ଓଡିଶା ତାଜା ନ୍ୟୁଜ୍ (୨୭ ଜୁନ୍ ଶନିବାର ) ରିପୋର୍ଟ -ସୋନାଲି , ଭୁବେନଶ୍ୱର :- କଦଳୀକୁ ଆମେ ସମସ୍ତେ ଆମ ଦୈନଦିନ ଜୀବନ ରେ ଫଳ ଭାବେ ସମସ୍ତେ ଆହାର କରିଥାନ୍ତି । ଏହାକୁ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଏ । କଦଳୀ ରେ ପର୍ଯ୍ୟାପ୍ତ ପରିମାଣ ରେ ପ୍ରୋଟିନ , ଭିଟାମିନ , କାର୍ବୋହାଇଡ୍ରେଟସ୍ , ଖଣିଜ ଲବଣ ଓ ଜଳ ବିଦ୍ୟମାନ ଥାଏ । କଦଳୀ ରେ କ୍ୟାଲସିୟମ୍ ଥାଏ ଯାହା ହାଡ ଓ ଦାନ୍ତ କୁ ମଜଭୁତ କରିଥାଏ । ଯେଉଁମାନେ ଦୁର୍ବଳ ହୋଇଯାଆନ୍ତି ସେମାନେ ଦୁଇଟି କଦଳୀ ସହିତ ୨୫୦ ଗ୍ରାମ ଦୁଗ୍ଧ ମିଶାଇ ନିୟମିତ ସେବନ କରିବା ଆବଶ୍ୟକ ଫଳରେ ସେମାନଙ୍କ ସ୍ବାସ୍ଥ୍ୟ ଠିକ ରହିଥାଏ । ଏବଂ ଓଜନ ମଧ୍ୟ ବଢ଼ିଥାଏ । ଗ୍ୟାସଟିକ୍ ଏବଂ ଅଲସର ହୋଇଥିଲେ ନିୟମିତ ଭାବେ କଦଳୀ ଖାଇବା ଆବଶ୍ୟକ । କୌଣସି ଅଙ୍ଗ ରେ ନିଆଁର ଧାସ ବାଜିଥିଲେ ସେ ପାଚିଲା କଦଳୀ କୁ ପେଶୀ ଲଗାଇଲେ ଲାଭ ମିଳିଥାଏ ।

6 Good Reasons to Eat a Banana Today
ଜିଭ ରେ ଛାଲ ପଡ଼ିଥିଲେ ଦହି ସହିତ ପାଚିଲା କଦଳୀ ଖାଇଲେ ଉପଶମ ମିଳେ । ଝାଡା ବାନ୍ତି ଲାଗି ରହିଲେ ଦହି ସହିତ ପାଚିଲା କଦଳୀ ମିଶାଇ ଖାଇଲେ ଲାଭ ମିଳେ । କଦଳୀ ର ପ୍ରଚୁର ପରିମାଣରେ ଲୌହ ଥାଏ ଯାହା ରକ୍ତ ତିଆରି ରେ ସହାୟକ ହୋଇଥାଏ । ଯେଉଁ ମାନଙ୍କ ଶରୀରରେ ରକ୍ତ କମ୍ ଥାଏ । ସେମାନେ ନିୟମିତ ଭାବେ କଦଳୀ ଖାଇବା ଉଚିତ । ଜଣ୍ଡିସ ରୋଗରେ କଦଳୀ ଲାଭ ଦାୟକ । ଏହି ରୋଗରେ ପୀଡିତ ରୋଗୀ କୁ ଦୁଇଟି ପାଚିଲା କଦଳୀ କଦଳୀ ସହିତ ଏକ ଚାମଚ ମହୁ ସହ ମିଶାଇ ଖାଇବାକୁ ଦେଲେ ଉପକାର ମିଳେ ।କଦଳୀ ବହୁ ଗୁଣରେ ପରିପୂର୍ଣ୍ଣ ମାତ୍ର କିଛି ପରିସ୍ଥିତି ରେ କଦଳୀ ଖାଇବାକୁ ମନା କରାଯାଏ । ଯେଉଁ ମାନଙ୍କ ର ମଧୁମେହ ରୋଗ ଶରୀରରେ ଥାଏ ସେମାନଙ୍କୁ କଦଳୀ ଖାଇବାକୁ ମନା କରାଯାଇଥାଏ । ଦୁର୍ବଳ ପାଚନ ଶକ୍ତି ଥିବା ବ୍ୟକ୍ତି ମାନେ କଦଳୀ ରୁ କ୍ଷୀର ସହିତ ସେବନ କରନ୍ତୁ ନାହିଁ ।














