୧୨ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :- ଗତ ଦୁଇ ଦିନ ତଳେ କଟକ ଜିଲ୍ଲା ମାହାଙ୍ଗା ଥାନା ଆନନ୍ଦପୁର ଠାରେ ସଲେପୁର ସ୍ପନ୍ଦନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ଗତ4 ତାରିଖ ମଧ୍ୟାହ୍ନ ରେ ଋଣ କିସ୍ତି ଅର୍ଥ ଆଦାୟ କରି ଖର୍ତ୍ତାଙ୍ଗ ରୁ ବାଇକରେ ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ପିଛାକରି ଟଙ୍କା ଛଡାଇ ନେଇ ଫେରାର ହୋଇଯାଇଥିଲେ, ଏଥି ନେଇ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଥାନାରେ ମାମଲା ଦାୟର ହୋଇଥିଲା,

ସେଇ ପରି ଗତକାଲି କୁସୁପୁର ଅଂଚଳର ଜଣେ ଯୁବକ ଠାରୁ କୁଆଁପଲ ସାଲେପୁର ରାସ୍ତାର ଗୌଡ଼ପଡା ନିକଟରେ ତାଙ୍କ ଠାରୁ ଦୁଇ ଲୁଟେରା ସୁନା ଚେନ ଓ ଟଙ୍କା ଛଡାଇ ନେବା ଘଟଣାର ତଦଂନ୍ତ କରି ମାହାଙ୍ଗା ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିବା ସହ ସୁନା ଚେନ ଓ ଲୁଟ ଅର୍ଥ ଏବଂ ଦୁଇଟି ଗାଡି ମୋବାଇଲ ଜବତ କରିଥିଲା,ଏହି ଦୁଇ ଘଟଣାରେ ଜଡିତ ସାଲେପୁର ବ୍ଲକ ରାଇସୁଗୁଡାର ଭରତ ଗୁରୁ,ମଢ଼ଙ୍ଗା ର ବଳରାମ ସ୍ୱାଇଁ,ଛୋଟୀ ନଟରା ଗ୍ରାମର ପବିତ୍ର ମଲ୍ଲିକ, ଖୁଣ୍ଟୁଣି ଧୁରୁଷିଆ ଗ୍ରାମର ଗୁଡୁ ସାମଲ,

ମାହାଙ୍ଗା ଖର୍ତ୍ତାଙ୍ଗ ଗ୍ରାମର ଶଙ୍କର ଦାସ ଙ୍କୁ ଗିରଫ କରାଯାଇଥିବା ନେଇ କଟକ ଜିଲ୍ଲା ଗ୍ରାମାଞ୍ଚଳ ଉପ ଆରକ୍ଷୀ ଅଧିକ୍ଷକ କୃଷ୍ଣଚନ୍ଦ୍ର ପଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଏଥୁରେ ସଲେପୁର ଏସ୍ଡିପିଓ ବିମଲ ବାରିକ, ମାହାଙ୍ଗା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ, ଏସ ଆଇ ଇପ୍ସିତା ପ୍ରିୟଦର୍ଶନୀ ଗୋପବନ୍ଧୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ରାଗିଥିଲେ, ଏହି ଦୁଇ ଘରଣାର ତୁରନ୍ତ ତଦନ୍ତ କରି ଅଭିଯୁକ୍ତ ମାନକୁ ମାହାଙ୍ଗା ପୁଲିସ ଖୁବ ଶୀଘ୍ର ଧରି ଘଟଣାର ପର୍ଦାଫାସ କରିଥିବାରୁ ସାଧାରଣ ଜନତାଙ୍କ ବିଶ୍ୱାସ ଭାଜନ ହୋଇଛି.














