୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲାରେ ଲୋପ ପାଇବାକୁ ବସିଲାଣି ଚନ୍ଦନ ଗଛ । କୋର୍ଟ ପରିସର ହେଉ କିମ୍ବା ସଂରକ୍ଷିତ ଥିବା ଜଙ୍ଗଲରେ ତିନି ପ୍ରତିଦିନ ଚନ୍ଦନ ଗଛ ଚୋରି ହେଉଛି । ଶୁକ୍ରବାର ସନ୍ଧ୍ୟାରେ ମୋହନା ଥାନାର ରାଜପୁର ଜଙ୍ଗଲରେ ବାଲିପଙ୍କ ଗ୍ରାମର ତିନି ଜଣ ଦୁର୍ବୃତ୍ତ ଚନ୍ଦନ ଗଛ କାଟୁଥିବା ବେଳେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କାବୁ କରିଥିଲେ । ତାଙ୍କ ଠାରୁ ଗଛକଟା କରତ, ଗୋଟିଏ ବାଇକି୍, ସହ କଟା ଚନ୍ଦନ ଗଛକୁ ବଜତ କରି ରଖି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ପହଞ୍ଚିବା ପୂର୍ବରୁ ମୋହନା ପୁଲିସ କୌଣସି ସୁତ୍ରରୁ ଖବର ପାଇ ରାତ୍ର ସମୟରେ ରାଜପୁର ଗ୍ରାମରେ ପହଞ୍ଚି ତିନିଜଣଙ୍କୁ ଉଠାଇ ନେଇ ଥାନା ଅଟକ ରଖଥିଲେ ।

ଶନିବାର ସୁଦ୍ଧା ଉକ୍ତ ତିନି ଜଣଙ୍କ ବିରୋଧରେ କୌଣସି ଲିଖିତ ଅଭିଯୋଗ ବନ ବିଭାଗ ଆସିନଥିବା କାରଣରୁ ପୁଲିସ କୁଆଡେ ଛାଡିଦେଉଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ । ପରେ ଗ୍ରାମବାସୀ ଉଭୟ ଉପରିସ୍ତ ପୁଲିସ ଅଧିକାରୀ ଓ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଥିଲେ । ବତ୍ତମାନ ସୁଦ୍ଧା ତିନି ଜଣ ଯୁବକ ଥାନା ଅଟକ ଥିବା ବେଳେ ତଦନ୍ତ ଜାରି ରହିଛି ଏବଂ ବନବିଭାଗକୁ ଏହି ମାମଲା ହସ୍ତାନ୍ତର ହେବ ବୋଲି ପୁଲିସ ପକ୍ଷରୁ ସୁଚନା ମିଳିଛି ।
ପାରଳାଖେମଣ୍ଡ ବନଖଣ୍ଡର ଚନ୍ଦ୍ରଗିରି ବନାଞ୍ଚଳର ଚାନ୍ଦିପୁଟ ବନପରିସରରେ ଥିବା ରାଜପୁର ଗ୍ରାମ୍ୟ ଜଙ୍ଗଲରେ କେଉଁ ଆବାହମାନ କାଳରୁ ଗଛିତ ଚନ୍ଦନ ବଣରେ ଥିବା ଚନ୍ଦନ ଗଛକୁ ଗ୍ରାମବାସୀ ରକ୍ଷଣାବେକ୍ଷଣ କରିଆସୁଥିବା ବେଳେ ବନବିଭାଗ ପକ୍ଷରୁ ଗ୍ରାମରେ ବନ ସୁରକ୍ଷା ସମିତି ଗଠନ କରାଯାଇ ସୁରକ୍ଷା ଦାୟତ୍ବରେ ଗ୍ରାମବାସୀ ପୂର୍ବରୁ ଅନେକ ଥର ଏଭଳି ଚନ୍ଦନ ଗଛ ଚୋରି ସମୟରେ ଗ୍ରାମବାସୀ ଧରି ବନବିଭାଗ ହାତରେ ଦେଇଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ପୁଣି କିଛି ବର୍ଷ ହେଲା ସକ୍ରିୟ ହୋଇ ପଡିଛନ୍ତି ଚନ୍ଦନ ତସ୍କରି । ଯାହାଫଳରେ ଗତ ପାଞ୍ଚ ବର୍ଷ ଅପେକ୍ଷା ବତ୍ତମାନ କେବଳ ହାତଗଣତି ଚନ୍ଦନ ଗଛ ରହିଛି । ତେବେ ଚନ୍ଦନ ଗଛ କାଟି ନେଉଥିବା ଚୋରଙ୍କୁ ଗିରଫ କରିବା ସହ ଦୃଢ କାଯ୍ୟାନୁଷ୍ଠାନ ଗହଣ କରିବା ପାଇଁ ରାଜପୁର ଗ୍ରାମବାସୀ ଦାବି କରିଛନ୍ତି














