୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଜୋରାଇ :- କୋରାଇ ଥାନା କହ୍ନା ଛକ ନିକଟରେ ନାୟକ ଆଣ୍ଡ ନାୟକ ନାମକ ଏକ ଯାତ୍ରୀବାହି ବସ (ବସ ନମ୍ବର ଓଆର-୦ ୨ବିଏସ ୦୦୪୫) ଭାରସାମ୍ୟ ହରାଇ ରାସ୍ତାତଳକୁ ଓଲଟି ପଡିଥିଲା । ସେଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୫ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲା ବେଳେ ୯ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଘଟଣାସୁଳେ କୋରାଇ ଓ ଯାଜପୁରରୋଡ ପୁଲିସ ପହଂଚି ଆହତମାନଙ୍କୁ ଉଦ୍ଧାର କରି ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ । ସେଠାରେ ୯ରୁ ଉର୍ଦ୍ଧ୍ୱ ଆହତଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଯାଜପୁର ଜିଲା ହସ୍ପିଟାଲ ଓ କଟକ ବଡ ମେଡିକାଲକୁ ପଠାଯାଇଛି ।
ଘଟଣାରୁ ପ୍ରକାଶଯେ ଆଜି କଟକରୁ କରଞ୍ଜିଆ ଅଭିମୁଖେ ଯାଉଥିବା ନାୟକ ଆଣ୍ଡ ନାୟକ ବସ ଅପରାହ୍ନରେ ୨୦ ନମ୍ବର ଜାତୀୟ ରାଜପଥ ବେଣାପୁର ଗୋଲେଇ ଛକରୁ ଯାଜପୁରରୋଡ ବସଷ୍ଟାଣ୍ଡକୁ ଯାଉଥିଲା । ଜହ୍ନାଛକ ପୂର୍ବରୁ ବାମପାର୍ଶ୍ବରେ ଅନ୍ୟଏକ ଗାଡ଼ିକୁ ଅତିକ୍ରମକରୁଥିଲା ବେଳେ ପୂର୍ତବିଭଗ ପକ୍ଷରୁ ନୂଆକରି ନିର୍ମାଣ କରାଯାଇଥିବା ରାସ୍ତାରେ ଦବିଯାଇ ଓଲଟି ପଡିଥିଲା ।
ଫଳରେ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ନେଇଯାଉଥିବା ଗାଡ଼ିଟି ରାସ୍ତାପାର୍ଶ୍ବ ବିଲକୁ ଓଲପଡିଥିଲା ବେଳେ ଯାତ୍ରୀମାନେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଓ ପୁଲିସ ବାହିନୀ ୧୦୮ ଆମ୍ବଲାନ୍ସ ଯୋଗେ ଆହତମାନଙ୍କୁ ଚିକିତ୍ସାନିମନ୍ତେ ଯାଜପୁରରୋଡ ଗୋଷ୍ଠୀ ସ୍ବାସୁକେନ୍ଦ୍ରରେ ଭକରିଥିଲେ । ଆହତମାନେ ହେଲେ ନୂଆଖୁଆର ହେମନ୍ତକୁମାର ମଲ୍ଲିକ(୩୪),
ତାଙ୍କ ସ୍ତ୍ରୀ ପ୍ରଭାତି(୨୮) ଓ ତାଙ୍କ ୬ମାସର ଝିଅ ସେମ୍ୟାଶ୍ରୀ, କେନ୍ଦ୍ରପଡାର ବଳରାମ ନାୟକ(୩୮), ରୁଦ୍ରନାରାୟଣପୁର ଗ୍ରାମର ସୁମିତ୍ରା ନନ୍ଦ (୨୫), ସୁନିତା ନନ୍ଦ(୨୮), ଶିବାଂସୁ ନନ୍ଦ( ୨ )ଶ୍ରଦ୍ଧାଶୁ ନନ୍ଦ(୯), କାରକାର ପ୍ରବୀର ନନ୍ଦ(୨୮), କେନ୍ଦ୍ରପାତା ଜିଲାର ବୋଲି ଗ୍ରାମର ରାକେଶ ବେହୁରା (୨୫),
ଜିଙ୍କିଳୋଟର ମଙ୍ଗୁଳି ଚରଣ ସିଂହ (୫୩), କେନ୍ଦ୍ରପାହାର ବଳରାମ ନାୟକ(୩୩), ନଗୁଆଁର ପ୍ରଫୁଲ୍ଲ ପାତ୍ର(୬୦), କୋଳିମାଠିଆର ନକୁଳ ପାତ୍ର(୪୦), କରଞ୍ଜିଆ କୂଳପସି ପଂଚାୟତର ସରପଂଚ ଗଙ୍ଗା ସିଂହ (୪୧), କଇନପୁରର ରାଜେଶ କୁମାର ସାହୁ (୨୯), କନ୍ୟାପାଳର ଦୁଷ୍ମନ୍ତ କୁମାର ରଣା (୪୧),
କଶିପୁରର ଫାଲ୍ଗୁନି ସାଂସଦା (୫୦), ରାଜୁ ହଂସଦା ( (୫୦), କେଉଁଝରର ସୁପ୍ରିକ ଶତପଥୀ, (୨୮) ବିଦ୍ୟାଧର ମହାରଣା(୧୯), ସାଲେପୁରର ସସ୍ମିତା ରାଉତ (୨୨) ଓ ଗୌରାଙ୍ଗ ରାଉତ(୧୦) ପ୍ରମୁଖ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜଣଙ୍କୁ ଯାଜପୁର ଜିଲା ହସ୍ପିଟାଲ ଓ ଅନ୍ୟ ୮ ଜଣଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଘଟଣା ସ୍ଥଳେ ସ୍ବେଚ୍ଛାସେବୀ ରାକେଶକୁମାର ରାଉତ, ରାଜେନ୍ଦ୍ରକୁମାର ବିଶ୍ବାଳ, ହେମନ୍ତକୁମାର ଧୀର ଓ ୧୦୮ ଅମ୍ବୁଲାନ୍ସର ଅପରେସନ ମ୍ୟାନକର ସେକ ହବିବୁର ରେହମନ, କ୍ଲଷ୍ଟର ଲିଡର ଆଶିଷକୁମାର ବଳ ପ୍ରମୁଖ କର୍ମଚାରିମାନେ ଉପସ୍ଥିତ ରହି ଚିକିତ୍ସାରେ ସହାୟତା କରିଥିଲେ ।