• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହେଶ ଙ୍କ ଜନ ବଳ କୁ ଧର୍ମେନ୍ଦ୍ର ଙ୍କ ଧନ ବଳ ଟକ୍କର ଦେଇ ପାରିବ ତ ..?

Proprietor Abhimanyu Maharana by Proprietor Abhimanyu Maharana
July 11, 2023
in ଓଡ଼ିଶା, ଢେଙ୍କାନାଳ, ରାଜନୀତି, ହୋମ୍
0
ମହେଶ ଙ୍କ ଜନ ବଳ କୁ ଧର୍ମେନ୍ଦ୍ର ଙ୍କ ଧନ ବଳ ଟକ୍କର ଦେଇ ପାରିବ ତ ..?
Share on FacebookShare on TwitterWhatsapp

ଧର୍ମେନ୍ଦ୍ର ବାବୁ ନିଜ ଜନ୍ମ ମାଟି ପାଇଁ କଣ କରିଛନ୍ତି … ?

୧୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ  :- ସାଧାରଣ ନିର୍ବାଚନ କୁ ଆଉ ୧୦ ମାସ ଥିବା ବେଳେ ଏବେ ଠାରୁ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳୁଛି। କେନ୍ଦ୍ର ସରକାର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ଗରିବ କଲ୍ୟାଣ ସମାବେଶ ଜରିଆରେ ନିଜ ସଫଳତା ପ୍ରକାଶ କରି ନିର୍ବାଚନୀ ମହୋଲ ସୃଷ୍ଟି କରୁଥିବା ବେଳେ ରାଜ୍ୟରେ ଦୀର୍ଘ ୨୩ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳ ମଧ୍ୟ ଏକ ପ୍ରକାର ଆଗୁଆ ନିର୍ବାଚନ କୁ କୁଦି ପଡ଼ିଲା ଭଳି ଲାଗୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ୫- ଟି ସଚିବ ଭି କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ କରି ସିଧା ସଳଖ ଲୋକଙ୍କ ସହ ମିଶି ତତ୍ କାଳ ଲୋକଙ୍କ ସମସ୍ୟା ସମାଧାନ କରୁ ଥିବା ବେଳେ ଆଞ୍ଚଳିକ ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରି ମୁଖ୍ୟ ମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ଅର୍ଥ ରାଶି ଘୋଷଣା କରି ଯୁଦ୍ଧ କାଳୀନ ଭିତ୍ତି ରେ କାର୍ଯ୍ୟ ଆରମ୍ଭ କରୁଛନ୍ତି ।

୫- ଟି ସଚିବ ଙ୍କ ଗସ୍ତ ଓ କାର୍ଯ୍ୟକ୍ରମ ସାଧାରଣ ଜନତା ଙ୍କ ମଧ୍ୟରେ ଉତ୍ସାହ ଭରି ଦେଉଥିଲା ବେଳେ ଏହାକୁ ନେଇ ବିରୋଧୀ ଦଳ ଅଯଥା ରାଜନୀତି କରି ଭାଣ୍ଡିଆ ହେବା ସହ ଲୋକ ଚକ୍ଷୁ ରେ ନୀଚ ହୋଇଯାଇଛି । କେନ୍ଦ୍ର ସରକାର ଙ୍କ ଶିକ୍ଷା ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ଥର ଓଡ଼ିଶା ରୁ ନିର୍ବାଚନ ଲଢ଼ିବେ ବୋଲି ଶୁଣ। ଯାଉଛି । ଧର୍ମେନ୍ଦ୍ର ବାବୁ ଅବିଭକ୍ତ ଢେ଼ଙ୍କାନାଳ ଜିଲ୍ଲାର ପୁଅ ହୋଇଥିବାରୁ ଏହି ଢେ଼ଙ୍କାନାଳ ଲୋକସଭା ଆସନ ରୁ ସାଂସଦ ପ୍ରାର୍ଥୀ ହେବା ଉଦ୍ଦେଶ୍ୟରେ ବାରମ୍ବାର ଗସ୍ତ କରିବା ସହ ବିଭିନ୍ନ ସ୍ଥାନରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାର ଙ୍କ ସଫଳତା ବର୍ଣ୍ଣନା କରୁଛନ୍ତି ।

ଧର୍ମେନ୍ଦ୍ର ବାବୁ ପ୍ରାର୍ଥୀ ହେବେ ବୋଲି ନିଜେ ଏଯାଏଁ କହିନଥିବା ବେଳେ ସେ ଢେ଼ଙ୍କାନାଳ ଆସନ ରୁ ଲଢ଼ିବେ ବୋଲି ତାଙ୍କ ହାଵ ଭାବ ରୁ ଜଣା ପଡ଼ୁଛି । ତେବେ ଢେ଼ଙ୍କାନାଳ ର ବର୍ତ୍ତମାନ ସାଂସଦ ମହେଶ ସାହୁ ଙ୍କ ଲୋକପ୍ରିୟତା ଓ ଜନ ବଳ କୁ ଧର୍ମେନ୍ଦ୍ର ଙ୍କ ଧନ ବଳ ଟକ୍କର ଦେଇପାରିବା ନେଇ ବୁଦ୍ଧିଜୀବୀ , ରାଜନୀତଜ୍ଞ ମହଲ ସନ୍ଦେହ କରୁଛନ୍ତି । ଧର୍ମେନ୍ଦ୍ର ଓ ମହେଶ ଉଭୟେ ଯଦିଓ ଅବିଭକ୍ତ ଢେ଼ଙ୍କାନାଳ ଜିଲ୍ଲା (ବର୍ତ୍ତମାନ ଅନୁଗୁଳ ଜିଲ୍ଲା) ବାସିନ୍ଦା ତଥାପି ଧର୍ମେନ୍ଦ୍ର ଙ୍କ ଅପେକ୍ଷା ମହେଶ ଙ୍କ ଜନ ସମ୍ପର୍କ ଓ ଲୋକପ୍ରିୟତା ବହୁତ ଉର୍ଦ୍ଧ୍ୱ ରେ । ଜଣେ ଲୋକପ୍ରିୟ ନେତା ଆଉ ଲୋକଙ୍କ ନେତା ଭାବେ ମହେଶ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଯାହାକି ଧର୍ମେନ୍ଦ୍ର ବାବୁ କରି ପାରି ନାହାଁନ୍ତି।

ଧର୍ମେନ୍ଦ୍ର ବାବୁ ଛାତ୍ର ରାଜନୀତି ରୁ ବିଜେପି ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ସଭାପତି ଏବଂ ପରେ ନବୀନ ପଟ୍ଟନାୟକ ଙ୍କ ଦୟାରୁ ୨୦୦୦ ମସିହା ରେ ( ବିଜେପି – ବିଜେଡି) ମେଣ୍ଟ ସମୟ ରେ ପ୍ରଥମ ଥର ପାଇଁ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଓ ୨୦୦୪ ରେ ଦେବଗଡ଼ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ରେ ମେଣ୍ଟ ଭାଙ୍ଗିବା ପରେ ଧର୍ମେନ୍ଦ୍ର ବାବୁ ପାଲଲହଡ଼ା ରେ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ଏହା ପରେ ସେ ଓଡ଼ିଶା ଛାଡ଼ି କେନ୍ଦ୍ର ରାଜନୀତି ରେ ମନ ବଳାଇଥିଲେ।

୨୦୧୪ ରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଧର୍ମେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଓ ୨୦୧୯ ରେ ଶିକ୍ଷା ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ହୋଇଥିଲେ । ବିହାର ଓ ମଧ୍ୟ ପ୍ରଦେଶ ରୁ ରାଜ୍ୟସଭା କୁ ଯାଇ ଧର୍ମେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି ସତ କିନ୍ତୁ ୨୦୦୯ ରେ ହାରିବା ପର ଠାରୁ ଆଉ ପ୍ରତ୍ୟକ୍ଷ ନିର୍ବାଚନ ରେ ଭାଗ ନେବାକୁ ସାହସ ଯୁଟାଇ ପାରୁ ନାହାଁନ୍ତି । କାରଣ ଦୀର୍ଘ ୯ ବର୍ଷ ହେଲା କେନ୍ଦ୍ରରେ ମନ୍ତ୍ରୀ ଥାଇ କିଛି କରି ପାରି ନାହାଁନ୍ତି। ସେ ଚାହିଁଥିଲେ ବହୁତ କିଛି କରି ପାରିଥାନ୍ତେ ଆଉ ଯାହାବି କରିଛନ୍ତି କେବଳ ବିଜେପି ଶାସିତ ରାଜ୍ୟ ଓ ବିହାର,ମଧ୍ୟ ପ୍ରଦେଶ ରାଜ୍ୟ ପାଇଁ କରିଛନ୍ତି ।

ଓଡ଼ିଶା କୁ ସର୍ବଦା ଉପେକ୍ଷା କରି କେବଳ ନିର୍ବାଚନ ଆସିଲେ ସେ ଏଠାକୁ ଆସି ବହୁତ ବଡ ବଡ କଥା କୁହନ୍ତି ।

ଧର୍ମେନ୍ଦ୍ର ବାବୁ ନିଜ ଜନ୍ମ ମାଟି ଅନୁଗୁଳ ଜିଲ୍ଲା ପାଇଁ କଣ କରିଛନ୍ତି.. ?

ଶିକ୍ଷା,ସ୍ବାସ୍ଥ୍ୟ,ଗମନା ଗମନ,ଟେଲିକମ , ପେଟ୍ରୋଲିୟମ ପାଇଁ କଣ କରିଛନ୍ତି ..?

କେତୋଟି ନବୋଦୟ ବିଦ୍ୟାଳୟ,କେତୋଟି ବିଶ୍ଵବିଦ୍ୟାଳୟ,କେତୋଟି ମେଡିକାଲ କଲେଜ  କରିଛନ୍ତି ..?

ତାଳଚେର ସାର କାରଖାନା ହେଲା ନା ୫୫ ନମ୍ବର ଜାତୀୟ ରାଜପଥ ଶେଷ ହେଲା ନା ଢେ଼ଙ୍କାନାଳ ଜିଲ୍ଲାରେ ତୈଳ ବିଶୋଧନାଗାର ହୋଇ ପାରିଲା ..?

୯ ବର୍ଷ କେନ୍ଦ୍ର ମନ୍ତ୍ରୀ ରହି ଯିଏ ନିଜ ଗାଁ କୁ ପକ୍କା ରାସ୍ତା ଟିଏ କରି ପାରିଲେ ନାହିଁ

ଢେଙ୍କାନାଳ ତାଳଚେର ରେ ମେଡିକାଲ କଲେଜ ହୋଇପାରିଲାନି କି ସ୍ମାର୍ଟ ସିଟି ମଧ୍ୟ ହୋଇପାରିଲା ନାହିଁ । ଦେଶକୁ ସର୍ବାଧିକ ରାଜସ୍ୱ ଦେଉଥିବା ତାଳଚେର ଷ୍ଟେସନ ଏବେବି ମାଲ୍ ପରିବାହୀ ପରିଚୟ ରେ ଅଟକିଛି । କେନ୍ଦ୍ରର ଟାଣୁଆ ମନ୍ତ୍ରୀ ହୋଇ ବି ନିଜ ଜିଲ୍ଲାକୁ କୌଣସି ରାଷ୍ଟ୍ରାୟତ ଉଦ୍ୟୋଗ ଆଣି ପାରିଲେ ନାହିଁ , ଯାହାକି ଅତ୍ୟନ୍ତ ଦୁଃଖ ଦାୟକ । ସେ ସର୍ବଦା ବିହାର ଓ ମଧ୍ୟ ପ୍ରଦେଶ ପାଇଁ ସମ୍ବେ ଦନ ଶିଳ । ଓଡ଼ିଶା ବିକାଶ ରେ ତାଙ୍କର ଅବଦାନ ଶୁନ । ୯ ବର୍ଷ କେନ୍ଦ୍ର ମନ୍ତ୍ରୀ ରହି ଯିଏ ନିଜ ଗାଁ କୁ ପକ୍କା ରାସ୍ତା ଟିଏ କରି ପାରିଲେ ନାହିଁ ତାଙ୍କ ମୁହଁ ରେ ବିକାଶ କଥା ଶୋଭା ପାଉନି ବୋଲି ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଓ ଆଲୋଚନା ହେଉଛି ।

ଧର୍ମେନ୍ଦ୍ର ଙ୍କ ନିଜ ଗାଁ କୁ ରାଜ୍ୟ ସରକାର ବହୁ ବିଳମ୍ବରେ ପକ୍କା ରାସ୍ତା ନିର୍ମାଣ କରିଛନ୍ତି । ଏହାହିଁ କେନ୍ଦ୍ର ମନ୍ତ୍ରୀ ଙ୍କ ଅବଦାନ ଓ ସଫଳତା । ବିକାଶ କୁ କିଭଳି ଅଟକାଇ ହେବ ସେ କଥା ତାଙ୍କୁ ଭଲଭାବେ ଜଣା । ୨୦୦୪ ରେ କେଉଁ ଅଦୃଶ୍ୟ କାରଣରୁ ଧର୍ମେନ୍ଦ୍ର ଙ୍କ ବାପା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧନ ଙ୍କୁ ଟିକେଟ ମିଳିଲା ନାହିଁ ଆଉ ଦେବେନ୍ଦ୍ର ଙ୍କ ସ୍ଥାନରେ ଧର୍ମେନ୍ଦ୍ର କିଭଳି ଦେବଗଡ଼ ସାଂସଦ ହେଲେ ଏଭଳି ବହୁ ଅନାଲୋଚିତ କଥା ଠିକଣା ସମୟରେ ପର୍ଦ୍ଦାଫାସ ହେବ ବୋଲି ବିଜେଡ଼ି ମହଲ ରେ ଆଲୋଚନା ହେଉଛି । ଢେଙ୍କାନାଳ ର ବର୍ତମାନ ସାଂସଦ ମହେଶ ସାହୁ ଜଣେ ନିଆରା ବ୍ୟକ୍ତି ।

ଲୋକପ୍ରିୟତା ର ଶୀର୍ଷରେ ଥିବା ମହେଶ ବାହାଘର,ବ୍ରତଘର,ଶୁଦ୍ଧିଘର ସଂପର୍କ ରେ ସୂଚନା ପାଇ ସବୁ ଜାଗାରେ ଉପସ୍ଥିତ ହୋଇ ପାରୁଥିବା ବେଳେ ଶବ କୁ କାନ୍ଧ ଦେବା ଭଳି ମହାନ୍ କାର୍ଯ୍ୟରେ ନିଜକୁ ସାମିଲ କରି ଲୋକଙ୍କ ହୃଦୟ ଜିଣି ଯାଉଛନ୍ତି । ମହେଶ ବାବୁ ରାଜନୀତି କୁ ଆସିବା ପୂର୍ବରୁ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ ।ନିଜସ୍ଵ ସାପ୍ତାହିକ ଖବର କାଗଜ ” ଆଗେଇବା” ମାଧ୍ୟମରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଖବର କାଗଜ ରେ ସମ୍ବାଦ ପ୍ରକାଶ କରି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟା ସମାଧାନ କରି ଲୋକଙ୍କ ପ୍ରିୟ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଳଚେର ମ୍ୟୁନିିପାଲିଟି ରେ ସାଧାରଣ କାଉନସିଲର ଭାବେ ରାଜନୀତିରେ ପାଦ ଥାପି ଆଗକୁ ବଢିଥିଲେ ।

ତାଳଚେର ରୁ ୩ ଥର (ବିଜେପି) ,ପାଲଲହଡ଼ା ରୁ ଥରେ(ବିଜେଡି) ବିଧାୟକ ହୋଇ ବହୁ ଉନନତିମୂଳକ କାର୍ଯ୍ୟ କରିଥିଲେ। ଶେଷରେ ଗତ ୨୦୧୯ ରେ ବିଜେଡି ତରଫରୁ ଢେ଼ଙ୍କାନାଳ ସାଂସଦ ପ୍ରାର୍ଥୀ ହୋଇ ବିଜେପି ର ହେଭି ୱେଟ୍ ନେତା କୁହା ଯାଉଥିବା ରୁଦ୍ର ନାରାୟଣ ପାଣି ଙ୍କୁ ଲକ୍ଷାଧିକ ଭୋଟ ରେ ହରାଇ ସଂସଦ କୁ ନିର୍ବାଚିତ ହୋଇଥିଲେ। ମହେଶ କାହାକୁ କିଛି କୁହନ୍ତିନି ତାଙ୍କ କାମ କଥା କୁହେ । ଯଦି ସତରେ ଧର୍ମେନ୍ଦ୍ର ବାବୁ ଢେ଼ଙ୍କାନାଳ ରୁ ସାଂସଦ ପ୍ରାର୍ଥୀ ହୁଅନ୍ତି ତାହେଲେ ଲୋକପ୍ରିୟ ତଥା ଲୋକାଭିମୁଖୀ ନେତା ମହେଶ ଙ୍କ ଜନବଳ ଆଗରେ ଧର୍ମେନ୍ଦ୍ର ଙ୍କ ଧନବଳ କେତେ କାମ କରିବ ତାହା ସମୟ କହିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version