୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :- ବେଗୁନିଆ ବ୍ଲକ ସିମୋର ପଞ୍ଚା ୟତ ଅନ୍ତର୍ଗତ ଗଁପୁର- କଣ୍ଟାମଳିମ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ପୂର୍ବାହ୍ନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଯାଇଛି।ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ସେଠୀ ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମାଜ ସେବୀ ଜଗଦୀଶ ଚନ୍ଦ୍ର ପାତ୍ର ସଂଯୋଜନାକରିଥିଲେ । ପ୍ରାରମ୍ଭ ରେ କବି ପ୍ରସନ୍ନ ମଣ୍ଡଳ ” ମୁଁ ଗଛ କହୁଛି ” ଶୀର୍ଷକ ଏକ ପରିବେଶ ସଚେତନତାଧର୍ମୀ କବିତା ଗାନ କରିଥିଲେ।ସ୍ଥାନୀୟ ସରପଞ୍ଚ ହାଡୁବନ୍ଧୁ ମହାପାତ୍ର ପ୍ରଥମେ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭରମ୍ଭ କରିଥିଲେ ।

ପରେ ଦୁଇ ଗ୍ରାମର ସଭାପତି ନୀଳମଣି ପ୍ରଧାନ ଓ ଜମ୍ବେଶ୍ଵର ରାଉତରାୟ ଗ୍ରାମବାସୀଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ଅଁଳା ,ବାହାଡା, ହରିଡ଼ା ଇତ୍ୟାଦି ଔଷଧୀୟ ଚାରା ସହ ଗୁଆ ,କରଞ୍ଜ ,ଗଙ୍ଗଶିଉଳି,ପିଜୁଳି ଓ ଅମୃତ ଭଣ୍ଡା ଆଦି ବିଭିନ୍ନ ପ୍ରଜାତିର ୩୬ ଟି ଚାରାରୋପଣ କରି ଥିଲେ।ଏଥିରେ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର, ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ, ଶିକ୍ଷାବିତ ହରିବନ୍ଧୁ ପଣ୍ଡା ଓ ସମାଜସେବୀ ବ୍ରଜବନ୍ଧୁ ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗଦେଇ “ଚାରାରୋପଣ ସହ ଏହାର ଯତ୍ନ ନେଇ ପାରିଲେ ଆଜି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଫଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ , ବୀଣାପାଣି ସୁବୁଦ୍ଧି, ଶିକ୍ଷକ ରାଧାମୋହନ ପଣ୍ଡା, ତ୍ରିନାଥ ପରିଡାଙ୍କ ସମେତ ସମାଜସେବୀ ଶ୍ରୀବତ୍ସ ପାଣିଗ୍ରାହୀ ,ଗଗନ ବିହାରୀ ମହାପାତ୍ର ,ଦିବ୍ୟସିଂହ ରଣା,ବାଉରୀବନ୍ଧୁ ପାଇକରାୟ ଓ ଦେବୀ ପ୍ରସାଦ ମାର୍ଥାଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ପୂର୍ଵରୁ ଅନୁଷ୍ଠିତ ” ବୃକ୍ଷଲତା ଆମର ବନ୍ଧୁ “ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ କନିଷ୍ଠ ବର୍ଗରୁ ଛାତ୍ର କାର୍ତ୍ତିକ ମହାପାତ୍ର , ଛାତ୍ରୀ ଅର୍ପିତା ହରିଚନ୍ଦନ, ଅନନ୍ୟା ପାତ୍ର ଏବଂ ବରିଷ୍ଠ ବର୍ଗରୁ ଛାତ୍ରୀ ରାଜଲକ୍ଷ୍ମୀ ସାହୁ , ଶ୍ରଦ୍ଧାଞ୍ଜଳି ମହାପାତ୍ର ଓ ବିଷ୍ନୁପ୍ରିୟା ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଶିକ୍ଷୟିତ୍ରୀ ବାସନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।















