୨୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ମହେନ୍ଦ୍ରଗଡ଼ ସମେତ ଶିଆଳିଲଟି, ଛେଳିଗଡ଼ ଓ ଛେଳାଗଡ଼ ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ ୧୩୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୫୪ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା- ୮୧ ଓ ୪ ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି ।

ଚାରି ଜଣଙ୍କୁ ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କୋଡ଼ିଏ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ଜଳ ସେଚନ, ଗୃହ ନିର୍ମାଣ, ରାସନ୍ କାର୍ଡ, ମନରେଗା, ଶିକ୍ଷା, ମୋ ଘର ଯୋଜନା, ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା, ସେଥି ମଧ୍ୟରୁ ଚାରି ଗୋଟି ପଞ୍ଚ୍ୟାୟତ ୩୦ ଜଣ ହିତଧିକାରୀଙ୍କୁ ଜଙ୍ଗଳ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ୧୪ ଜଣଙ୍କୁ ପେନସନ ପ୍ରଦାନ କରାଯାଇଛି। ଆଜିର ଅଭିଯୋଗ ଶୁଣାଣିରେ କିଛି ତଳେ ଆଶ୍ରମ ବିଦ୍ୟାଳୟ କିଛି ଶିକ୍ଷକ ଛାତ୍ରବାସରେ ପିଲା ନଥାଇ ପ୍ରଧାନ ଶିକ୍ଷକମାନେ ଚାଉଳ ଉଠାବା ଚେଷ୍ଟା କରିବାକୁ ଏହାକୁ WEO ମନାକରି ପରେ ସେହି ପ୍ରଧାନ ଶିକ୍ଷକମାନ ବହୁଦିନର ଫେସବୁକରୁ ଫୋଟ ବାହାର କରି କମିସନର ଯାଇ ଶିକ୍ଷକମାନେ ଅଭିଯୋଗ କରିଥିଲେ । ଏହାର ତଦନ୍ତ କରି WEO କାର୍ଯ୍ୟ ଅନୁଷ୍ଠାନ ନେବାକୁ DWEO ନିଦେଶ ଆସିବାପରେ DWEO ଶିକ୍ଷକମାନଙ୍କ ଠାରୁ ମୁଟା ଟଙ୍କା ନେଇ DWEO କୌଣସି ନତଦନ୍ତ କରି WEOଙ୍କୁ ଦଦଳି କରାଯାଇଥିଲା । ଏହାପରେ ଜିଲ୍ଲାପ୍ରଶାସନ ତଦନ୍ତ କରିବାରୁ ଶିକ୍ଷକମାନେ କୌଣସି ସତ୍ୟସତ ମିଳିନଥିଲା । ହେଲେ ମଧ୍ୟ ସେହିମାନଙ୍କୁ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ ନରିବାକୁ ନେଇ ଏହି ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଥିଲା ।

ଜିଲ୍ଲାପାଳ ତଦନ୍ତ ଚାଲୁଛି ତଦନ୍ତ କାର୍ଯ୍ୟ ଅନୁଷ୍ଠାନ ନିଆଯିବ କହିଥିଲେ । ସେହିପରି ଡାବରାଗଗୁଡା ସରପଞ୍ଚ ତାଙ୍କ ଗ୍ରାମରେ ଆଶ୍ରମ ବିଦ୍ୟାଳୟ ଅବେସ୍ଥା ଚିଲିଛି ବୋଲି ଅଭିଯୋଗ କରିଥିଲେ । ଏହା ମଧ୍ୟ ଅଭିଯୋଗ ହେଉଛି ଯେ DWEO ସେହି ଶିକ୍ଷକ ମାନଙ୍କ ଠାରୁ ମୁଟାଆକାରେ ଟଙ୍କା ପ୍ରଧାନଶିକ୍ଷକଙ୍କୁ ତାଙ୍କ ମୁତାବକ ବିଦ୍ୟାଳୟ ବଦଳି କରାଯାଇଛି ବୋଲି ଶୁଣିବାକୁ ମିଳିଛି । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ଆର.ଉଦୟଗିରୀ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ଶବର, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗମାଙ୍ଗ,ଆର.ଉଦୟଗିରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲାରିମେନ ଖାର୍ସେଲ ,ତହସିଲଦାର, ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ ।














