ଓଡିଶା ତାଜା ନ୍ୟୁଜ୍ (୨୭ ଜୁନ୍ ଶନିବାର ) ନୟାଗଡ ଜିଲ୍ଲା :- ସମଗ୍ର ଓଡିଶାରେ ସ୍ୱାସ୍ଥ୍ୟ ସେବାକୁ ଅଗ୍ରାଧିକାର ଭିତ୍ତିରେ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରିଥିବାବେଳେ ନୟାଗଡ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କୁ ବାସ୍ତବ ରୂପ ଦେବାପାଇଁ ଜିଲ୍ଲାପ୍ରଶାସନ ମଧ୍ୟ୍ୟ ଅଣ୍ଟା ଭିଡିଛି ।
ଏହି ପରିପ୍ରେକ୍ଷୀରେ ଜିଲ୍ଲପାଳ ଡା. ପୋମା ଟୁଡୁଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି । ଏଥି ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସର୍ବେକ୍ଷଣ ଟିମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଯୋଜନାର ସର୍ଭେ ଆରମ୍ଭ କରିଛନ୍ତି ।
ଏହି ଟିମ ଆଶା କର୍ମୀ,ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଏ.ଏନ.ଏମ ମାନଙ୍କୁ ନେଇ ଗଠନ ହୋଇଛି । ଏହି ଟିମ ଗାଁ ଗାଁ ବୁଲି ମ୍ୟାଲେରିଆ, ଝାଡା, ଥଣ୍ଡା, କାଶ, ଟିବି ଆଦି ରୋଗୀଙ୍କ ସମ୍ପର୍କରେ ସର୍ଭେ କରୁଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ଏପରିକି ଆବଶ୍ୟକ ବେଳେ ଜିଙ୍କ, ଓ. ଆର.ଏସ ପାଉଡର ଦିଆଯାଉଛି କି ନାହିଁ ତାର ମଧ୍ୟ ତଦାରଖ କରୁଛନ୍ତି । ଥଣ୍ଡା, କାଶ ହେଲେ ସେମାନଙ୍କର କରୋନା ସନ୍ଦେହ ଦୂରୀଭୂତ ପାଇଁ ତୁରନ୍ତ ସ୍ୱାବ ନେଇ ଟେଷ୍ଟ କରିବା ପାଇଁ ପଠାଯାଉଥିବା ଜଣାପଡିଛି ।
ଏହି କାର୍ଯ୍ୟକ୍ରମ ଜୁନ 16 ରୁ ଆରମ୍ଭ ହୋଇଥିବାବେଳେ ଏହା ଆଗାମୀ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଚାଲିବ । (ରିପୋର୍ଟ-ରାମ କୃଷ୍ଣ ରଥ )