ଓଡିଶା ତାଜା ନ୍ୟୁଜ୍ (୨୭ ଜୁନ୍ ଶନିବାର ) ନବରଙ୍ଗପୁର :- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ତହସିଲ ଅଧିନସ୍ଥ ଚନ୍ଦାହାଣ୍ଡି ସଦର ମହକୁମାର ରାଜସ୍ୱ ନିରୀକ୍ଷକ ମିନାକ୍ଷୀ ଦଣ୍ଡସେନା ଗତ ୨୫ ତାରିଖ ଗୁରୁବାର ସକାଳେ ନିଜଗାଁ ସାଲେଭଟା ଠାରେ ଘରକାମ କରୁଥିବା ସମୟରେ ତାଙ୍କ ବାମ ଗୋଡ଼ରେ ବିଷାକ୍ତ କଲାଟି ସାପ କାମୁଡ଼ାରେ ଗୁରୁତର ଆହତ ହୋଇଥିଲେ ।
ତାଙ୍କ ସ୍ୱାମୀ ଚନ୍ଦାହାଣ୍ଡି ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅନନ୍ତ ସିହ୍ନା ତୁରନ୍ତ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ଚିକିତ୍ସା ଆରମ୍ବ କରାଇଥିଲେ । ବର୍ତ୍ତମାନ ସେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ମେଡିକେଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଡାକ୍ତର ସଂଗ୍ରାମ ସାହୁ ଚିକିତ୍ସା ଜାରି ରଖିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ପ୍ରକାଶ କରିଥିଲେ ।
ବିଧାୟକ ଶ୍ରୀମାଝୀ ମେଡିକେଲ ରେ ଚିକିତ୍ସିତ ହେଉଥିବା ଅନ୍ୟାନ୍ୟ ରୋଗୀମାନଙ୍କୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଜମାଦାରପଡା ର ବୃଦ୍ଧା ମହିଳାଙ୍କୁ ଆଶାବାଡି ପ୍ରଦାନ କରିଥିଲେ ।ଚନ୍ଦାହାଣ୍ଡି ସରପଞ୍ଚ ଲଛମନ ମାଝୀ ବିଧାୟକ ଙ୍କ ଏହି ମେଡିକେଲ ଗସ୍ତ ସମୟରେ ଉପସ୍ଥିତ ଥିଲେ । (ରିପୋର୍ଟ-ଯୁବରାଜ ଜଗତ ନବରଙ୍ଗପୁର ଜିଲ୍ଲା ପ୍ରତିନିଧି )