୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଢେଙ୍କାନାଳ :- ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କଣ୍ଟା ପାଳ ଗ୍ରାମ ପଞ୍ଚାୟତ ରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା । ଆଜକୁ ପ୍ରାୟ ୬ ଦିନ ହେବ କଣ୍ଟା ପାଳ , ରଙ୍ଗ ମାଟିଆ , କରାଡ଼ା ପାଳ, ଆମ୍ବିଳି, ବାଲି ପଶି ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । କାଲି ରାତି କଣ୍ଟା ପାଳ ବାଲି ପଶି ଗ୍ରାମ ଶିବ ଟୁଡୁ ହାତୀ ଆସିବା ଜାଣି ଘରୁ ବାହାରି ହାତୀ କୁ ପାଟି କରି ତଡିବାକୁ ପ୍ରୟାସ କରି ଥିଲେ ।
ଏକ ଦନ୍ତା ହାତୀ ଆକ୍ରମଣରେ ଶିବ ଟୁଡୁ ଆହାତ ହୋଇଥିବା ବେଳେ ତାଙ୍କର ଘର ପାଖ ଧାନ ତଳି ନଷ୍ଟ ହୋଇଛି । ଶିବ ଟୁଡୁ କହିବା ଅନୁଯାୟୀ କୁକୁର ଭୁକି ବା ଜାଣି ଧାନ ତଳି ବାଡ଼ିରେ ଷଣ୍ଢ ପଶିଛି ଭାବି ତଳି ବାଡିକୁ ଯାଇଥିଲେ । ସେଠାରେ ଥିବା ଦନ୍ତା ହାତୀ ଶିବ ଟୁଡୁ କୁ ତାଡ଼ିଥିଲା ବୁଲି କହିଥିଲେ । ଦୁଇ ଦିନ ବିତି ଗଲା ଏବେ ପର୍ଯ୍ୟନ୍ତ ବନବିଭାଗ ତାଙ୍କ ପାଖରେ ପହଞ୍ଚି ନାହାନ୍ତି । ଶିବ ଟୁଡୁ କୁ ସରକାର ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳ ବାସୀ ମନେ କ୍ଷତି ପୁରାଣ ପାଇଁ ସରକାର ଙ୍କୁ ଦାବି କରିଛନ୍ତି ।