୧୪ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀର ବାରଙ୍ଗ ଠାରେ ଗୁରୁବାର ଦିନ ୩୬ ଲକ୍ଷ୍ୟ ଟଙ୍କା ବ୍ୟୟରେ , ନିର୍ମିତ ହେବାକୁ ଥିବା ବୃହତ୍ତ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ପଞ୍ଚାୟତରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ କୁମାର ଆମାତ , ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଫଳକକୁ ଉନ୍ମୋଚନ କରିଥିଲେ ।

ଏହି ପ୍ରକଳ୍ପର କାର୍ଯ୍ୟ ଆସନ୍ତା ୨୦୨୪ ଅକ୍ଟୋବର ମାସ ଶେଷ ସୁଦ୍ଧା କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବାରଙ୍ଗ ବ୍ଲକର ୮ ଗୋଟି ପଞ୍ଚାୟତର ଜନସାଧାରଣ ପାନୀୟ ଜଳ ପାଇପାରିବେ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ଆମାତ କହିଥିଲେ । ଆୟୋଜିତ ଉତ୍ସବରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ,

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ବର କର, କଟକ ସଦର ଉପ ଜିଲ୍ଲାପାଳ କମଳଜୀତ ଦାସ, ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଅଭିମନ୍ୟୁ ଦାସ, ବାରଙ୍ଗ ବ୍ଲକ କୃଷକ ସଂଗଠନ ଆତ୍ମାର ସଭାପତି ଅଶୋକ କୁମାର ରାଉତ, ବାରଙ୍ଗ ବ୍ଲକ ବିଡ଼ିଓ, ତହସିଲଦାର, ବାରଙ୍ଗ ବ୍ଲକ ଅଧ୍ୟକ୍ଷା, ବିଭିନ୍ନ ପଞ୍ଚାୟତର ସରପଞ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ ।















