୧୨ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଢେଙ୍କାନାଳ :- ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ ପରଜଙ୍ଗ ଗସ୍ତରେ 5ଟି ସଚିବ ଭିକେ ପଣ୍ଡିଆନ।ପ୍ରଥମେ କାମାକ୍ଷାନଗର ସାରଂଗଧର ଷ୍ଟାଡିୟମରେ ହୋଇଥିବା ଅସ୍ଥାୟି ହେଲିପ୍ୟାଡରେ ଓଲ୍ଲାଇ ଲୋକଙ୍କ ସହିତ ହାତ ମିଳାଇବା ସହିତ ଲୋକଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ବନ୍ଧୀୟ ଦାବିପତ୍ର ଗ୍ରହଣ କରିଥିଲେ ।
କାମାକ୍ଷାନଗର ଠାରେ ସବୁଠାରୁ ଅଧିକ ଦାବିପତ୍ର ପାଇଥିବା କଥା କହିଛନ୍ତି ।ସାତ ଦିନ ଭିତରେ ପାଇଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ ।ରାଜ୍ୟ ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ଏବେ ସମସ୍ତ କଲେଜ ଗୁଡିକୁ ୫ଟି ଅଧିନକୁ ଆଣିଛନ୍ତି,ତେଣୁ ଏହାର ବିକାଶ ହେବ।ଏହାର ଦାୟିତ୍ବ ଆପଣନେବାକୁ ଅନୁରୋଧ କରିଛନ୍ତି। କାମାକ୍ଷାନଗରରେ କାର୍ଯ୍ୟକ୍ରମ ଶେଷ କରି ପୂଣି ପରଜଙ୍ଗ ଅଭିମୁଖେ ଯାଇ ପରଜଙ୍ଗ ଷ୍ଟାଡିୟମ ଠାରେ ଦିନ ୧୧ ଟା ସମୟରେ ପହଞ୍ଚି ମଧ୍ୟ ଲୋକଙ୍କ ସହିତ ହାତ ମିଳାଇବା ସାଙ୍ଗକୁ ଦାବିପତ୍ର ଗ୍ରହଣ କରିଥିଲେ ।
ଅନୁରୂପ ଭାବରେ ବିକାଶ କଥା କହିଥିଲେ ସେଠାକାର ଉପସ୍ଥିତ ଥିବା ସମସ୍ତ ଲୋକ ମାନଙ୍କୁ।ମିଶନ ଶକ୍ତି ମାଧ୍ୟମରେ ମହିଳା ମାନେ ଶଶକ୍ତ ହେଉଛନ୍ତି।ରୋଜଗାର କ୍ଷମ ହେବା ସହ ଆହୁରି ଭଲ କାମ କରିବାକୁ କହିଛନ୍ତି।
ଶେଷରେ କୁଆଳୁ ସ୍ଥିତ ଅଷ୍ଟସମ୍ଭୁ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ମନ୍ଦିରର ଉର୍ନତି ପାଇଁ ଭନ୍ଦିର କମିଟି ସହିତ ଆଲୋଚନା କରିଛନ୍ତି।ସ୍ଥାୟି ରାସ୍ତା ନିର୍ମାଣ କରାଯିବା ସହ ମନ୍ଦିରର ବିକାଶ କରାଯିବା ପାଇଁ ପ୍ରତିଶୃତି ଦେଇଛନ୍ତି। ସେଠାରୁ ବାହାରି ହିନ୍ଦୋଳର ଖଜୁରିଆକଟା ଅଭିମୁଖେ ଯାଇଥିଲେ।