• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ଆଲୁମିନିୟମ ଓଡ଼ିଶା ଓ ଛତିଶଗଡ଼ରେ ପ୍ରାୟ ୧୧,୦୦୦ ଗ୍ରାମୀଣ ଯୁବକଙ୍କୁ ଦକ୍ଷତା କୌଶଳ ଶିକ୍ଷା ପ୍ରଦାନ କରିଛି

Proprietor Abhimanyu Maharana by Proprietor Abhimanyu Maharana
July 15, 2023
in ଓଡ଼ିଶା, ମହାନଗର, ହୋମ୍
0
ବେଦାନ୍ତ ଆଲୁମିନିୟମ ଓଡ଼ିଶା ଓ ଛତିଶଗଡ଼ରେ ପ୍ରାୟ ୧୧,୦୦୦ ଗ୍ରାମୀଣ ଯୁବକଙ୍କୁ ଦକ୍ଷତା କୌଶଳ ଶିକ୍ଷା ପ୍ରଦାନ କରିଛି
Share on FacebookShare on TwitterWhatsapp

ବିଶ୍ୱ ଯୁବ ଦକ୍ଷତା ଦିବସରେ କମ୍ପାନି ଦକ୍ଷତା କାର୍ଯ୍ୟକ୍ରମକୁ ପ୍ରସାରିତ କରିବା ପ୍ରତିଶ୍ରୁତି ଦେଇଛି

୧୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶା ଓ ଛତିଶଗଡ଼ରେ ପ୍ରାୟ ୧୧,୦୦୦ ଗ୍ରାମୀଣ ଯୁବକମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରଦାନ କରିଛି । ଏହାର କାର୍ଯ୍ୟକଳାପରେ ଗୋଷ୍ଠୀର ଯୁବକମାନଙ୍କ ପ୍ରତି ଧ୍ୟାନ ଦେଇ ଅଣ କୁଶଳୀ ଓ ଅର୍ଦ୍ଧକୁଶଳୀ ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରିବାକୁ ଚେଷ୍ଟା କରୁଛି । ବଜାର ସମ୍ବନ୍ଧୀୟ ଧନ୍ଦାମୂଳକ ଦକ୍ଷତା କୌଶଳ, ଉଦ୍ୟୋଗିତା ଓ କୃଷି, ପଶୁପାଳନ ଜରିଆରେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିଛନ୍ତି ।

ବେଦାନ୍ତ ଆଲୁମିନିୟମ ହେଉଛି ଭାରତ ସରକାରଙ୍କ ସ୍କିଲ ଇଣ୍ଡିଆ ଦର୍ଶନର ଜଣେ ସକ୍ରିୟ ସମର୍ଥକ । ବହୁ ପ୍ରକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଯାହା ମିଳିତ ଜାତି ସଂଘ ଲକ୍ଷ୍ୟ ଅନୁଯାୟୀ ଦାରିଦ୍ର‌୍ୟ ଓ ଉପଯୁକ୍ତ କାର୍ଯ୍ୟ ତଥା ଅର୍ଥନୈତିକ ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରୁଛି । ଅଗ୍ରଣୀ ଜ୍ଞାନପ୍ରଦାନକାରୀ ଯେପରିକି ନାବାର୍ଡ ଓ ନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ ସୋଲାର ଏନର୍ଜି ସହିତ ଘନିଷ୍ଠ ସହଭାଗୀ ହୋଇ ତାଲିମ କୌଶଳ ପ୍ରଦାନ କରୁଛି । ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପ୍ରୟାସରେ ମୁଖ୍ୟତଃ ନିନୋଟି କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଉଛି ଯାହା: ଧନ୍ଦାମୂଳକ କୌଶଳ: ବାଲକୋ, ଭାରତର ଆଇକନିକ ଆଲୁମିନିୟମ ଉତ୍ପାଦକ ତଥା ଛତିଶଗଡ଼ର କୋରବାରେ ଅବସ୍ଥିତ ବେଦାନ୍ତର ଏକ ସହାୟକ କଂପାନି ବେଦାନ୍ତ ସ୍କିଲ ସ୍କୁଲ କାର୍ଯ୍ୟକ୍ରମ ପ୍ରଚଳନ କରୁଛି ଯାହା ଖାଦ୍ୟ, ପାନୀୟ, ୱେଲଡିଂ, ସିଲେଈ ପ୍ରଭୃତି ଛଅଟି ବିଭାଗରେ ମାଗଣା ଦକ୍ଷତା ତାଲିମ ପ୍ରଦାନ କରେ ।

ଏନଏସଡିସି ନିର୍ଦ୍ଦେଶାବଳୀ ଅନୁସାରେ ଟେକନିସିଆନ, ଇଲେକଟ୍ରିକାଲ ଓ ଫିଟର ତାଲିମ ପ୍ରଦାନ କରୁଛି । ଲାଞ୍ଜିଗଡ଼ ଠାରେ ନାବାର୍ଡର ସହଯୋଗରେ ହାଉସକିପିଂ ଓ ଟେଲରିଂ ପରି ପାଠ୍ୟକ୍ରମ ଉପରେ ତାଲିମ ଦିଆଯାଉଛି । ବେଦାନ୍ତ ଆଲୁମିନିୟମ ମଧ୍ୟ ଭୁବନେଶ୍ୱରର ଦକ୍ଷତା ବିକାଶ ପ୍ରତିଷ୍ଠାନ ସହିତ ସହଭାଗୀ ହୋଇ ଓଡ଼ିଶାର ସୁନ୍ଦରଗଡ଼ର ଯୁବକମାନଙ୍କୁ ଇଲେକ୍ଟ୍ରିସିଆନ ପ୍ରଶିକ୍ଷଣ ପ୍ରଦାନ କରୁଛି । କମ୍ପାନି ସୋସାଇଟି ଫର ଓଡ଼ିଶା-କଟକ, ଛତିଆରେ ଥିବା ଅଶୋକ ଲେଲ୍ୟାଣ୍ଡ ଏଚଏମଭି ଡ୍ରାଇଭିଂ ତାଲିମ ପ୍ରତିଷ୍ଠାନ ସହିତ ସହଯୋଗରେ ଡ୍ରାଇଭିଂ ତାଲିମ ପରିଚାଳନା କରୁଛି । ଏହି ପ୍ରୋଗ୍ରାମ ଗୁଡ଼ିକ ସାଧାରଣତଃ ୨-୬ ମାସିଆ ହୋଇଥାଏ ।

ଉଦ୍ୟୋଗିତା: ଯୁବକମାନଙ୍କ ମଧ୍ୟରେ ଦକ୍ଷତା ସୃଷ୍ଟି ପାଇଁ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଶୁଭ ଲକ୍ଷ୍ମୀ ସମବାୟ ସମିତି ମାଧ୍ୟମରେ ଗ୍ରାମାଂଚଳର ମହିଳାମାନଙ୍କୁ ସଶକ୍ତ କରୁଛି । ୪୦୦୦ରୁ ଅଧିକ ସଦସ୍ୟ ଏହାଦ୍ୱାରା ଉପକୃତ ହୋଇ ପାରୁଛନ୍ତି । ଏହି ପ୍ରକଳ୍ପ ମାଇକ୍ରୋ ଫାଇନାନସ, ଦକ୍ଷତା ବିକାଶ, ଆର୍ଥିକ ସାକ୍ଷରତା, ବଜାର ସଂଯୋଗ ପ୍ରଭୃତି ବିଭିନ୍ନ ସହାୟତା ଯୋଗାଇ ଦେଉଛି । କାରୀଗରମାନଙ୍କୁ ସଶକ୍ତ କରାଇ ଧୋକ୍ରା ଓ ସଉରା ପରି କାରୀଗରଙ୍କୁ ପ୍ରୋତ୍ସାହନ ଯୋଗାଯାଉଛି । ସେହିପରି ଛତିଶଗଡ଼ର ସ୍ଥାନୀୟ ଏସଏଚଜି ଗୁଡ଼ିକୁ ବିସ୍ତାର କରାଯାଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯାଉଛି ।

ସେମାନେ ବିଭିନ୍ନ କୁଟୀର ଶିଳ୍ପ ଜରିଆରେ ରୋଜଗାର କରିପାରୁଛନ୍ତି । କୃଷି ଓ ପଶୁପାଳନ: ଜୀବିକା ସମୃଦ୍ଧି ଯୋଜନା ମାଧ୍ୟମରେ କଂପାନି ୩୩୦ରୁ ଅଧିକ ପରିବାରକୁ ଉପକୃତ କରି ଜଳବାୟୁ ଉପଯୋଗୀ ସ୍ଥାୟୀ ଚାଷ ଓ ପଶୁପାଳନ ଉପରେ ଆଧୁନିକ ପ୍ରଣାଳି ଓ ଅଭ୍ୟାସ ଉପରେ ବିଭିନ୍ନ ଅଧିବେଶନ ଜରିଆରେ ଲୋକମାନଙ୍କୁ ସଚେତନ କରାଉଛି । ଲାଞ୍ଜିଗଡ଼ରେ ଏହାର ସ୍ଥାୟୀ ପ୍ରକଳ୍ପ ସହ କୋରବାରେ ମୋର ଜାଲ ମୋର ମାଟି ପ୍ରକଳ୍ପ ଅଧିନରେ କଂପାନି ଗୋଷ୍ଠି ଭିତିକ ତାଲିମରେ ଚାଷ, ଜଳ ପରିଚାଳନା,ମୃତିକା ସଂରକ୍ଷଣ, ବଜାର ସଂଯୋଗ ମାଧ୍ୟମରେ ଲୋକମାନଙ୍କ ଆୟବୃଦ୍ଧି ପାଇଁ ଉଦ୍ୟମ କରୁଛି । ଏହି ଅବସରରେ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିଃ କହିଛନ୍ତିଯେ-ଭାରତରେ ଏବେବି ଯୁବପୀଢି ରହିଛନ୍ତି ଓ ଆମ ଦେଶର ଅଗ୍ରଗତି ଯୁବକମାନଙ୍କ ଦ୍ୱାରା ସମ୍ଭବ ।

ସ୍ଥାନୀୟ ଯୁବ ଦକ୍ଷତାର ସଦୁପଯୋଗ ପାଇଁ ଆମକୁ କୌଶଳଗତ ଦକ୍ଷତା ହାସଲ କରିବାକୁ ହେବ । ବେଦାନ୍ତ ଆଲୁମିନିୟମ ଗୋଷ୍ଠୀ ମଧ୍ୟରେ ଓ ବାହାରେ ଯୁବକମାନଙ୍କୁ ଦକ୍ଷ କରିବାକୁ ପ୍ର୍ରୟାସ କରେ । କମ୍ପାନିର ଉଦ୍ୟମକୁ ପ୍ରଶଂସା କରି ବାଲକୋର ସିଇଓ ତଥା ନିର୍ଦ୍ଦେଶକ ରାଜେଶ କୁମାର କହିଛନ୍ତିଯେ-ବେଦାନ୍ତ ବାଲକୋ ଆମ ଦେଶର ଯୁବକମାନଙ୍କୁ ନିରନ୍ତର ଜୀବିକା ନିର୍ବାହ ପାଇଁ ପ୍ରତିଶ୍ରୁତିବଦ୍ଧ । ଆମର ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବିଭିନ୍ନ ଉପଯୋଗୀ କ୍ଷେତ୍ର ଗୁଡ଼ିକ ଉପରେ ଆମେ ସର୍ବଦା ଗୁରୁତ୍ୱ ଦେଉଛୁ । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍‌ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା ।

ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version