୨୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ :- ଭୁବନ ଅଞ୍ଚଳ ରେ ଗତ କିଛି ଦିନ ହେଲା ଜଙ୍ଗଲି ହନୁ ମାଙ୍କଡ ଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି।ଗୋଟିଏ ଦଳ ରେ ପ୍ରାୟ ୧୫ ଟି ହନୁ ମାଙ୍କଡ ଜଙ୍ଗଲ ରୁ ପଳାଇ ଆସି ଭୁବନ ବସଷ୍ଟାଣ୍ଡ , ପରିବା ମାର୍କେଟ ରେ ଉତ୍ପାତ କରୁଛନ୍ତି । ପଥଚାରୀ , ବାଇକ ଆରୋହୀ ମାନଙ୍କର ବିଶେଷ ଭାବେ କ୍ଷୟକ୍ଷତି ହେଉଛି ।ହନୁ ମାଙ୍କଡ କେତେବେଳେ ଲୋକଙ୍କୁ ଗୋଡ଼ାଉଛନ୍ତି ତ ଆଉ କେତେବେଳେ ବାଇକ ରେ ବସି ରହୁଛନ୍ତି ଓ ଲୋକଙ୍କ ଜିନିଷ ପତ୍ର ନେଇଯିବା ସହ ପଲିଥିନ , ପରିବା ବ୍ୟାଗ ଛଡ଼ାଇ ନେଇଯାଉଛନ୍ତି ।
ଏପରିକି ଦୋକାନ ସୋକ୍ୟାସ ରେ ବସି ବିସ୍କୁଟ ଓ ଅନ୍ୟାନ୍ୟ ଜିନିଷ ଯେତିକି ଖାଉଛନ୍ତି ତା ଠାରୁ ଅଧିକ ନଷ୍ଟ କରୁଛନ୍ତି ।୧ ନମ୍ବର ୱାର୍ଡ ସ୍ଥିତ ଲତାବିଲ,ତହସିଲ କଲୋନୀ,ପି ଏଚ ଡି କଲୋନୀ,ପି ଡବ୍ଲୁ ଡି କଲୋନୀ,ବ୍ଲକ କଲୋନୀ ରେ ମଧ୍ୟ ହନୁ ମାଙ୍କଡ ଙ୍କ ଉତ୍ପାତ ଦେଖିବାକୁ ମିଳୁଛି ।ହନୁ ମାଙ୍କଡ ଙ୍କ ଉତ୍ପାତ ରେ ଜନସାଧାରଣ ଅତିଷ୍ଟ ହୋଇ ପଡିଲେଣି ।ବାରମ୍ବାର ଅଭିଯୋଗ ସତ୍ବେ ବନ ବିଭାଗ କର୍ମଚାରୀ ମାନେ ଏଥି ପ୍ରତି ଗୁରୁତ୍ବ ଦେଉନାହାନ୍ତି । ଏଣୁ ବନ ବିଭାଗ ର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି ।