୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :- ପେଚାକୁ ଉଦ୍ଧାର କରି ଟାଙ୍ଗୀ ବନ୍ୟ ପ୍ରଣୀ ବିଭାଗକୁ ଗାଁର ଯୁବକ ମାନେ ହସ୍ତାନ୍ତର କରି ନିଜର ସ୍ୱାଭିମାନ ରଖି ପ୍ରଶଂସାର ପାତ୍ର ହୋଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି , ନୟାଗଡ ଜିଲା ଚାନ୍ଦପୁର ଥାନା କୁକୁଡା ଝରି ବ୍ରୁନ୍ଦାବନ ବିହାରୀ ପୁର ଗ୍ରାମରେ । ଆଜି ସକାଳୁ ସକାଳୁ ଏକ ବିରଳ ପ୍ରଜାତିର ଧଳା ପେଚା ଗାଁ ମୁଣ୍ଡ ଆମ୍ବ ଗଛରେ ବସିଥିବା ବେଳେ ହଠାତ୍ ଏକ ମାଙ୍କଡ ପେଚାକୁ ଆକ୍ରମଣ କରିଥିଲା ।

ମାଙ୍କଡର ଆକ୍ରମଣରେ ପେଚା ଲହୁ ଲୁହାଣ ହେଉଥିଲେ ମଧ୍ୟ୍ୟ ନିଜକୁ ବଂଚାଇବାରେ ସମର୍ଥ ହୋଇ ପାରୁନଥିଲା । ଏ ଦ୍ରୁଶ୍ୟ ଦେଖି ପେଚାକୁ ବଂଚାଇବାକୁ ଅଣ୍ଟା ଭିଡିଥିଲେ ଗାଁର ସାହସୀ ଯୁବକ ମାନେ….ନିଜ ଜୀବନକୁ ବାଜି ଲଗାଇ ଆମ୍ବ ଗଛରେ ଚଢି ମାଙ୍କଡକୁ ଘଉଡାଇ ସକ୍ଷମ ହୋଇପାରିଥିଲେ ।

ଯାହା ଫଳରେ ବଂଚିଯାଇଥିଲା ପେଚାର ଜୀବନ । ଗୁରୁତର ପେଚାକୁ ଊଦ୍ଧାର କରି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗକୁ ହସ୍ତାନ୍ତର କରିଛନ୍ତି ଯୁବକ ମାନେ । ଊଦ୍ଧାର କରିଥିବା ଯୁବକ ମାନେ ହେଲେ ବାସୁଦେବ ପରିଡା, ତ୍ରୀନାଥ ଜେନା, ପହଲି ବେହେରା, ପବିଚନ୍ଦ୍ର ମାର୍ଥା, ଓ ନିଶିକାନ୍ତ ସିଂହ ବୋଲି ଜଣା ପଡିଛି । ଯୁବକ ମାନଙ୍କର ଏଭଳି ଜୀବେ ଦୟା ନୀତିକୁ ସ୍ଥାନୀୟ ଲୋକେ ଘୁରି ଘୁରି ପ୍ରସଂସା କରିଛନ୍ତି ।














