No Result
View All Result
୧୯ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଯତ୍ନୀ ରବୀନାରାୟଣ ଲେଙ୍କା ଦୁର୍ବୃତ୍ତଙ୍କ ଆକ୍ରମଣ ରେ ଗୁରୁତର ଆହତ ହୋଇଛନ୍ତି । ଇଞ୍ଜିନିୟର ଶ୍ରୀ ଲେଙ୍କା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ ସେହି ଅଞ୍ଚଳର ରଞ୍ଜିତ ସାଶମଲ ନାମକ ଜଣେ ଯୁବକ ଅତର୍କିତ ପଥର ମାଡ କରିବାରୁ ତାଙ୍କର ମୁଣ୍ଡ ଫାଟି ଯାଇ ପ୍ରବଳ ରକ୍ତ ବାହାରିଥିଲା ।
ଏହି ସମୟରେ ତାଙ୍କ ଅଫିସ କର୍ମଚାରୀ ମାନେ ତୁରନ୍ତ ଡାକ୍ତରଖାନା ନେଇ ଭର୍ତ୍ତି କରାଇ ଥିଲେ । ବ୍ଳକ ଅଧ୍ଯକ୍ଷା ଅନୀମା କହଁର, ବିଡ଼ିଓ ସହକାରୀ ଯନ୍ତ୍ରୀ ପ୍ରମୁଖ ଡାକ୍ତରଖାନା ଯାଇ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ I ତେବେ ଦୁର୍ବୃତ୍ତ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା I ଯାହା ସୂଚନା ରହିଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାର ନାଁ ନଥିବା ରୁ ସେ ଏହି ଆକ୍ରମଣ କରିଥିବା ଶୁଣିବାକୁ ମିଳିଛି I ଗତ ଦୁଇଦିନ ପୂର୍ବରୁ ସେ ଯତ୍ନୀ ଲେଙ୍କାଙ୍କୁ ଧମକ ଦେଇଥିବା ବେଳେ ଆଜି ଆକ୍ରମଣ କରିଥିଲା I ପୋଲିସ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ବ୍ଲକ୍ କର୍ମଚାରୀ ମାନେ ଦାବୀ କରିଛନ୍ତି ।

No Result
View All Result