୧୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :- ଆଜି ଜିଲ୍ଲା କଂଗ୍ରେସ୍ କମିଟି ପକ୍ଷରୁ ସୀମାନ୍ତ ପଡ଼ିଆ ଠାରେ ମଧ୍ୟ ବନ୍ଦ ପାଳନ ହୋଇଯାଇଛି । ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦପାଳନ ବେଳେ ଆଜି ସକାଳୁ ମୁଖ୍ୟତଃ କଂଗ୍ରେସ କର୍ମୀ ମାନେ ବିଭିନ୍ନ ଛକ ରେ ରାସ୍ତା ଅବରୋଧ କରି କରି ଗାଡ଼ି ଘୋଡ଼ା ଠାରୁ ଆରମ୍ଭ କରି ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ରାସ୍ତାର ଉଭୟ ପଟେ ଗାଡି ମୋଟର ଅଟକିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଆଜିର ଏହି ବନ୍ଦ ଡାକରାରେ ସାଧାରଣ ଜନଜୀବନ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବା ଦେଖିବକୁ ମିଳିଛି।

ମୁଖ୍ୟ ଦାବି ଗୁଡିକ ହେଲା ଜିଲ୍ଲା ରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ, ଵିଏଡ ପାଠ୍ୟକ୍ରମ ଆରମ୍ଭ କରିବା, ଜିଲ୍ଲା ଭିତ୍ତିକ ନିଯୁକ୍ତି , ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ରକ୍ତଭଣ୍ଡାର ସ୍ଥାନାନ୍ତରିତ କରିବା ଓ ବିଦ୍ୟୁତ ସରବରାହ କ୍ଷେତ୍ରରେ ପ୍ରଶାସନ ଆବଶ୍ୟକୀୟ ଉଚିତ ପଦକ୍ଷେପ ନେବା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

କଂଗ୍ରେସର ବନ୍ଦ ଡ଼ାକରା ରେ ପଡ଼ିଆ ଥାନା ଅଧିକାରୀ ଅଶୋକ କୁମାର ବିଷୋୟୀ ଏକ ପୋଲିସ ଟିମ ସହ ପଡ଼ିଆର ମୁଖ୍ୟ ରାସ୍ତା ସହ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । କଂଗ୍ରେସର ବନ୍ଦ ଡାକରା ବେଳେ ସ୍ଥାନୀୟ ପଡ଼ିଆ ବ୍ଲକ ସଭାପତି ନାକା ରାଜୁ କୁମାର, ପିସିସି ସଭ୍ୟ ପ୍ରମୋଦ ସେଠୀ, କିଷାନ ସେଲର ନାରା ନାଗା ରାଜୁ, ଦିଲ୍ଲୀପ ଲିମା ଓ ମହିଳା ମୋର୍ଚ୍ଚାର ଚିନାମ ସୁନୀତା ସମେତ ପ୍ରାୟ ୪୦ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।














