• ଧାର୍ଯ୍ୟ ପ୍ରାପ୍ୟ ଦବାର ୪୦ ବର୍ଷ ପରେବି ବରମୁଣ୍ଡା ହାଉସିଂବୋଡ଼ କଲୋନି ବାସିନ୍ଦା ଙ୍କ ଜମି ମାଲିକାନାକୁ କେବେ ଆସିବ..?
• ବରମୁଣ୍ଡା ହାଉସିଂବୋଡ଼ କଲୋନି ବାସିନ୍ଦା ଙ୍କୁ ତୁରନ୍ତ ଜମିପଟ୍ଟା ପ୍ରଦାନ କରନ୍ତୁ ସରକାର : ବାବୁ ସିଂ
• ବରମୁଣ୍ଡା ହାଉସିଂବୋଡ଼ କଲୋନି ବାସିନ୍ଦା ଙ୍କୁ ତାଙ୍କ ମୌଳିକ ସୁବିଧା ତୁରନ୍ତ ପ୍ରଦାନ କରନ୍ତୁ ।
୧୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବରମୁଣ୍ଡା ହାଉସିଂବୋଡ଼ କଲୋନି ବାସିନ୍ଦା ନିଜ ଜମିର ମାଲିକ ହୋଇ ବି ମାଲିକାନା ନାହିଁ ଦୀର୍ଘ ୪୦ ବର୍ଷ ହେଲା, ଏହାକୁ ନେଇ ଆଜି ଭାରତୀୟ ଜନତା ପାର୍ଟି ଏକାମ୍ର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଙ୍କ ନେତୃତ୍ୱରେ ସହ ସହ ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ କଲୋନୀ ବାସିନ୍ଦା ବିରାଟ ପଦଯାତ୍ରା ରେ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହ ଦସ୍ତଖତ ଅଭିଯାନ କରିଥିଲେ।ଆଖି ବନ୍ଦ କରି ଯାହାକୁ ବିଶ୍ୱାସ କରିହୁଏ, ସେ ସରକାର ବୋଲି ସମସ୍ତଙ୍କୁ ଲାଗେ କିନ୍ତୁ ସେଇ ସରକାରଙ୍କୁ ବିଶ୍ୱାସ କରି ଭୁବନେଶ୍ୱରରେ ଜାଗା ଖଣ୍ଡେ କିଣି ଦହଗଞ୍ଜ ହେଉଛନ୍ତି ବରମୁଣ୍ଡା ହାଉସିଂବୋଡ଼ ଅଞ୍ଚଳର ୧୧୩୦ ପରିବାର।
କଥାରେ ଅଛି ବଡ଼ ଯଦି ଫସଲ ଖାଏ… ଏହାର ଜ୍ୱଳନ୍ତ ଉଦାହରଣ ବରମୁଣ୍ଡା ହାଉସିଂବୋଡ଼ କଲୋନୀ ଅଞ୍ଚଳ।ଜମିପଟ୍ଟା ପାଇନଥିବାରୁ ନିଜେ କିଣିଥିବା ଜମି ଉପରେ ମାଲିକାନା ଜାହିର କରିପାରିନାହାନ୍ତି ଆଜି ପଯ୍ୟନ୍ତ। ୧୯୭୭-୭୮ ମସିହା ରେ ଏଠି ହାଉସିଂବୋଡ କଲୋନୀ ପାଇଁ ଯୋଜନା ହୋଇଥିଲା ଓ ସରକାର ପ୍ଲଟିଂ କରି ବିକ୍ରୀକରିଥିଲେ ମଧ୍ୟ।୧୯୮୦ ମସିହା ବେଳକୁ ଲୋକେ ଜାଗା କିଣି ଘର ତିଆରି ଆରମ୍ଭ କରିଥିଲେ।୧୯୮୪ ମସିହା ବେଳକୁ ବସବାସ କଲେ କିନ୍ତୁ ଆଜି ପଯ୍ୟନ୍ତ ସେମାନଙ୍କୁ ଜମି ପଟ୍ଟା ଦିଆଯାଉ ନାହିଁ। ଗ୍ରାମ୍ୟ ଜଙ୍ଗଲ ଜମିରେ ଏହି କଲୋନୀ ନିର୍ମାଣ ହୋଇଥିବାରୁ ପଟ୍ଟା ଦିଆଯାଉ ନାହିଁ। ଜମି ପଟ୍ଟା ମାଲିକ ନାମରେ ନଥିବାରୁ ପାଉତି କାଟିବା ଠାରୁ ଆରମ୍ଭ କରି ଜାଗା କିଣାବିକା ପର୍ଯ୍ୟନ୍ତ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ପଟ୍ଟା ପାଇବା ପାଇଁ ୪୦ବର୍ଷ ଭିତରେ କଲୋନୀ ବାସିନ୍ଦା ହାଉସିଂବୋଡ, ଜଙ୍ଗଲ ବିଭାଗ, ଜିଏ ବିଭାଗର ବାରମ୍ବାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ସରକାରଙ୍କ ସବୁ ସୁବିଧା ପାଇବା ପାଇଁ କଲୋନୀ ଲୋକେ ସମସ୍ତ ବିଭାଗରେ ଟିକସ ପୈଠ କରି ଚାଲିଥିଲେ ମଧ୍ୟ ସବୁ ସୁବିଧାରୁ ଆଜି ବଞ୍ଚିତ। ଦୀର୍ଘ ବର୍ଷ ହେଲା ଡ୍ରେନ ବାବଦକୁ ଟିକସ ପୈଠ କରୁଛନ୍ତି ହେଲେ ଡ୍ରେନ ନାହିଁ। ଘର ଆଗରେ ସ୍ୱରେଜ୍ ଟାଙ୍କି ବି ଅଛି ହେଲେ ଏହା କେଉଁ ଟ୍ରିଟମେଣ୍ଟ ପ୍ଲାଣ୍ଟ କୁ ସଂଯୋଗ ହୋଇନାହିଁ ତେଣୁ ଲୋକେ ପ୍ରତି ମାସରେ ହଜାର ହଜାର ଟଙ୍କା ଦେଇ ନିଜେ ଟାଙ୍କି ସଫା କରୁଛନ୍ତି। ସମସ୍ତ ଟିକସ ପୈଠ କରି ଏତେ ଲୋକ ରହୁଥିଲେ ମଧ୍ୟ ଏଠା କାର ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।
ଯେପରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଉତ୍ତମ ରାସ୍ତା, ଡ୍ରେନେଜ୍ ବ୍ୟବସ୍ଥା କମୁନିଟିସେଣ୍ଟର୍, ଖେଳ ପଡିଆ ଏସବୁ କିଛି ନାହିଁ,ତେଣୁ ଏଠାକାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ଏସବୁ ର ତୁରନ୍ତ ସମାଧାନ ସରକାର ନକରନ୍ତି ତେବେ ଆଗାମୀ ଦିନରେ ବିଜେପି ଏକ ବିରାଟ ଆନ୍ଦୋଳନ କରିବ ବୋଲି ଶ୍ରୀ ସିଂ କହିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଖଣ୍ଡଗିରି ମଣ୍ଡଳ ସଭାପତି ତଥା ବିଜେପି କର୍ପୋରେଟର ରାମଚନ୍ଦ୍ର ରଣସିଂ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସୋୟମ ସେବକ୍ ରାୟ, ବରମୁଣ୍ଡା ହାଉସିଂବୋଡ ଅଞ୍ଚଳର ବିଜେପି କର୍ପୋରେଟର ପ୍ରାର୍ଥି ସୁରେଶ ଦାସ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନିଲ ପ୍ରଧାନ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ,ସ୍ଥାନୀୟ ନେତୃତ୍ୱ ରୁଦ୍ରପ୍ରତାପ ପଣ୍ଡା ,ସ୍ମିତା ରାୟ , ଶାନ୍ତନୁ କୁମାର ଦାଶ ଏବଂ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ବାସିନ୍ଦା ଯୋଗୋଦେଇଥିଲେ ।