୧୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଫୁଲନଖରା ନିକଟସ୍ଥ ନଖରା ମୌଜାରେ ରହିଛି ପ୍ରସିଦ୍ଧ ଶୈବପୀଠ ଲକ୍ଷେଶ୍ୱର ମହାଦେବ । ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ଏହି ପୀଠରେ ଜଳଲାଗି ପାଇଁ ଶହଶହ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଥିଲା । ମନ୍ଦିର ଟ୍ରଷ୍ଟବୋର୍ଡ଼ ପକ୍ଷରୁ କାଉଡ଼ିଆ ଶ୍ରଦ୍ଧାଳୁ ମାନେ ଯେଭଳି ଶୃଙ୍ଖଳିତ ଭାବେ ଜଳଲାଗି କରି ପାରିବେ ସେନେଇ ବ୍ୟାରିକେଟର ବ୍ୟବସ୍ଥା କରାଯାଇଥିଲା ।

ଭୋର ୪ ଟାରେ ଲକ୍ଷେଶ୍ୱରଙ୍କ ମନ୍ଦିରର ଦ୍ୱାର ଫିଟାଯାଇ ପ୍ରତ୍ହ ସ୍ଥାନ , ମଙ୍ଗଳ ଆଳତି କରାଯାଇଥିଲା । ପରେପରେ ଜଳଲାଗି ପାଇଁ ମନ୍ଦିର ଭିତରକୁ କାଉଡ଼ିଆ ଶ୍ରଦ୍ଧାଳୁଙ୍କୁ ବାରିକେଟ ଭିତର ଦେଇ ଛଡ଼ା ଯାଇଥିଲା । ଜାତୀୟ ରାଜପଥ ଠାରୁ ମନ୍ଦିର ପର୍ଯ୍ୟନ୍ତ କାଉଡିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପାହାଳ ଥାନା ପୋଲିସ ଏବଂ ମନ୍ଦିର ଟ୍ରଷ୍ଟବୋର୍ଡ଼ର ସଦସ୍ୟ, ପରିଚାଳନା କମିଟିରରେ ଥିବା ଆଖପାଖ ଗ୍ରାମର ଯୁବକ ମାନେ ଉପସ୍ଥିତ ରହି ,

ଶ୍ରାଵଣ ମାସ ଦ୍ୱିତୀୟ ସୋମବାର ଜଳ ଲାଗି କାର୍ଯ୍ୟ ଏବଂ କର୍କଟ ସଂକ୍ରାନ୍ତି ପାଇଁ , ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ସହିତ ଭୋଗ ଲାଗି କରିବା ନିମନ୍ତେ , ଶୃଙ୍ଖଳିତ ଭାବେ ମନ୍ଦିର ଭିତରକୁ ଛାଡ଼ିଥିଲେ । ଦ୍ୱିତୀୟ ସୋମବାରରେ ତିନି ହଜାର କାଉଡିଆ ଶ୍ରଦ୍ଧାଳୁ ଜଳ ଲାଗି କରିଥିଲେ ।














