• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମେରିକାର ମାସାଚ୍ୟୁଟସ ଠାରେ ନୀଳାଦ୍ରି ବିଜେ ଉତ୍ସବ ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
July 10, 2023
in ଓଡ଼ିଶା, ଦେଶ, ବିଶ୍ଵ, ମହାନଗର, ହୋମ୍
0
ଆମେରିକାର ମାସାଚ୍ୟୁଟସ ଠାରେ ନୀଳାଦ୍ରି ବିଜେ ଉତ୍ସବ ଆୟୋଜନ
Share on FacebookShare on TwitterWhatsapp

୧୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବୋଷ୍ଟନ :- ଆମେରିକାର ମାସାଚ୍ୟୁଟସଠାରେ ଶ୍ରୀ ଜଗନ୍ନାଥଙ୍କର ତୃତୀୟ ବାର୍ଷିକ ରଥଯାତ୍ରା ଉତ୍ସବ,ବାହୁଡା଼ ଯାତ୍ରା, ସୁନାବେଶ ଏବଂ ନୀଳାଦ୍ରି ବିଜେ ଆଦି ପର୍ବ ମହାସମାରୋହରେ ପାଳନ କରାଯାଇଛି । ନିଉ ଇଂଲଣ୍ଡ ନିବାସୀ ଓଡ଼ିଆ ସମ୍ପ୍ରଦାୟ ଏବଂ ନିଉ ଇଂଲଣ୍ଡ ଶିରିଡ଼ି ସାଇ ପରିବାରର ମିଳିତ ସହଯୋଗରେ,

ଏହି ମହୋତ୍ସବମାନ ଆୟୋଜନ କରାଯାଇଥିଲା । ଏହି ଉପଲକ୍ଷେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ଗ୍ରେଟର ବୋଷ୍ଟନର ଗ୍ରୋଟନସ୍ଥିତ ୯୯ନଂ ଶିରିଡ଼ି ୱେ ଠାରେ ଅବସ୍ଥିତ ନିଉ ଇଂଲଣ୍ଡ ଶିରିଡ଼ି ସାଇ ମନ୍ଦିରକୁ ଖୁବ ଭବ୍ୟ ଢଙ୍ଗରେ ସଜ୍ଜା ଯାଇଥିଲା ।

ରଥଯାତ୍ରା ଦିନ ସକାଳେ ଏଠାରେ ବିଗ୍ରହ ପୂଜା ଏବଂ ରଥ ପାଇଁ ହୋମ ଆଦି ନିତିକାନ୍ତି ବୈଦିକ ବିଧି ଅନୁଯାୟୀ ପୂଜାରୀ ସର୍ବଶ୍ରୀ ଗୁଣ୍ଟୁରୁବାଲା ଭେଙ୍କଟ ପବନ, ରାମ ଚରାୟିଲୁ ଓ ମନୋହର ଚନ୍ଦ୍ରଶେଖରଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା । ମାସାଚ୍ୟୁଟସର ସ୍ଥାନୀୟ ଅଧିବାସୀଙ୍କ ସମେତ ପାର୍ଶ୍ଵବର୍ତ୍ତୀ ରୋଡସ ଆଇଲ୍ୟାଣ୍ଡ, କନେକ୍ଟିକଟ, ନିଉ ହାମ୍ପସାୟାର ଏବଂ ମେନ ଆଦି ରାଜ୍ୟରୁ ପ୍ରାୟ ୮୦୦ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ସେମାନଙ୍କର ପରିବାରବର୍ଗ,

ବନ୍ଧୁ ଓ ପରିଜନମାନଙ୍କ ସହିତ ଆସି ଏହି ପବିତ୍ର ପର୍ବରେ ଯୋଗ ଦେଇଥିଲେ । ଏଠାରେ ଅପରାହ୍ନରେ ଦିଅଁ ମାନଙ୍କୁ ଧାଡ଼ି ପହଣ୍ଡି କରାଯାଇ ସୁନ୍ଦର, ସୁଶୋଭିତ ଏବଂ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ା ତଥା ପିପିଲି ଚାନ୍ଦୁଆରେ ସୁସଜ୍ଜିତ ୨୦ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନିଆଯାଇଥିଲା । ଉପସ୍ଥିତ ଭକ୍ତମାନେ ପାରମ୍ପରିକ ଛେରା ପହଁରା କାର୍ଯ୍ୟ କରିଥିଲେ । ଏହାପରେ ବହୁ ଆକାଂକ୍ଷିତ ଏବଂ ଦୀର୍ଘ ପ୍ରତିକ୍ଷିତ ରଥଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ସଂଗଠକ ଓ ଦର୍ଶକମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ଵନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହଗହ ନାଦ ତଥା ଭଜନ, କୀର୍ତ୍ତନ ଏବଂ ଓଡ଼ିଶୀ ନୃତ୍ୟର ମୃଦ୍ୟୁମନ୍ଦ ଝଙ୍କାର ମଧ୍ୟରେ ରଥଟିକୁ ମନ୍ଦିର ବେଢ଼ାର ଚାରିପଟେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟଣାଯାଇ ପୁଣି ସାଇ ମନ୍ଦିର ସାମ୍ନାକୁ ଫେରାଇ ଅଣାଯାଇଥିଲା ।

ଚଳିତବର୍ଷର ରଥଯାତ୍ରାକୁ କେନ୍ଦ୍ର କରି ଉପସ୍ଥିତ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ, ଅସୀମ ଉନ୍ମାଦନା ଓ ଅଫୁରନ୍ତ ଉଦ୍ଦୀପନା ପରିଲ୍ଲକ୍ଷିତ କରାଯାଇଥିଲା । ମାସାଚ୍ୟୁଟସର ରାଜରାସ୍ତାରେ ରାଜକୀୟ ଠାଣିରେ ରଥାରୂଢ଼ ଜଗତର ନାଥ ଜଗନ୍ନାଥଙ୍କର ଯାତ୍ରା ଏବଂ ଭକ୍ତ ଓ ଭଗବାନଙ୍କର ମହା ମିଳନର ଦୃଶ୍ୟ ବେଶ୍ ମର୍ମସ୍ପର୍ଶୀ ଓ ଅବିସ୍ମରଣୀୟ ଥିଲା ।

ରଥଟି ମନ୍ଦିର ପରିସରକୁ ଫେରିବା ପରେ ଠାକୁର ମାନଙ୍କୁ ରୋଷଣୀ କରି ଗର୍ଭଗୃହ ଭିତରକୁ ନିଆଯାଇ ରତ୍ନସିଂହାସନରେ ଆସୀନ କରାଯାଇଥିଲା । ସନ୍ଧ୍ୟାରେ ଦିଅଁ ମାନଙ୍କୁ ପୁରୀ ମନ୍ଦିର ଶୈଳୀରେ ସୁନାବେଶ କରାଯିବା ପରେ ଆଳତି ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷର ପାର୍ବଣରେ ମୁଖ୍ୟ ଆକର୍ଷଣ ଶ୍ରୀ ମନ୍ଦିରର ଆନନ୍ଦ ବଜାର ଭଳି ଏଠାରେ ପ୍ରସ୍ତୁତ ଛପନ ଭୋଗ ଥିଲା ।

ଏହି ସ୍ଵାଦିଷ୍ଟ ପ୍ରସାଦକୁ ଶ୍ରୀ ଜୀଉ ମାନଙ୍କୁ ଅର୍ପଣ କରାଯିବା ପରେ ଉପସ୍ଥିତ ଆଗନ୍ତୁକ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ରଥଯାତ୍ରା ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ମନଲୋଭା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ଏବଂ ସୁମଧୁର ଭଜନ ଗାୟନ ସ୍ଥାନ ପାଇଥିଲା ।

ସମଗ୍ର ସମାରୋହକୁ ବିପୁଳ ଭାବରେ ସଫଳ କରାଇବାରେ ମନ୍ଦିରର ବୋର୍ଡ ସଦସ୍ୟ, ସଂସ୍ଥାପକ ସଦସ୍ୟ, ବର୍ତ୍ତମାନ ଓ ପୁର୍ବତନ ଟ୍ରଷ୍ଟି ବୃନ୍ଦ, ପରିଚାଳନା ବୋର୍ଡ ସଦସ୍ୟ ଏବଂ ଗ୍ରେଟର ବୋଷ୍ଟନସ୍ଥିତ ସମଗ୍ର ଓଡ଼ିଆ ସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

March 5, 2026
୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

March 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version