିଭିନ୍ନ ମାମଲରେ ମୋଟ ୨୩ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ଅପରାଧିକ ଘଟଣା ଓ ଚୋରି ଘଟଣାରେ ଅଦାଲତ ଚାଲଣ କରାଯାଇଥିବା ଜଣାପଡିଛି । କୁଜଙ୍ଗ ର ନୂତନ ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ ଯୋଗଦେବା ପରେ ଏବେ ଅପରାଧିକ ମାମଲରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ନିଦ ହଜିଯାଇଛି ।