
ଓଡିଶା ତାଜା ନ୍ୟୁଜ୍ (୨୭ ଜୁନ୍ ଶନିବାର ) ନବରଙ୍ଗପୁର :- ଆଜି ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ଠାରେ ଆୟୋଜିତ ପେନସନ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀ ମାନଙ୍କୁ ପେନସନ ବଣ୍ଟନ କରିଥିଲେ । ସାଂସଦ ଶ୍ରୀମାଝୀ ରାଇଘର ବ୍ଲକର ଛେଲିଡ଼ଙ୍ଗରି ର ୧୧ ଜଣ, କଚରାପାରା ୧୩,ମହାଣ୍ଡ ଓ ଦେବାଗାଁ ଗ୍ରାମପଞ୍ଚାୟତର ୧୧୦ ସର୍ବମୋଟ ୧୩୪ ଜଣ ହିତାଧିକାରୀଙ୍କୁ ପେନସନ ବଣ୍ଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାଇଘର ବ୍ଲକ ବିଜେଡି ବରିଷ୍ଠ ନେତା ଡବ୍ଲୁ ଗଣ୍ଡ, ପୂର୍ବତନ ବ୍ଲକର ଅଧ୍ୟକ୍ଷ ଚିତ୍ତରଞ୍ଜନ ଗଣ୍ଡ, ପ୍ରଣବ ଭୂୟାଁ, ରାମନାଥ କେଉଟ, ରାଇଘର ବିଜେଡି ମିଡ଼ିଆ ସଂଯାଜକ ହେମନ୍ତ କୁମ୍ଭାର ଓ ସମ୍ପୃକ୍ତ ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା, ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ରହିଥିଲେ (ରିପୋର୍ଟ- ଯୁବରାଜ ଜଗତ )














