୨୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ବାଙ୍କୀରୁ ତ୍ରୀଶୁଳିଆ ରାସ୍ତା ଦେଇ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା, ଗୋ ମାଂସ ବୋଝେଇ ଏକ ଆଇଚର ଟ୍ରକକୁ ସ୍ଥାନୀୟ ଲୋକେ ଆଜି ଅପରାହ୍ନ ୪ଟାରେ ନରଣପୁର ନିକଟସ୍ଥ ଡିୟନ ସ୍କୁଲ ଠାରେ ଅଟକାଇଥିଲେ । ଏହି ଖବର ପ୍ରଚାର ହେବା ମାତ୍ରେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଲାଗିଥିଲା । ଏନେଇ ସେଠାରେ କିଛି ସମୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ଘଟଣାର ଖବର ପାଇ ବାରଙ୍ଗ ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରି , ଗାଡ଼ିର ଚାଳକ ଏବଂ ହେଲଫରକୁ ଧରି ଥାନାକୁ ନେଇଥିଲେ ।

ଏହି ରାସ୍ତା ଅନେକ ସମୟରେ ଗୋ ମାଂସ ବୋଝେଇ ଟ୍ରକ ନିୟମିତ ଯାତାୟାତ କରୁଛି । ସ୍ଥାନୀୟ ପୋଲିସର ଏବିଷୟରେ ଜାଣି ମୋଟା ଅଙ୍କର ଅର୍ଥ ନେଇ ନଦେଖିଲା ପରି ରହୁଛନ୍ତି ବୋଲି, ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଆଇର ଗୋ ମାଂସ ବୋଝେଇ ଆଇଚର ଗାଡ଼ି ଆସୁଥିବା ନେଇ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ଖବର ପାଇ, ତ୍ରିଶୁଳିଆ ଛକରେ ଅପେକ୍ଷା କରି ରହିଥିଲେ । ଗାଡ଼ି ପହଞ୍ଚିବାରୁ ସେ ଅଞ୍ଚଳ ପଚା ଦୁର୍ଗନ୍ଧମୟ ହୋଇ ଉଠିଥିଲା ।

ସ୍ଥାନୀୟ ଯୁବକ ମାନେ ଗୋ ମାଂସ ବୋଝେଇ ଗାଡ଼ିକୁ ଅଟକାଇଥିଲେ ମଧ୍ୟ ଚାଳକ ଗାଡ଼ି ନଅଟକାଇ ପଳାଉଥିଲା । ସ୍ଥାନୀୟ ଯୁବକ ମାନେ ଗାଡ଼ିର ପିଛା କରି ନରଣପୁର ଠାରେ ଅଟକାଇବାରେ ସଫଳ ହୋଇଏ । ଏଠାରେ ପ୍ରଶ୍ନ ଉଠୁଚି ଗାଡିଟି ବାଙ୍କୀରୁ ଆସୁଥିଲା ବେଳେ ଗୋଡିସାହି ଫାଣ୍ଡି ଅତିକ୍ରମ କରି ତ୍ରିଶୁଳିଆରେ ପହଞ୍ଚିଲା । ଫାଣ୍ଡିବାଲା କଣ ଜାଣି ପାରିଲେ ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପୋଲିସ କର୍ମଚାରୀ ମାନେ ଏସବୁ ଘଟଣାକୁ କାହିଁକି ଗୁରୁତ୍ୱ ଦେଉନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।
















