ଦାନୀ ସତ୍ୟ ନାରାୟଣ
ଏମିତିରେ ଦେଖିବାକୁ ଗଲେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ସତ୍ୟ ନାରାୟଣ ସାଜିଥିଲେ ମହା ଦାନୀ ।
କେତେବେଳେ କାହାକୁ ଟଙ୍କା ପଇସା ତ କେତେବେଳେ କାହାକୁ ପଦ ପଦବୀ ଏମିତିକି ଆଜି ପର୍ଯ୍ୟନ୍ତ ବିଧାୟକ ଙ୍କ ମୁହଁରୁ ‘ନାହିଁ ‘ ଶବ୍ଦ କେବେ ଶୁଣିବାକୁ ମିଳିନି ।
ମୁଣ୍ଡ ରେ ବସେଇଥିବା ନେତା ବିଧାୟକ ଙ୍କ ଗୋଛି କାଟୁଥିବାର କଥା ମଧ୍ୟ ସାମ୍ନା କୁ ଆସିଛି ।
୧୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ ଜିଲ୍ଲା ରଣପୁର :- କଥାରେ ଅଛି ରାଜନୀତି ହେଉଛି ମହକାଳ ଫଳ । ରାଜନୀତି ଫଳ ଯିଏ ଚାଖିଛି ସେ ତା ମଜା ଜାଣିଛି , ଆଉ ଯିଏ ସେ ଫଳ ନ ଚାଖିଛି ତାକୁ ରାଜନୀତି ଅତି ସୁନ୍ଦର ଲାଗିବ ନିଶ୍ଚୟ । ଥରେ ରାଜନୀତି ଭିତରେ ପଶିଗଲେ ଆଉ ସେଥିରୁ ବାହାରିବା ଟା ଯେ କେତେ କଷ୍ଟ ସେ କଥା ଖୁବ୍ ନେତା ଭଲ ଭାବେ ଜାଣିଥିବେ । ଏମିତି କିଛି ଘଟଣା କୁ ଜାଣିବାକୁ ହେଲେ ଆମକୁ ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ସତ୍ୟ ନାରାୟଣ ଙ୍କ ପାଖକୁ ଯିବାକୁ ପଡ଼ିବ. ଅବଶ୍ୟ ସେ ଲୋକ ପ୍ରିୟ ନେତା କହିଲେ ଅତ୍ୟୁକ୍ତି ହେବ ନାହିଁ ।
କିନ୍ତୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ରାଜନୀତି ର ମହାକାଳ ଫଳ ଚାଖି କଙ୍ଗାଳ ହୋଇଗଲେଣି ସତ୍ୟ ନାରାୟଣ ବୋଲି ଏହି କଥାରେ ମଧ୍ୟ ସତ୍ୟତା ଅଛି । ଏମିତିରେ ଦେଖିବାକୁ ଗଲେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ସତ୍ୟ ନାରାୟଣ ସାଜିଥିଲେ ମହା ଦାନୀ । ସେତେବେଳେ ବିଜେଡି ରୁ ଟିକେଟ ପାଇ ବିଧାୟକ ହେବା ପରେ ପରେ ଭୁନେଶ୍ବରସ୍ଥିତ ବାସଭବନ କୁ ବିକ୍ରି କରିବା କୁ ପଡ଼ିଥିଲା । ତଥାପି ସତ୍ୟ ନାରାୟଣ ଦାନ କରିବାର ସଉକ କୁ ଛାଡି ନଥିଲେ ଯେଉଁଥିପାଇଁ ସେ ୨୦୧୯ ରେ ରଣପୁର ରୁ ନିର୍ବାଚିତ ହୋଇ ୨୦୨୩ ପର୍ଯ୍ୟନ୍ତ ଦାନ କରି ଚାଲିଛନ୍ତି ଯାହା ଫଳରେ ଗତ ପଞ୍ଚାୟତ ନିର୍ବାଚନ ବେଳରେ ସତ୍ୟ ନାରାୟଣ ଙ୍କୁ ଦୁଇ ଦୁଇ ଟି ଜମି ବିକ୍ରି କରିବାକୁ ପଡ଼ିଥିଲା ।
ତେବେ ରାଜନୀତି ର ଖର୍ଚ୍ଚ ଭାର ଦିନକୁ ଦିନ ଏତେ ବଢି ଯାଉଛି ଯେ ବିଧାୟକଙ୍କୁ ଋଣ ପରେ ଋଣ କରିବାକୁ ପଡୁଛି । ଏପରିକି ଗାଡି ରେ ପେଟ୍ରୋଲ ପକାଇବା ପାଇଁ ମଧ୍ୟ ପଇସା ରହୁନି ବୋଲି ଏକ ସାକ୍ଷାତକାରରେ ବିଧାୟକ ସାମ୍ବାଦିକ ଙ୍କୁ ଜଣାଇଛନ୍ତି । ଏମିତିରେ ଦେଖିବାକୁ ଗଲେ ସତ୍ୟ ନାରାୟଣ ଜଣେ ମହା ଦାନୀ କର୍ଣ୍ଣ ଅଟନ୍ତି ଉଦାହରଣ ସ୍ୱରୂପ ତାଙ୍କୁ ଯେତେବେଳେ କେହି ହାତ ପତେଇଛି ସେ ତାର ସାହାର୍ଯ୍ୟ ପାଇଁ ନିଜକୁ ମଧ୍ୟ ବିକ୍ରି କରିଦେଇଛନ୍ତି । ପାଖରେ ରଖି ହାତରୁ ଖୁଆଇ ନିଜର ହିତ ସାଧନ ପାଇଁ ରଖିଥିବା ନେତା ମାନଙ୍କ ବିଶ୍ୱାସ ଭରସା ଜିତି ସର୍ବସ୍ବ ଦାନ କରି ଏବେ ସତ୍ୟ ନାରାୟଣ ହୋଇଯାଇଛନ୍ତି କାଙ୍ଗାଳ ।
ପଞ୍ଚାୟତ ନିର୍ବାଚନ ବେଳେ ନିଜକୁ ନେତା ଙ୍କ ପାଖେ ବିକ୍ରି କରି ପଦପଦବୀ ରେ ବସେଇଥିବା ନେତା ମାନଙ୍କ ପାଇଁ କଣ ନ କରିଛନ୍ତି ସତ୍ୟ ନାରାୟଣ ? ତେବେ ରାଜନୀତି କରିବାରେ ସତ୍ୟ ନାରାୟଣଙ୍କୁ ଯିଏ ଯେତେବେଳେ ଯାହା ମାଗିଛି ନିଃସଙ୍କୋଚ ହୋଇ ସତ୍ୟନାରାୟଣ ତାଙ୍କୁ ପ୍ରଦାନ କରିଛନ୍ତି । କେତେବେଳେ କାହାକୁ ଟଙ୍କା ପଇସା ତ କେତେବେଳେ କାହାକୁ ପଦ ପଦବୀ ଏମିତିକି ଆଜି ପର୍ଯ୍ୟନ୍ତ ବିଧାୟକ ଙ୍କ ମୁହଁରୁ ‘ନାହିଁ ‘ ଶବ୍ଦ କେବେ ଶୁଣିବାକୁ ମିଳିନି ।
ସେଥିପାଇଁ ମୁଣ୍ଡ ରେ ବସେଇଥିବା ନେତା ବିଧାୟକ ଙ୍କ ଗୋଛି କାଟୁଥିବାର କଥା ମଧ୍ୟ ସାମ୍ନା କୁ ଆସିଛି । କେତେକ ହାତ ଗଣତି ନେତା ଙ୍କୁ ଖୁଆଇ ପିଆଇ ପାଖରେ ରଖିଥିଲେ । ସେମାନେ ବି ନିଜର ହେଲେନି ବିଧାୟକ ଙ୍କ ର … ତେବେ ନେତାଙ୍କୁ ହାତ ରୁ ଖୁଆଇ କେତେଦିନ ଘୋଡ଼ା ଆଗରେ ଡିଆଇଁବେ ବିଧାୟକ ଏହା ସତ୍ତ୍ୱେ ବି ପ୍ରିୟ ବିଧାୟକ ସତ୍ୟନାରାୟଣ ଛାଡ଼ି ନାହାନ୍ତି ଦାନ କରିବା । ହେଲେ ଯେତେ ଦାନ କଲେ କଣ ହେବ ଯୋଉ ନିଅଣ୍ଟ କୁ ସେହି ନିଅଣ୍ଟ … ଏ ହେଲା ବିଧାୟକ ସତ୍ୟ ନାରାୟଣ ଙ୍କ ଅନ୍ତର ର କଥା ।