ରଞ୍ଜିତ କୁମାର ପାତ୍ର ,ଏହି ବ୍ୟକ୍ତି ଜଣକ କୌଣସି ଖବର କାଗଜ,ଟିଭି କିମ୍ବା ୱେବ୍ ପୋର୍ଟାଲ ସାମ୍ବାଦିକ ନୁହନ୍ତି ବୋଲି ଜଣା ପଡିଛି ।
ବାଲେଶ୍ଵର ମାଲିକ ଙ୍କ ଗାଡ଼ି ଢେ଼ଙ୍କାନାଳ ଜିଲ୍ଲା ରେ କଣ କରୁଛି.. ?
୧୪ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ଭୁବନ :- ଭୁବନ ଅଞ୍ଚଳରେ ଦିନକୁ ଦିନ ଚୋରା ଅବକାରୀ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ପୋଲିସ ବିଭାଗ କୁ ଚକମା ଦେଖାଇ ଦୁର୍ବୃତ୍ତ ମାନେ ନିଜ ଗାଡିରେ ନାଲି ଅକ୍ଷରରେ ପ୍ରେସ ଷ୍ଟିକର ଲଗାଇ ନିର୍ଭିଘ୍ନ ରେ ଚୋରା ମଦ,ଗଞ୍ଜେଇ,ବ୍ରାଉନ ସୁଗାର ଇତ୍ୟାଦି ବ୍ୟବସାୟ କରୁଛନ୍ତି । ପ୍ରେସ ଲୋଗୋ ଯୋଗୁ ପୋଲିସ ପ୍ରଶାସନ କୋହଳ ମନୋଭାବ ପ୍ରଦର୍ଶନ କରୁଛି । ଖବର ନେବାରେ ଜଣାଯାଏ ଯେ ,ଓଡ଼ି0୧ ଏ ଏମ ୪୯୪୯ ବିଶିଷ୍ଟ ଏକ ସ୍କର୍ପିଓ ଗାଡ଼ି ଦୀର୍ଘଦିନ ହେଲା ଭୁବନ ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳୁଛି ।
ଏହି ଗାଡ଼ିଟି ସମ୍ପୂର୍ଣ ଭାବେ ଚୋରା କାରବାର ରେ ଲିପ୍ତ ରହୁଛି ବୋଲି ଶୁଣିବାକୁ ମିଳୁଛି । ଭୁବନ ଅଞ୍ଚଳରେ କୌଣସି ସାମ୍ବାଦିକ ଙ୍କ ର ସ୍କର୍ପିଓ ଗାଡ଼ି ନଥିବା ବେଳେ ଏହି ଗାଡ଼ି ଟି ପ୍ରକୃତରେ କାହାର ପୋଲିସ ତଦନ୍ତ କଲେ ଜଣା ପଡ଼ିବ । ଗାଡି ନମ୍ବର ଅନୁଯାୟୀ ଏହା ବାଲେଶ୍ଵର ଜିଲ୍ଲା ଗାଡ଼ି ଓ ପ୍ରକୃତ ମାଲିକ ହେଉଛନ୍ତି ରଞ୍ଜିତ କୁମାର ପାତ୍ର । ଏହି ବ୍ୟକ୍ତି ଜଣକ କୌଣସି ଖବର କାଗଜ,ଟିଭି କିମ୍ବା ୱେବ୍ ପୋର୍ଟାଲ ସାମ୍ବାଦିକ ନୁହନ୍ତି ବୋଲି ଜଣା ପଡିଛି ।
ତାହେଲେ ବାଲେଶ୍ଵର ମାଲିକ ଙ୍କ ଗାଡ଼ି ଢେ଼ଙ୍କାନାଳ ଜିଲ୍ଲା ରେ କଣ କରୁଛି.. ? ନା ଏହି ଗାଡ଼ିଟି ବାଲେଶ୍ଵର ରୁ ଚୋରି ହୋଇଛି ନା ବାଲେଶ୍ଵର ରୁ ରୀତିମତ ବ୍ରାଉନ ସୁଗାର୍ ଏହି ଗାଡିରେ ଚାଲାଣ ହେଉଛି ତାହା ବି ସନ୍ଦେହ ଘେରରେ । ଏ ସଂପର୍କ ରେ ଢେ଼ଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ (ଆର ଟି ଓ) ଙ୍କୁ ଯୋଗାଯୋଗ କରିବାରୁ ସେ ମହାଶୟ ସ୍ଥାନୀୟ ଥାନାରେ ଜଣାଇବାକୁ କହିଥିଲେ । ଭୁବନ ଥାନା ଅଧିକାରୀ ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲ ତଥା ଜନ ସାଧାରଣରେ ଦାବି ହେଉଛି ।