• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରୁପା ଦାଶଙ୍କର ପୁସ୍ତକ ‘ଲିଡ୍‍ହର’ ଉନ୍ମୋଚିତ

Proprietor Abhimanyu Maharana by Proprietor Abhimanyu Maharana
July 15, 2023
in ଓଡ଼ିଶା, ମହାନଗର, ହୋମ୍
0
ରୁପା ଦାଶଙ୍କର ପୁସ୍ତକ ‘ଲିଡ୍‍ହର’ ଉନ୍ମୋଚିତ
Share on FacebookShare on TwitterWhatsapp

୧୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳଠାରେ ଭାରତୀୟ ଆମେରିକା ନିବାସୀ ରୁପା ଦାଶଙ୍କର ଇଂରାଜୀ ପୁସ୍ତକ ‘ଲିଡ୍‍ହର’ ଉନ୍ମୋଚିତ ହୋଇଛି । ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ପୁସ୍ତକଟିକୁ ଉନ୍ମୋଚନ କରିଛନ୍ତି । ପୁସ୍ତକରେ ବିଶ୍ୱର ବିଭିନ୍ନ ପ୍ରାନ୍ତରର ୬୦ ଜଣ ସଶକ୍ତ ନାରୀଙ୍କ କଥା ଉଲ୍ଲେଖ ରହିଛି ।

ନାରୀମାନେ କିପରି ବିଭିନ୍ନ ବାଧକ ସତ୍ତ୍ୱେ ନିଜେ ସଶକ୍ତ ହୋଇପାରିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ପାଲଟିଛନ୍ତି; ତା’ର ଉଦାହରଣ ଦେଖିବାକୁ ମିଳିଛି ପୁସ୍ତକରେ । ପୁସ୍ତକ ଉନ୍ମୋଚନ କରି ଡ. ଚାଟାର୍ଜୀ କହିଛନ୍ତି, ନିଜ ଲକ୍ଷ୍ୟ ସ୍ଥିର କରିବା ସହ ଆତ୍ମବିଶ୍ୱାସ ଓ ନିଷ୍ଠା ରହିଲେ ଜଣେ ନିଶ୍ଚୟ ସଫଳ ହୋଇପାରିବ ।

ସେଥିପାଇଁ ପିଲାଟିଦିନୁ ନିଜର ଦିଶା ବାଛିବା ଦରକାର । ଆଉ ସେହି ଦିଶା ସଫଳ କରିବା ଲାଗି ସବୁ ପ୍ରକାର ଚେଷ୍ଟା କରିବା ଉଚିତ ବୋଲି ସେ କହିଛନ୍ତି । ସେହିପରି ପୁସ୍ତକର ଲେଖିକା ରୁପା ଦାଶ କହିଛନ୍ତି, ଆଜିକାଲି ମହିଳାମାନେ କେବଳ ସଫଳ ହେଉନାହାନ୍ତି ବରଂ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟୁଛନ୍ତି । ଅନ୍ୟମାନଙ୍କୁ ପଥ ପ୍ରଦର୍ଶନ ମଧ୍ୟ କରୁଛନ୍ତି ।

ଆଉ ସଫଳ ହେବା ଦିଗରେ ସମସ୍ତଙ୍କୁ ଉତ୍ସାହ ଦେଉଛନ୍ତି । ସାରା ବିଶ୍ୱରେ ଏମିତି ଅନେକ ନାରୀଙ୍କ ଉଦାହରଣ ରହିଛି । ଏଣୁ ସଫଳ ହେବା ପାଇଁ ସ୍ୱପ୍ନ ଦେଖିବା ଉଚିତ ଆଉ ତାକୁ ହାସଲ କରିବା ପାଇଁ ପରିଶ୍ରମ କରିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି । ପୁସ୍ତକର ଡିଜାଇନ୍‍ କରିଛନ୍ତି ରୁପା ଦାଶଙ୍କ ଦଶ ବର୍ଷୀୟ ଝିଅ ତଥା ପଞ୍ଚମ ଶ୍ରେଣୀ ଛାତ୍ରୀ ଆୟାତି ଦାଶ କର ।

ଏହି ଅବସରରେ ଆୟାତି କହିଛନ୍ତି, ନାରୀମାନେ କେଉଁ କ୍ଷେତ୍ରରେ କମ୍‍ ନୁହନ୍ତି । ଯଦିଓ ଆଜି ବି ସମାଜରେ ବିଭିନ୍ନ ସମୟରେ ନାରୀମାନେ ଉପେକ୍ଷିତ ହେଉଛନ୍ତି, ସମାଲୋଚନାର ଶିକାର ହେଉଛନ୍ତି କିନ୍ତୁ ସେଥିରେ ଭାଙ୍ଗିପଡ଼ିବା ଉଚିତ ନୁହେଁ । କାରଣ, ନାରୀ ପାଖରେ ସବୁ ଶକ୍ତି ଅଛି ।

ସେ ନିଜେ ସଶକ୍ତ ହୋଇପାରିବା ସହ ଅନ୍ୟଙ୍କୁ ମଧ୍ୟ ସଶକ୍ତ ହେବା ଦିଗରେ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି । ଏହାସହ ଜଣେ ଛୋଟ ଝିଅ କିପରି ରୋଗରେ ପୀଡ଼ିତ ହୋଇ ମଧ୍ୟ ଭାଙ୍ଗି ନପଡ଼ି ନିଜର ସ୍ୱପ୍ନ ସାକାର କରିଛି ତାହା ଏକ ଭିଡିଓ ଉପସ୍ଥାପନା ମାଧ୍ୟମରେ ଆୟାତି ଉପସ୍ଥାପନ କରିଛନ୍ତି । ରୁପା ଦାଶ ଆମେରିକାର ଲସ୍‍ ଆଞ୍ଜେଲେସ୍‍ରେ ଜଣେ ଉଦ୍ୟୋକ୍ତା ଭାବେ ପ୍ରତିଷ୍ଠିତ ।

ସେ ‘ୱାଲ୍ଡ ଓମ୍ୟାନ୍ ଫାଉଣ୍ଡେସନ୍‍’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୱର୍ଲଡ ଓଡ଼ିଶା ସୋସାଇଟିର ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ ଅଛନ୍ତି । ହ୍ୱାଇଟ୍‍ ହାଉସ୍‍ ଦ୍ୱାରା ସ୍ୱୀକୃତ ବିଶ୍ୱର ସବୁଠୁଁ ବଡ଼ ମହିଳା ଉଦ୍ୟୋଗୀ ନେଟ୍‍ୱର୍କର ପ୍ରଥମ ଭାରତୀୟ ଆମେରିକୀୟ ପରିଚାଳନା ନିର୍ଦ୍ଦେଶିକା ସେ । ସେହିପରି ଦଶ ବର୍ଷୀୟ ଆୟାତି ଅନ୍‍ଲାଇନ୍‍ ପ୍ଲାଟ୍‍ଫର୍ମ ‘କ୍ୱିନ୍‍ଡମ୍‍ ମେଟାଭର୍ସ’ର ସହ-ପ୍ରତିଷ୍ଠାତ୍ରୀ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Malabar Group Marks Malabar Day with Clean-Up Drive at Different parts of Odisha

Malabar Group Marks Malabar Day with Clean-Up Drive at Different parts of Odisha

November 4, 2026
ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡ଼ା ତୃତୀୟ

ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡ଼ା ତୃତୀୟ

November 4, 2026
ଡଃ ବାବାସାହେବ ଆମ୍ବେଦକରଙ୍କ ୬୯ ତମ ମହାପାରିନିର୍ବାଣ ଦିବସ ପାଳିତ

ଡଃ ବାବାସାହେବ ଆମ୍ବେଦକରଙ୍କ ୬୯ ତମ ମହାପାରିନିର୍ବାଣ ଦିବସ ପାଳିତ

November 4, 2026
ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ଠାରେ ଗୋ-ସମ୍ମାନ ଆହ୍ବାନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ଠାରେ ଗୋ-ସମ୍ମାନ ଆହ୍ବାନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

November 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Malabar Group Marks Malabar Day with Clean-Up Drive at Different parts of Odisha

Malabar Group Marks Malabar Day with Clean-Up Drive at Different parts of Odisha

November 4, 2026
ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡ଼ା ତୃତୀୟ

ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡ଼ା ତୃତୀୟ

November 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version